ପୂରୀରେ ଲଜ୍ଜ୍ୟା , ରାସ୍ତାରୁ ଉଠାଇ ନେଇ ପୋଲିସ କ୍ବାଟରରେ କଲେ ଗଣ ଦୁଷ୍କର୍ମ

0 348

ସୂଚନା ଅନୁଯାୟୀ,  ଯୁବତୀ ଜଣଙ୍କ ଘରକୁ ଫେରିବା ପାଇଁ ନିମାପଡ଼ା ବସଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ଜଣ ଦୁର୍ବୃତ୍ତ ପୁଲିସ ପରିଚୟ ଦେଇ କାକଟପୁରରୁ ଘରକୁ ଛାଡି ଦେବାକୁ କହି ନିମାପଡ଼ା ବସଷ୍ଟାଣ୍ଡରୁ କାରରେ ନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସମୟରେ ଯୁବତୀ ଜଣଙ୍କ ଜଣେ ଦୁର୍ବୃତ୍ତଙ୍କ ପର୍ସକୁ ଅକ୍ତିଆର କରିଥିଲେ । ପର୍ସଟି ଜଣେ ପୁଲିସ କନେଷ୍ଟବଳଙ୍କ ହୋଇଥିବା ଜଣାପଡ଼ିଛି। ପର୍ସରୁ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ପରିଚୟ ପତ୍ର ମିଳିଛି। ଏନେଇ ଯୁବକୀ ଜଣକ  କୁମ୍ଭାରପଡା ଥାନାରେ  ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଛି ।

ସେପଟେ ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର  ପ୍ରତିବାଦର ସ୍ୱର ଉଠିଲା ବେଳେ  ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହାକୁ ନେଇ ଆଜି ସଂସଦରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ଆଜିର ଘଟଣାରେ ନାରୀ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

Leave A Reply

Your email address will not be published.