ଏକାଠି ହେଲେ କୋଡିଏ ଜିଲ୍ଲାର ଛାତ୍ରଛାତ୍ରୀ

0 280

ଭୁବନେଶ୍ୱର ,୨/୧୨-ଏକାଠିହେଲେ ରାଜ୍ୟର ବିଭିର୍ଣ ଜିଲ୍ଲାରୁ ଆସିଥିବା ୨୫୦୦ଛାତ୍ରଛାତ୍ରୀ ।ଅନ୍ୟମାନଙ୍କ ସହ ଦୋସ୍ତୀ ବଢାଇବା ସହ କିଛି ସମୟପାଇଁ ନିଜନିଜ ଅଂଚଳର ସୁଖ ଓ ଦୁଖକୁ ବାଂଟିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜନିଜ ପ୍ରତିଭାକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ । ପଟିଆସ୍ଥିତ ଜୟଦେବ ଶିକ୍ଷାକେନ୍ଦ୍ରରେ ଏହିଭଳି ଏକ ପରିବେଶ ସୃଷ୍ଟି ହୋଇଥିଲା । ଅଲ୍ ଓଡିଶା ପ୍ରାଇଭେଟ୍ ସ୍କୁଲଆସୋଶିଏସନ (ଆପୋସା)ତରଫରୁ ରାଜ୍ୟସ୍ତରୀୟ ଶିଶୁମହୋସବ ମହକ ପଟିଆସ୍ଥିତ ଜୟଦେବ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଘରୋଇବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରକଳା, ବକ୍ତୃତା, ଗୀତ, ନୃତ୍ୟ,ହସ୍ତାକ୍ଷର ଆଦି ପ୍ରତିଯୋଗୀତାରେ କୃତିପିଲାମାନଙ୍କୁ ସମାପନା ଉସବରେ ପୁରସ୍କୃତ କରାଯାଇଥିଲା । ପୁରସ୍କାରବିତରଣୀ ଉସବରେ ବିଧାୟକ ଅନନ୍ତନାରାୟଣଜେନା,ଆପୋସାର ରାଜ୍ୟସଭାପତି ସତ୍ୟନାରାୟଣ ମିଶ୍ର,ସମ୍ପାଦକ ଅବନ୍ତିକୁମାରସୁତାର,ଜୟଦେବଶିକ୍ଷାକେନ୍ଦ୍ରର ପ୍ରଧାନଆଚାର୍ଯ୍ୟ ପ୍ରଦୀପକୁମାରପାଣି, ପୁର୍ବତନ କର୍ପୋରେଟର ସଞୟକୁମାରସେଠୀ ପ୍ରମୁଖ ଅତିଥିଭାବେ ଯୋଗଦାନକରି ଆପୋସାର ବିଭିର୍ଣ ଉଦ୍ୟମକୁ ପ୍ରଶଂସା କରିଥିଲେ । ରାଜ୍ୟର ୨୦ଟି ଜିଲ୍ଲାର ସ୍କୁଲରୁ ଆସିଥିବା ଶିକ୍ଷକମାନଙ୍କ ସହ ୨୫୦୦ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିକୁ ଆପୋସା ତରଫରୁ ଧନ୍ୟବାଦ ଦିଆଯାଇଥିଲା ।ଶେଷରେ ପିଲାମାନଙ୍କଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଚିତାକର୍ଷକ ହୋଇଥିଲା ।

Leave A Reply

Your email address will not be published.