ଦୁର୍ଘଟଣା ହେଲା କେନ୍ଦ୍ରମନ୍ତ୍ରୀଙ୍କ କାର

0 323

ଭୁବନେଶ୍ବର ,୧୨/୧(ସତ୍ୟସନ୍ଧାନ ଡେସ୍କ )ମୋଦି ସରକାରରେ ଶ୍ରୀ ନାଏକ ପ୍ରତିରକ୍ଷା ସହ ଆୟୁର୍ବେଦ ଓ ଯୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସନ୍ଧ୍ୟାରେ ଏମାନେ ସମସ୍ତେ ଧଳା ରଙ୍ଗର ଟୟୋଟା କାର୍‌ରେ ଯାଉଥିବା ବେଳେ ହଠାତ୍ ଏହା ଅଙ୍କୋଲା ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇ ଥିଲା।.ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କ ପିଏସଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଶ୍ରୀ ନାୟକ ଓ ତାଙ୍କ ପତ୍ନୀଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଶ୍ରୀ ନାଏକଙ୍କ ପତ୍ନୀ ଆଖି ବୁଜିଛନ୍ତି। ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଏହା ବୁଦା ଓ ଗଛ ମଧ୍ୟରେ ଫସି ରହିଥିବା ଫଟୋ ସାମ୍ନାକୁ ଆସିଛି।.

Leave A Reply

Your email address will not be published.