ପ୍ରଫେସର ଡ଼:ପଦ୍ମଲୋଚନ ନାୟକଙ୍କ ପରଲୋକ

0 275

କଟକ,୧୨/୦୧(ଏସଏସନିୟୁଜ) ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକ ର ପ୍ରାକ୍ତନ ପ୍ରାଧ୍ୟାପକ ଡ଼:ପଦ୍ମଲୋଚନ ନାୟକଙ୍କର ୮୪ ବର୍ଷ ବୟସ ରେ ଆଜି ସକାଳ ୯.୩୦ ମିନିଟ ସମୟ ରେ ଦେହାନ୍ତ ହୋଇ ଯାଇଛି।କଟକ ଚାଉଳିଆଗଞ୍ଜ ସ୍ଥିତ ନିକ ବାସ ଭବନ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସେ ରସାୟନ ବିଜ୍ଞାନ ରେ ବହୁ ଗବେଷଣା କରି ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ରୁ ସଂମାନିତ ହୋଇଥିଲେ।ଓଡିଶା ରେ CIPET ଭଳି ସଂସ୍ଥା କୁ ପ୍ରତିଷ୍ଠା କରିବାରେ ସ୍ବର୍ଗତ ନାୟକ ଙ୍କ ହାତ ଥିଲା।ସେ ନିଜ ର ଅବସର ପରେ ନିଜକୁ ସମାଜ କଲ୍ୟାଣ କାର୍ଯ୍ୟ ରେ ନିଜ କୁ ସମର୍ପିତ କରି ଦେଇଥିଲେ।ଜଣେ ପରୋପକାରୀ ମଣିଷ ଭାବେ ବେଶ ଜଣା ଶୁଣା ଥିଲେ।ତାଙ୍କ ବିୟୋଗ ରେ ଚାଉଳିଆଗଞ୍ଜ ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି।ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କ ର ପୁତ୍ର ପୁତ୍ରବଧୁ, କନ୍ୟା, ଜାମାତା, ନାତି ନାତୁଣୀ ଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.