ବିନା କାର୍ତ୍ତୀକରେ ଆମିଷ ମନା

0 348

ଭୁବନେଶ୍ୱର:୬/୧୨- ଏବେ କାର୍ତ୍ତୀକ ଯାଇ ମାର୍ଗଶୀର ଯିବାକୁ ବସିଲାଣି । କିନ୍ତୁ ଏବେ ବି ଘରକୁ ପଶୁନି ଆମିଷ । କୈାଣସି ଧାର୍ମୀକ ପରର୍ମ୍ପରା ବି ନାହିଁ କି ପୂଜା ପାର୍ବଣ ବି ନାହିଁ । ଆମିଷ ଖାଇବାକୁ ମନ ତ ହେଉଛି , ହେଲେ ଆଣିବାକୁ ଡର ଲାଗୁଛି । କାହିଁକି ନା ପିଆଜ ଦର ଆମିଷ ଉପରେ ଭାରି ପଡିଛି । ଆମିଷ ଦର ଯେତିକି ନୁହେଁ ପିଆଜ ଦର ତାକୁ ଟପିବାକୁ ବସିଲାଣି ।ବିନା ପିଆଜ ରସୁଣରେ ଆମିଷ ଅରୁଚିକର ଲାଗୁଥିବାରୁ ଏବେ ବିନା କାର୍ତ୍ତୀକରେ ବି  ଘରକୁ ଆମିଷ ମନା । ଏ କଥା ଆମେ କହୁନୁ ଏ କଥା ବାରଙ୍ଗ ବଜାରରକୁ ଆସୁଥିବା କିଛି  ଖାଉଟି ଙ୍କ କଥା ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାରଙ୍ଗ ବଜାରରେ ।

ଆଜି ଥିଲା  ଶୁକ୍ରବାର । ଆମିଷ ର ବାରି । ଆମିଷ କିଣିବାକୁ  ବାରଙ୍ଗ ବଜାରକୁ କିଛି ଖାଉଟି ଆମିଷ ପାଇଁ ଆସିଥିବା ବେଳେ ପ୍ରଥମେ ପିଆଜ ଦର ବୁଝିଥିଲେ । ହେଲେ ପିଆଜ ଦର ଆମିଷ ଉପରେ ଭାରି ପଡିଲାଣି । ଯାହାକୁ ନେଇ କିଛି ଖାଉଟି ପିଆଜର ଦର ବୁଝିବା ପରେ  ପିଆଜକୁ ଧରି ଫଟୋ ଉଠାଇ ଆମିଷ ନ ନେଇ ଖାଲି ପନିପରିବା ନେଇ ଘରକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।ସେଲ୍ଫି ନେବାର ଦୃଶ୍ୟ

ସେପଟେ ରାଜ୍ୟକୁ ପିଆଜ ଆମଦାନୀ ହ୍ରାସ ପାଉଥିବାରୁ ଗତ ଦୁଇଦିନ ମଧ୍ୟରେ ପିଆଜ କିଲୋପ୍ରତି ଦର ଅହେତୁକ ଭାବେ ବୃଦ୍ଧି ପାଇ ବର୍ତ୍ତମାନ ୧୫୦ ଟଙ୍କାରେ ପହଞ୍ଚିଛି। ଫଳରେ ଚଳିତ ବର୍ଷ ପିଆଜ ଦରବୃଦ୍ଧି ସର୍ବକାଳୀନ ରେକର୍ଡ଼ କରିଥିବା ବେଳେ । ଆଜି କଟକ ଛତ୍ରବଜାରରେ ପିଆଜର ପାଇକାରୀ ଦର ୧୪୦ ଟଙ୍କା ରହିଥିବାବେଳେ ଖୁଚୁରା ଦର ୧୫୦ ଟଙ୍କା ରହିଛି। ସେହିପରି ବାରଙ୍ଗରେ ମଧ୍ୟ ୧୬୦ ଟଙ୍କା ଥିବା ଜଣା ପଡିଛି ।ଏବଂ   ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ମଧ୍ୟ ହୋଇଛି । ତେବେ ଚଳିତ ମାସ ମଧ୍ୟଭାଗ ସୁଦ୍ଧା ତୁର୍କୀରୁ ଆମଦାନୀ କରାଯାଇଥିବା ପିଆଜ ଓଡ଼ିଶାରେ ପହଞ୍ଚିବ ବୋଲି ଜଣାପଡ଼ିଛି। ପିଆଜ ଆମଦାନୀ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମନ୍ୱୟ କମିଟି ଗଠନ କରାଯାଇଛି। ଏହି କମିଟି ଦେଶ ଭିତରକୁ ପିଆଜ ଆଣିବାର ବ୍ୟବସ୍ଥା କରିବା ସହିତ ସଠିକ୍‍ ସମୟରେ ରାଜ୍ୟଗୁଡ଼ିକ ପାଖରେ ପିଆଜ ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିବା ସୁଚନା ମିଳିଛି । ସୂଚନାଯୋଗ୍ୟ ଯେ , ଚଳିତବର୍ଷ ପିଆଜ ଉତ୍ପାଦନର କେନ୍ଦ୍ରସ୍ଥଳ କୁହାଯାଉଥିବା ମହାରାଷ୍ଟ୍ରର ନାସିକ୍‍ରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ ହ୍ରାସ ପାଇଛି। ଫଳରେ ଦେଶବ୍ୟାପୀ ଏବେ ପିଆଜ ଦର ବୃଦ୍ଧିପାଇଛି। ଆଗାମୀ ଦିନରେ ନୂଆ ପିଆଜ ଉତ୍ପାଦନ ହେଲେ ଦର ହ୍ରାସ ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.