ପାଇଖାନା ଯୋଗାଣରେ ଦୁର୍ନୀତି, ୨ ବିଡିଓ, ୧ ଜେଇ ନିଲମ୍ବିତ

0 292

ଭୁବନେଶ୍ବର,୧୬/୧(ଏସଏସନିୟୁଜ)ପୁଣିଥରେ ତୃଣମୂଳସ୍ତରର ଅଧିକାରୀଙ୍କ ଉପରେ ବାଜିଛି ଦୁର୍ନୀତି ବିରୋଧୀ ଛାଟ। ନବୀନ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଆଧାର କରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨ ଜଣ ଓଏଏସ୍ ଅଧିକାରୀ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏହି ତିନିଜଣ ଅଧିକାରୀ ସ୍ବଚ୍ଛ ଭାରତ ଯୋଜନା ଅଧୀନରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପାଇଖାନା ବଣ୍ଟନରେ ଅନିୟମିତତା କରିଥିବା ଜଣାପଡ଼ିଛି। ସ୍ପଷ୍ଟ ପ୍ରମାଣ ପାଇବା ପରେ ବିଭାଗ ପକ୍ଷରୁ ସେମାନଙ୍କୁ ନିଲମ୍ବନ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି। ନିଲମ୍ବିତ ହୋଇଥିବା ଦୁଇ ଓଏଏସ୍ ଅଧିକାରୀଙ୍କ ଭିତରେ ରହିଛନ୍ତି ଓଡ଼ିଶା ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିବା ସ୍ବାଭିମାନ ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲା ଚିତ୍ରେକାଣ୍ଡା ବ୍ଲକ୍ ଉନ୍ନୟନ ଅଧିକାରୀ ଲରିମନ ଖରେସଲ । ଅନ୍ୟ ଜେଣ ଓଏଏସ୍ ଅଧିକାରୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବନ୍ଦ୍ର ବାହାଦୁର । ପୁଣି ସମାନ ଅଭିଯୋଗରେ ଝରିଗାଁ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସୁନୀଲ ସାମଲଙ୍କୁ ମଧ୍ୟ ଚାକିରିରୁ ନିଲମ୍ବନ କରାଯାଇଛି ।

Leave A Reply

Your email address will not be published.