ଜୁନ୍ ମାସ ୦୮ ତାରିଖ ୨୦୨୬ ମସିହା (ସୋମବାର)ଜ୍ୟେଷ୍ଠ ମାସ(ମଳ)- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୩/୩୨ ଗତେ ନବମୀ,ନକ୍ଷତ୍ର-ଶତଭିଷା ଦିବା ଘ୦୯/୫୮ଗତେ ପୂର୍ବଭାଦ୍ର,ଚନ୍ଦ୍ର- କୁମ୍ଭ ରାତ୍ରି ଘ୦୪/୨୫ ଗତେ ମୀନ,ସୁର୍ୟୋଦୟ-ପ୍ରାତଃଘ୦୫/୧୧/୩୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୪୭,
ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୩/୩୨ ଗତେ ପୂର୍ବେ,ମିଥୁନ ରାଶିର ଘାତବାର,ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୯/୫୮ ଗତେ ଏକପ।ଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୬/୪୭ ଗତେ ଘ୦୮/୨୫ ମଧ୍ୟେ,
ବାରବେଳା- ଦିବା ଘ୦୩/୦୫ ଗତେ ଘ୦୪/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୬ ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୦୯/୩୩ ଗତେ ମଧ୍ୟେ ରାତ୍ରି ଘ୦୯/୩୫ ଗତେ ଘ୧୨/୪୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୪/୪୦ ଗତେ ଘ୦୫/୦୮ ମଧ୍ୟେ, ଅଦ୍ୟ ନଡ଼ିଆ ରାତ୍ରି ଘ୦୩/୩୨ ଗତେ ଲାଉ ଭକ୍ଷଣ ନିଷେଧ।
ମେଷ-ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ।ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ।ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କର୍ମ କ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।
ବୃଷ-ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ।କର୍ମକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ପ୍ରଶଂସା ମିଳିପାରେ।ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।
ମିଥୁନ-ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।
କର୍କଟ-ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ।ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ।ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ।
ସିଂହ-ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ। ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ।
କନ୍ୟା-ଆଜି ଶତ୍ରୁ ପରାଜୟ ହୋଇ ପାରେ।ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ। ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
ତୁଳା-ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ।ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇ ପାରେ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀ ଙ୍କ ସହ ବାକବିତଣ୍ଡା ହୋଇପାରେ।ବ୍ୟାପାରରେ ହାନି ହୋଇପାରେ।ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।
ବିଛା-ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ ।କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ।କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ। ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ।ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ।
ଧନୁ-ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ।ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀ ଙ୍କ ଗାଳି ଶୁଣିବାକୁ ପଡିପାରେ।ବ୍ୟାପାରରେ ଦିନଟି ମଧ୍ୟମ ରହିବ। ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ।
ମକର-ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ।ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି।କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ।ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ।ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ।କୁମ୍ଭ-ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ।କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ।ଗୁରୁଜନଙ୍କ ଆଶୀର୍ବାଦ ମିଳିବ।କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ।ବ୍ୟାପାରରେ ନିବେଶ ଶୁଭ ରହିବ।ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ।
ମୀନ-ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ।ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।ବ୍ୟାପାରରେ ବାଧା ଆସିପାରେ।ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ।
ଥରେ ଖାଇଲେ ଆଉ ଥରେ ଖାଇବାକୁ ଇଚ୍ଛାହେବ ଚଟ୍ପଟାକଞ୍ଚାଲଙ୍କା ଆଚାର…..
ଅଧିକ ରାଗ ଖାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ କଞ୍ଚା ଲଙ୍କା ଆଚାର ସବୁଠାରୁ ଭଲ ବିକଳ୍ପ। ଯେକୌଣସି ଖାଦ୍ୟ ସହ ମଧ୍ୟ ଆପଣ ଏହି ଆଚାରକୁ ଖାଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ଆପଣ ରଖିପାରିବେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଲଙ୍କା ଖାଇବା ଦ୍ୱାରା କେତେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।ରକ୍ତଚାପ, ହୃଦ୍ ସମସ୍ୟା, ଚକ୍ଷୁ ସମସ୍ୟା ଆଦି ଦୂର କରିବାରେ ମଧ୍ୟ କଞ୍ଚା ଲଙ୍କା ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା କଞ୍ଚାଲଙ୍କା ଆଚାର ପ୍ରସ୍ତୁତି ପ୍ରଣାଳୀ:-
ଆବଶ୍ୟକୀୟ ସାମଗ୍ରୀ:-୧୦ଟି କଟା ହୋଇଥିବା
୧ କପ୍ ଲୁଣ,ଅଧାକପ୍ ସୋରିଷତେଲ,
୧ଚାମଚ ଲାଲ୍ ଲଙ୍କାଗୁଣ୍ଡ,୧ଚାମଚ ହଳଦୀଗୁଣ୍ଡ,୨୦୦ଗ୍ରାମ ଛୋଟ କଟା ଅଦା,୨୫୦ଗ୍ରାମ ଛୋଟ କଟାରସୁଣ,
୧୦୦ଗ୍ରାମ ଜିରାଗୁଣ୍ଡ,୨୦୦ଗ୍ରାମ ସୋରିଷଗୁଣ୍ଡ,୧କପ୍ ଚିନି,୨୦୦ଗ୍ରାମ ତେନ୍ତୁଳି,୩କପ୍ ଭିନେଗାର।
ପ୍ରସ୍ତୁତିପ୍ରଣାଳୀ:-ଲଙ୍କାକୁ ଲୁଣରେ ଗୋଳାଇ ୨ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ।
ଏବେ ଆଉ ଏକ ପାତ୍ରରେ ତେନ୍ତୁଳିକୁ ଭିନେଗାରରେ ପକାଇ ଦୁଇଘଣ୍ଟା ରଖନ୍ତୁ।
ବର୍ତ୍ତମାନ ଏକ ବଡ଼ କଡ଼େଇରେ ସୋରିଷ ତେଲକୁ ଗରମ କରି ସେଥିରେ ଲାଲ୍ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଟିକେ ଭାଜି ହୋଇଗଲେ ସେଥିରେ ଅଦା ଓ ରସୁଣ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ।
୫ ମିନିଟ୍ ଭାଜିବା ପରେ ସେଥିରେ ଜିରା ଓ ସୋରିଷ ଗୁଣ୍ଡ ପକାନ୍ତୁ। ଏବେ ତେନ୍ତୁଳି ଓ ଭିନେଗାର ମିଶ୍ରଣ ପକାଇ ଭଲଭାବେ ଗୋଳାନ୍ତୁ।
ମିକଶ୍ଚର ପ୍ରସ୍ତୁତ ହୋଇଯିବା ପରେ ୧ କପ୍ ଚିନି ପକାଇ ହାଲ୍କା ଆଞ୍ଚରେ ଧୀରେ ଧୀରେ ରାନ୍ଧନ୍ତୁ।
ଶେଷରେ କଞ୍ଚା ଲଙ୍କା ପକାଇ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ କମ୍ ଆଞ୍ଚରେ ସିଝିବାକୁ ଛାଡ଼ିଦିଅନ୍ତୁ।
କଡେଇରୁ ଚିକ୍କଣ ଅଂଶ ଛାଡ଼ିବାକୁ ଲାଗିଲେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ କାଢ଼ି ପରଷନ୍ତୁ କଞ୍ଚା ଲଙ୍କା ଆଚାର।
ଆପଣ ଏହାକୁ ଭାତ କିମ୍ବା ରୁଟି ସହ ମଧ୍ୟ ଖାଇପାରିବେ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।
