ଏପ୍ରିଲମାସ ୨୮ତାରିଖ ୨୦୨୬ମସିହା(ମଙ୍ଗଳବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ ସନ୍ଧ୍ୟାଘ୦୬/୪୨ଗତେ ତ୍ରୟୋଦଶୀ,
ନକ୍ଷତ୍ର-ଉତ୍ତରା ଫାରାତ୍ରି ଘ୧୧/୦୬ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃଘ୦୫/୨୫/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୪୪,
ଯୋଗିନୀ ନୈରୁତେ ସନ୍ଧ୍ୟାଘ୦୬/୪୨ଗତେ ଦକ୍ଷିଣେ,ବୃଷରାଶିର ଘାତଚନ୍ଦ୍ର, ମକରରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ତ୍ରିପାଦଦୋଷ ଓ ସନ୍ଧ୍ୟା ଘ୦୬/୪୨ଗତେ ଦେଇ ଦ୍ଵିପାଦ ଓ ରାତ୍ରି ଘ୧୧/୦୬ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୧୭ଗତେ ଘ୦୨/୫୫ ମଧ୍ୟେ,ବାରବେଳା-ଦିବା ଘ୦୭/୦୦ ଗତେ ଘ୦୮/୩୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୩୯ ଗତେ ଘ୧୦/୧୩ ମଧ୍ୟେ ଓ ଘ୧୨/୩୫ଗତେ ଘ୦୧/୧୬ ମଧ୍ୟେ ଓ ଘ୦୩/୦୦ଗତେ ଘ୦୪/୩୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ପୋଇଶାଗ ସନ୍ଧ୍ୟା ଘ୦୬/୪୨ଗତେ ବାଇଗଣ ଭକ୍ଷଣ ନିଷେଧ।
ମେଷ:-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବାପାଇଁ ଚ଼େଷ୍ଟାକରନ୍ତୁ ଯେ ଭୁଲକାହାର ଏବଂ କେଉଁଠି ହୋଇଛି।ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ।ବେଶୀ ଚ଼ିନ୍ତା କରନ୍ତୁନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ।ନିଜବନ୍ଧୁ ଏବଂ ପରିବାରରେ ଭଲବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ:-ପୂର୍ବରୁ ବିରୁଦ୍ଧରେଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ।ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧଉପରେ ଅକ୍ତିଆର ରଖିବାକୁ ହେବ।ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ:- କିଛି ବ୍ୟକ୍ତିଗତସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହିସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସରସହିତ ମୁକାବିଲାକରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ:-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ।ଆପଣ ସେହି କାର୍ଯ୍ୟକରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା :-ଅବାଞ୍ଛିତଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କକାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତାହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତଜଣାନ୍ତୁ।ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥାକୁହନ୍ତୁ ।
ତୁଳା:-ଆଜି ବ୍ୟୟବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନଅଟେ କାରଣ ଆପଣ ଆଜି ସେମାନଙ୍କସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟଅଟେ।ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା:-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇରୁହନ୍ତୁ।କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ।ଯାହା ଆପଣ ହୋଇପାରିବେନାହିଁ ତାହା ହେବାପାଇଁ ଚ଼େଷ୍ଟା କରନ୍ତୁନାହିଁ
ଧନୁ:-ଆଜି ଶାରୀରିକ କଷ୍ଟସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟହୋଇପାରେ।ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷତାର ସଂଗତିରୁ ହିଁ ଜଣାଯାଏ।କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର:- ଆଜିରଦିନ ଆୟ ବର୍ଦ୍ଧକସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗନିଅନ୍ତୁ ଏବଂ ନୂଆବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରିପାରିବେ।କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲିପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବନାହିଁ।ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ଆପଣଙ୍କର ସବୁ କଥାରେ ବାଧାରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
ମୀନ:- ଆଜି ଆପଣ କୌଣସି ସାମାଜିକସମାରୋହ ପରେ ନିଜଘରକୁ ସଜାଡିବାରେ ଲାଗିଯିବେ।ଘରକୁ ଠିକ୍ ଠାକ୍ କରନ୍ତୁ।କିଛି ଆରାମ ମଧ୍ୟ କରନ୍ତୁ।ଆପଣ ସମାରୋହର ଖୁବ୍ ମଜ୍ଜାନିଅନ୍ତୁ।କିନ୍ତୁ ନିଜଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି।।ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା।।
ଆଜିର ରାଶିଫଳ
Prev Post
Next Post
