ଏପ୍ରିଲମାସ ୨୯ତାରିଖ ୨୦୨୬ମସିହା(ବୁଧବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀରାତ୍ରି ଘ୦୭/୨୯ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର-ହସ୍ତା ରାତ୍ରି ଘ୧୨/୩୩ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୫୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/ ୦୭/୧୪,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୨୯ଗତେ ପଶ୍ଚିମେ,ବୃଷରାଶିର ଘ।ତଚନ୍ଦ୍ର,କର୍କଟରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
କାଳବେଳା-ଦିବା ଘ୦୮/୩୫ଗତେ ଘ୧୦/୧୦ ମଧ୍ୟେ,ବାରବେଳା- ଦିବା ଘ୧୧/୪୩ ଗତେ ଘ୦୧/୧୭ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୧ ମଧ୍ୟେ ଓ ରାତ୍ରି ଘ୦୬/୫୫ଗତେ ଘ୦୯/୧୬ମଧ୍ୟେ ଓ ଘ୦୨/୦୦ଗତେ ଘ୦୪/୫୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୩/୪୮ଗତେ ଘ୦୫/ ୨୫ମଧ୍ୟେ ଓ ରାତ୍ରି ଘ୦୯/୧୮ଗତେ ଘ୧୦/୫୫ମଧ୍ୟେ,ଅଦ୍ୟ ବାଇଗଣ ରାତ୍ରି ଘ୦୭/୨୯ଗତେ ବିରିଭକ୍ଷଣ ନିଷେଧ।
ମେଷ :-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ,କର୍ମରେ ଉନ୍ନତି ଓ ସମସ୍ତକର୍ମରେ ଆଶାତୀତ ସଫଳତାପାଇବେ,ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି।ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ।ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
ବୃଷ :-ଆଜି ବାଣିଜ୍ୟ,ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ।କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ ।ବାପାମାଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତିତହେବେ କିମ୍ବା ତାଙ୍କସହ ମତଭେଦ ଘଟିପାରେ ।ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି।ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
ମିଥୁନ :-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ।ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ।ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କର୍କଟ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମରହିବ। କର୍ମସ୍ଥାନରେ ଉଚ୍ଚପ୍ରଶଂସିତ ହେବେ ଓ ମହିଳାସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିରଯୋଗ ରହିଛି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
ସିଂହ:-ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣାଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସହିଟର ବ୍ୟବହାର କାଳରେ ସାବଧାନ ରହିବେ।ବାଣିଜ୍ୟ,ବ୍ୟବସାୟରେ ଆୟ ସ୍ୱଳ୍ପରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ।ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ଅନାଗ୍ରହୀ ହେବେ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ।
କନ୍ୟା:-ଅପମାନ, ଅପଯଶ, ଅପବାଦ ପାଇପାରନ୍ତି।ପୁତ୍ର,କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁନେଇ ଚିନ୍ତିତ ହେବେ।ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମଚାରୀ ଅପମାନ ଦେଇପାରନ୍ତି।ବାପାମାଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ।ମହିଳାମାନେ ପରିବାରରେ ଅସମ୍ମାନିତ ହେବେ।
ତୁଳା:-ବନ୍ଧୁବାନ୍ଧବ,ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ।ବ୍ୟବସାୟରେ ଆୟ ମଧ୍ୟମ ହେବ।କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧାସୁଯୋଗ ହାସଲ କରିବେ।ମୂଲ୍ୟବାନଧାତୁ,ଭୂମି କିମ୍ବା ଯାନବାହନକ୍ରୟ କରିପାରନ୍ତି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
ବିଛା:-କର୍ମପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି।ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ :-ଆର୍ଥିକ କ୍ଷତି,ବାଣିଜ୍ୟ ଓ ବ୍ୟବସାୟରେକ୍ଷତି ପହଞ୍ଚିବ।କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ।ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ ଅସ୍ଥିରମନା ହେବେ।ମହିଳାମାନେ ବଦଖର୍ଚ୍ଚି ହେବେ ।
ମକର:-ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ,ସୁବ୍ୟସନ ପ୍ରାପ୍ତି ହେବ ।ଯଶ,ସମ୍ମାନ ଓ ସାମାଜିକପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ :-ଅଟକିଥିବା କାମ ପୁଣି ଆରମ୍ଭକରିବାପାଇଁ ମନସ୍ଥ କରିବେ । ବାଣିଜ୍ୟ,ବ୍ୟବସାୟରେ ଆୟ ଅଧିକହେବ।ବ୍ୟୟ ଭାର କମ୍ ରହିବ।ହୃତଧନ ଫେରିପାଇବେ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍ କର୍ମରେ ଆଗ୍ରହୀ ହେବେ।ମହିଳାମାନେ ଘରକରଣା ଜିନିଷକ୍ରୟ କରିବେ।
ମୀନ :-କର୍ମରେ ଉନ୍ନତି ଓ ସଫଳତା ପାଇବେ।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ।ଆକସ୍ମିକ ଧନଲାଭ ଓ କୌଣସିସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି।ମୂଲ୍ୟବାନଧାତୁ କିମ୍ବା ଭୂମିକ୍ରୟ କରିବା ପାଇଁ ଯୋଜନା କରିବେ।ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରିରଖିବେ।ମହିଳାମାନେ ଆନନ୍ଦିତ ହେବେ ।

ନାଭିରେ ତେଲ ପକାଇବାର ଫାଇଦା
ସରିଷତେଲ (ସରିଷାତେଲ):-ଶୀତଦିନେ ଉଷୁମ ପ୍ରଦନକରେ, ତ୍ବଚାକୁ କୋମଳ କରେ।
ନଡ଼ିଆତେଲ (ନାରିକେଳତେଲ):-ହଜମ ପ୍ରକ୍ରିୟାରେ ଉନ୍ନତିଆଣେ,ପେଟ ଥଣ୍ଡା ରଖେ, ତ୍ବଚାକୁ ଚମକଦାର କରେ।
ଜଳପାଇତେଲ (ଅଲିଭ୍ ଅଏଲ୍):-ଶୁଖିଲା ତ୍ବଚାକୁ ଆର୍ଦ୍ରତା ଦିଏ,ତ୍ବଚାକୁ ପୋଷଣ ଯୋଗାଏ।
ନିମ୍ବତେଲ:-ଚର୍ମରୋଗ ଓ ବ୍ରଣ ଦୂରକରେ,ତ୍ବଚାକୁ ସୁସ୍ଥ ରଖେ।
ଜଡ଼ାତେଲ (କ୍ୟାଷ୍ଟର ଅଏଲ୍):-କୋଷ୍ଠ କାଠିନ୍ୟରୁ ମୁକ୍ତିଦିଏ,ପେଟ ସଫା ରଖେ,କେଶର ମୂଳ ଶକ୍ତି କରେ।।
।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।
ଆଜିର ରାଶିଫଳ
Prev Post
