ଆଖୁବିଲରୁ ଧରା ପଡ଼ିଲେ ଗୋବିନ୍ଦ ସାହୁ

0 282

ଭୁବନେଶ୍ୱର,୨୦/୧୦(ଏସ ଏସ ନିୟୁଜ)ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ସାଜିଥିବା ଗୋବିନ୍ଦ ସାହୁ ଶେଷରେ ଧରାପଡିଛି।ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁବିଲ ରେ ଲୁଚିଥିବାବେଳେ ପୋଲିସ ହାତରେ ଧରପଡି ଥିବାର ଜଣାପଡିଛି ।ଟିଟିଲାଗଡ଼ ପୋଲିସ ବାରାକରୁ ରବିବାର ଚମ୍ପଟ ମାରିଥିଲା ।କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ଏହି ଖୋଦେଇରେ ମାଟି ତଳୁ ଏକ ଦଗ୍ଧ ଶବ ଉଦ୍ଧାର ହୋଇଥିଲା ।ଏହି ଶବ ଜଣେ ମହିଳାଙ୍କର ହୋଇଥିବା ବେଳେ ପରିବାର ଲୋକ ଆସି ମାଟି ତଳୁ ମିଳିଥିବା ସୁନା ଚେନ୍ ଓ ପାଉଁଜି ମମିତାର ବୋଲି ଚିହ୍ନଟ କରିଥିବାର ଜଣାପଡିଛି ।

ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ  ସାହୁକୁ ଧରାଇବା ପାଇଁ ପୋଲିସ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ନିଖୋଜ ହୋଇଯାଇଥିଲେ । ଏହି ଘଟଣାରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ପୋଲିସ ପଚରାଉଚରା ପାଇଁ ଆଣିଥିବାବେଳେ ସେ ପୋଲିସ ହେପାଜତରୁ ଫେରାର୍ ହୋଇଯାଇଥିଲେ।

Leave A Reply

Your email address will not be published.