ଆରପାରିରେ ପୁରୁଖା ମୁରବୀ ଅଲେଖଚନ୍ଦ୍ରରଥ

0 505

ବାରଙ୍ଗ,୬/୩(ଏସ୍‌ଏସ୍‌ନିଉଜ) ବାରଙ୍ଗ ଅଂଚଳର ଖ୍ୟାତନାମା ମାତୃଭକ୍ତ,ନିତିବାନ,ନିଷ୍ଠାବାନ ଓ ସୁନାମଧନ୍ୟ ମୁରବୀ ଅଲେଖ ଚନ୍ଦ୍ର ରଥ ରବିବାର ପୁର୍ବାହ୍ନ୪-୫୫ରେ ସ୍ୱର୍ଗାରୋହଣ କରିଛନ୍ତି । ଗଣ୍ଡରପୁରସ୍ଥିତ ବାସଭବନରେ ୮୧ବର୍ଷ ବୟସରେ ରଥଙ୍କର ବିୟୋଗ ଘଟିଥିବାର ଜଣାପଡିବାପରେ ଗଣ୍ଡରପୁର ଗ୍ରାମସମେତ ବାରଙ୍ଗ ଅଂଚଳରରେ ଶୋକର ଛାୟା ଖେଳିଯାଇଛି ।ସେ ତାଙ୍କ ଜୀବନକାଳ ମଧ୍ୟରେ ଗଣ୍ଡରପୁରରେ ଶ୍ରୀଅରବିନ୍ଦ ସରକାରୀ ଉଚ୍ଚବିଦ୍ୟାଳୟ,ଖଇରାପଡାରେ ଶ୍ରୀଅରବିନ୍ଦ କେନ୍ଦ୍ରଧ୍ୟାନ  ମନ୍ଦିର, ଶ୍ରୀଅରବିନ୍ଦ ପୁର୍ଣାଙ୍ଗଶିକ୍ଷାକେନ୍ଦ୍ର ଏବଂ ଦାଢାରେ ଅରୋପୁର୍ଣାଙ୍ଗଗବେଷଣା ନିଳୟ ପରି ଅନେକ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ଭାବେ ସେ ନିଜକୁ ନିୟୋଜିତ କରି ଥିଲେ ।ସେ ସମ୍ପୁର୍ଣ ଜୀବନକୁ ସମାଜସେବା ଓ ସଂସ୍କାର ଆଣିବା ନିମନ୍ତେ ବିନିଯୋଗ କରି ବେଶ ପରିଚିତ ହୋଇପାରିଥିଲେ । ତାଙ୍କର ଅମ୍ଳାନସ୍ମୃତିକୁ ଆଜି ଅଂଚଳବାସୀ ଝୁରୁଛନ୍ତି ।ତାଙ୍କର ଦେହାନ୍ତ ହେବାର ଖବର ପାଇଁ ଅଂଚଳର ବହୁ ବୁଦ୍ଧିଜିବୀ,ମୁରବୀ,ଲୋକପ୍ରତିନିଧିମାନେ ପହଁଚି ଶେଷଦର୍ଶନ କରିଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.