ମହାନଦୀରେ ଫସିଲେ ହାତୀ

0 398

ବାରଙ୍ଗ, ୬/୩(ଏସ୍‌ଏସ୍‌ନିଉଜ) ନରାଜ ଆନିକଟ ନିକଟରେ ମହାନଦୀରେ ପାର ହେବା ସମୟରେ ଫସିଯାଇଥିଲା ଦୁଇଟି ହାତୀ ।ସେଥିମଧ୍ୟରେ ଗୋଟିଏ ଦନ୍ତା ଓ ଅନ୍ୟଟି ମାଇହାତୀଥିବାର ଜଣାପଡିଥିଲା ।ଶନିବାର ରାତିରେ ଆଠଗଡ ଖୁଂଟୁଣୀ ଜଙ୍ଗଲରୁ ୨ଟି ହାତୀ ମହାନଦୀ ଦେଇ ନଦୀ ପାର ହୋଇ ଚନ୍ଦକା ଡମପଡା ଜଙ୍ଗଲକୁ ଆସୁଥିଲେ ।ମହାନଦୀ ପାଣିର ସାମାନ୍ୟ ସ୍ରୋତ ଥିବାରୁ ନଦୀର ପାଣିରେ ଭାସି ଆସିଥିଲେ ।ରବିବାର ସକାଳେ ମହାନଦୀରେ ହାତୀ ଥିବାର ଜଣାପଡିବା ପରେ ଆଖାପାଖ ଗ୍ରାମବାସୀମାନଙ୍କ ଭୀଡ ଲାଗିରହିଥିଲା ।ଦିନତମାମ ଦେଖଣାହାରୀଙ୍କ ଭୀଡ ଲାଗିରହିଥିଲା ।ଖବର ପାଇ ଆଠଗଡ , ଚନ୍ଦକା ଡମପଡା ଓ ସିଟିଫରେଷ୍ଟର କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଁଚିଥିଲେ ।ଗୋଟେପଟେ ପ୍ରବଳଗହଳି ଯୋଗୁ ଲୋକମାନଙ୍କ ହୋହ୍‌ାହ୍ଲା ଓ ଅନ୍ୟପଟେ ନଦୀପାର ହେବାପାଇଁ ହାତୀଦ୍ୱୟଙ୍କ ଆପ୍ରାଣ ଉଦ୍ୟମ ଲାଗିରହିଥିଲା ।ପାଣିରୁ ବାହାରିବାପାଇଁ ହାତୀଦୁଇଟି ନଦୀ ଭିତରେ ଏପଟ ସେପଟେ ହେଉଥିଲେ ମଧ୍ୟ କୁଳକୁ ଆସିପାରିନଥିଲେ ।ବନବିଭାଗ କର୍ମଚାରୀମାନେ କେବଳ ଦେଖଣାହାରୀ ସାଜିବା ସହ ହାତୀଦୁଇଟିର ଗତିବିଧିକୁ ଲକ୍ଷକରି ରହିଥିଲେ ।ଖବର ପାଇ ବାରଙ୍ଗଥାନା ଓ ଗୋଡିସାହିଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ ମଧ୍ୟ ପ୍ରବଳ ଜନଗହଳି ଯୋଗୁ ଲୋକମାନଙ୍କ ହୋହାହ୍ଲାକୁ ରୋକି ପାରିନଥିଲା ।ତେବେ ରାତିହେବାପରେ ଲୋକାରଣ୍ୟ କମିବା ପରେ ହାତଦୁଇଟି ପାଣିରୁ ଉଠି ଜଙ୍ଗଲ ଅଭିମୁଖେ ଯିବ ବୋଲି ବନବିଭାଗ ଆଶା ବାନ୍ଧି ରହିଥିବାର ଜଣାପଡିଛି ।ଅଦ୍ୟାବଧି ହାତୀଦୁଇଟି ମହାନଦୀର ପାଣିରେ ଫସି ରହିଥିବାର ଜଣାପଡିଛି ।

Leave A Reply

Your email address will not be published.