କଲେଜ ଛାତ୍ରୀଙ୍କୁ ଗୁଳି କଲେ ଶିକାରୀ

0 157

ସୁନ୍ଦରଗଡ଼, ୬/୩(ଏସ୍‌ଏସ୍‌ନିଉଜ) ଜଙ୍ଗଲକୁ ବାର୍‌ହା ଶିକାର ପାଇଁ ଯାଇଥିଲେ ।କିନ୍ତୁ ବାରହା ଶବ୍ଧ ଭାବି ଶୁଖିଲା ଲଟା ଗୋଟାଉଥିବା ଯୁବତୀ ଉପରକୁ ଗୁଳିମାଡ କରିଥିଲେ ।ଫଳରେ କଲେଜରେ ପଢୁଥିବା ଯୁବତୀ ଉର୍ବଶୀ ନାଏକଙ୍କ ଦେହରେ ଗୁଳି ବାଜଥିଲା ।ସାଙ୍ଗରେ ଯାଇଥିବା ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଉର୍ବଶୀକୁ ଉଦ୍ଧାରକରି ଗାଁକୁ ଆଣିବାପରେ ପରିବାର ଲୋକ ଚିକିସ୍‌ାପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ ।ଏହିଭଳି ଘଟଣା ଆଜି ଦିନରେ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଘଟିଛି ।ଉର୍ବଶୀ ଲମଟିସ୍ଥିତ ମାମୁ ଘରେ ରହି ବିରବିରା କଲେଜରେ ପଢୁଛନ୍ତି ।ଆଜି ଅନ୍ୟ ସାଙ୍ଗମାନଙ୍କ ସହ ଗାଁପାଖ ଜଙ୍ଗଲକୁ ଶୁଖିଲା ଜାଳେଣି ଲଟା ଆଣିବାକୁ ଯାଇଥିଲେ ।ପୁର୍ବରୁ ବାରହା ଶିକାର ପାଇଁ ବୁଲୁଥିବା ଦୁଇ ଶିକାରୀ ବାର୍‌ହା ଭାବି ଶବ୍ଦ ଆସୁଥିବା ସ୍ଥାନକୁ ଲକ୍ଷ୍ୟ କରି ଗୁଳି ଚଳାଇ ଦେବାରୁ ଉର୍ବଶୀର ପିଚାରେ ଗୁଳିବାଜିଥିଲା ।ଖବର ପାଇ ପୋଲିସ ସହ ଦୁଇ ଶିକାରୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.