ଆସିଲା ୨୭୦ଟି ଆଳୁ ଭର୍ତ୍ତି ଟ୍ରକ୍

ଭୁବନେଶ୍ବର,୧୧/୮(ଏସଏସନିଉଜ)ଅନେକ ବାଦ ବିବାଦ ପରେ ଶେଷରେ ସବୁ ଚର୍ଚ୍ଚା ଆଲୋଚନାର ଅନ୍ତ ହେବାକୁ ଯାଉଛି। ରାଜ୍ୟରେ ଏଣ୍ଟ୍ରୀ କରିଛି ୩୦୦ ଆଳୁ ଭର୍ତ୍ତି ଟ୍ରକ୍। ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ସମୟରେ ୟୁପିରୁ ଆସିଛି ୩୦ଟି ଆଳୁ ଭର୍ତ୍ତି ଟ୍ରକ୍। ଏହିସବୁ ଆଳୁ ଗାଡି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୋଦାମ ଘରେ ପହଞ୍ଚିଛି। ଜଣେ ବ୍ୟବସାୟୀଙ୍କ କହିବା ନୁଯାୟୀ , ଏବେ ମଧ୍ୟ ପଶ୍ଚିମବଙ୍ଗ ସୀମାରେ ପୋଲିସ ଓଡ଼ିଶାକୁ ଆଳୁ ଗାଡି ଛାଡୁନାହିଁ ଫଳରେ ଝାଡ଼ଖଣ୍ଡ ରାସ୍ତା ପଟେ ରାଜ୍ୟକୁ ଆଳୁ ଆସୁଛି। ସେଥିପାଇଁ ଅଧିକ ଗାଡି ଭଡା ଖର୍ଚ୍ଚ ହେଉଛି। ଫଳରେ ଆଳୁର ଦର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହେଉଛି।ରାଜ୍ୟରେ ଆଳୁଗାଡି ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଆଳୁ ଦର କେଜି ପିଛା ୩୦ଟଙ୍କା ବିକ୍ରୀ ହେଉଛି। କିନ୍ତୁ ଏବେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ଆଳୁ ଦର ୪୦ ଟଙ୍କା ଉପରେ ରହିଥିବା ସୂଚନା ମିଳିଛି।

- Advertisement -

Leave A Reply

Your email address will not be published.