ଭୁବନେଶ୍ବର,୧୧/୮(ଏସଏସନିଉଜ)ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଛୁଟି ଦରଖାସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଦରଖାସ୍ତରେ ଛାତ୍ରଜଣକ ସ୍ପଷ୍ଟ ଭାବରେ ସ୍କୁଲକୁ ଯିବି ନାହିଁ ବୋଲି ଲେଖିଛନ୍ତି |ଭାଇରାଲ ହେଉଥିବା ଦରଖାସ୍ତରେ ଲେଖାଯାଇଛି ଯେ, ‘ପ୍ରିୟ ମାଡାମ…ମୁଁ ଆସିବି ନାହିଁ, ଆସିବି ନାହିଁ, ଆସିବି ନାହିଁ | ଧନ୍ୟବାଦ… ଆସିବି ହିଁ ନାହିଁ ମୁଁ |ଏଭଳି ଲେଖି ଶେଷରେ ନିଜ ନାମ ରାକେଶ ବୋଲି ଲେଖିଛି ଛାତ୍ର | ଏବେ ରାକେଶଙ୍କ ଏହି ଦରଖାସ୍ତ ଖୁବ ଭାଇରାଲ ହେବାରେ ଲାଗିଛି |
