ଆସିଲା ମାଛେଉଣ୍ଡ ହାତୀଛୁଆ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ)ଚନ୍ଦକା ଅଭୟାରଣ୍ୟରକୁ ରବିବାର ସଂଧ୍ୟାରେ କେଉଁଝରରୁ ୪ ମାସର ଗୋଟିଏ ଅଣ୍ଡିରା ହାତୀଛୁଆ ଉଦ୍ଧାର ହୋଇ ଆସିଛି। ଅଣ୍ଡିରା ହାତୀ ଛୁଆ ଟି ଜଙ୍ଗଲରେ ମାସହ ବୁଲୁଥିବା ବେଳେ ମା ହାତୀଠାରୁ ଛୁଆ ହାତୀଟି ଅଲଗା ହୋଇଯାଇଥିଲା। ଛୁଆ ହାତୀଟି ମାଛେଉଣ୍ଡ ହୋଇ କେଉଁଝର ବିଜେପି ରେଞ୍ଜ ନିକଟରେ ଏଣେତେଣେ ବୁଲୁଥିଲା। ବନ କର୍ମଚାରୀମାନେ ହାତୀ ଛୁଆଟିକୁ ଚଳିତ ମାସ ୧ ତାରିଖରେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଜାରି ରଖିଥିଲେ । ଛୁଆ ହାତୀଟି ଟିକେ ସୁସ୍ଥ ହେବାପରେ ଆଜି ଚନ୍ଦକା ଅଭୟାରଣ୍ୟ କୁମାରଖୁଣ୍ଟିରେ ଛାଡିଛନ୍ତି ।

- Advertisement -

Leave A Reply

Your email address will not be published.