ଆସୁଛି ବଡ ବନ୍ୟା

0 293

ସଂକ୍ଷେପରେ ଆଜି ସକାଳର ଖବର,ତାରିଖ ୩୦/୦୮/୨୦,ରବିବାର
୧-ଅନଲକ୍-୪.୦ ନେଇ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର। ଜାଣନ୍ତୁ,ସମସ୍ତ ଗାଇଡଲାଇନ୍ ଶେଷରେ ଅଛିଟ୍ଟ
୨-ବୁଡେଇବ ମହାନଦୀ : ହୀରାକୁଦର ୪୬ଟି ଗେଟ୍ ଖୋଲାଯିବା ପରେ ଆସୁଛି ବଡ ବନ୍ୟା, ବିଭିନ୍ନ ଜିଲ୍ଲାର ତଳି ଅଞ୍ଚଳ ଜଳମଗ୍ନ।
୩-ଜାତୀୟ କ୍ରୀଡ଼ା ପୁରସ୍କାରର ଅର୍ଥ ରାଶିରେ ବୃଦ୍ଧି : ଯେଉଁ ଖେଳାଳି କ୍ରୀଡାରତ୍ନ ପାଇବେ ତାଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଅର୍ଜୁନ ପୁରସ୍କାର ବିଜେତାଙ୍କୁ ୧୫ ଲକ୍ଷ ଟଙ୍କା ମିଳିବ।
୪-ଏସିଆରେ ପ୍ରଥମଥର ଚେନ୍ନାଇ ଡାକ୍ତର ଟ୍ରାନ୍ସପ୍ଲାଣ୍ଟ କଲେ ଫୁସଫୁସ: କରୋନା ପୀଡିତଙ୍କୁ ଦିଲ୍ଲୀରୁ ନିଆଯାଇଥିଲା ଚେନ୍ନାଇ
୫- ଆଜି ରବିବାର ଦିନ ଦେଶବାସୀଙ୍କ ସହ ‘ମନକି ବାତ’ କରିବେ ପ୍ରଧାନମନ୍ତ୍ରୀ।
୬-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ +୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ, ପାସ୍ ହାର ୯୧.୭୩ %।
୭-ସୁସ୍ଥ ହେଲେ ଶାହା: କରୋନାରୁ ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଖୁବଶୀଘ୍ର ହୋଇପାରନ୍ତି ଡିସଚାର୍ଜ, ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ।
୮-ରୁପେ ପ୍ଲାଟଫର୍ମରେ, ଆଇଆରସିଟିସି, ଏସବିଆଇ କାର୍ଡ଼, ଲଞ୍ଚ କଲେ କଣ୍ଟାକ୍ଟଲେସ୍ କ୍ରେଡ଼ିଟ କାର୍ଡ଼ – ରେଳବାଇ ଟିକେଟରେ ମିଳିବ ରିହାତି।
୯-ଫ୍ୟୁଚର ଗ୍ରୁପ ମୁଖ୍ୟ ବ୍ୟବସାୟ କିଣିଲେ ରିଲାଏନ୍ସ ରିଟେଲ, ୨୪,୭୧୩ କୋଟି ଟଙ୍କାରେ ହେଲା ଡିଲ୍
୧୦-ବନ୍ୟା ସ୍ଥିତି ମୁକାବିଲା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ : ୬ ଜିଲ୍ଲାର ସ୍ଥିତି ପରଖିବେ ଏହି ୬ ଆଇଏଏସ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଦିଆଗଲା ଦାୟିତ୍ୱ।
୧୧-ରୁଷ୍ ମାଟିରେ ଚୀନ୍ ଓ ପାକିସ୍ତାନ ସହ ବହୁଦେଶୀୟ ସମରାଭ୍ୟାସରେ ଅଂଶଗ୍ରହଣ କରିବ ନାହିଁ ଭାରତ।
୧୨-ଡୋକଲାମ ଓ ନାକୁଲା ସମେତ ଭାରତ ସଂଲଗ୍ନ ସୀମାରେ ଚୀନ ନିର୍ମାଣ କରୁଛି ମିଜାଇଲ ବେସ୍, ନୂତନ ଉପଗ୍ରହ ଛବିରୁ ଖୁଲାସା।
୧୩-୬୫, ୦୦୦ ଟଙ୍କା ପାଉଣା ସହ ଅନୁମୋଦନ ଲାଗି ଅଯୋଧ୍ୟା କର୍ତ୍ତୃପକ୍ଷଙ୍କ ପାଖରେ ମନ୍ଦିର ମାଷ୍ଟର୍ ପ୍ଲାନ୍ ଦାଖଲ କଲା ରାମ ଜନ୍ମଭୂମି ଟ୍ରଷ୍ଟ୍‌।
୧୪-କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଆକ୍ରମଣ; ପିଉସା ମୃତ।
୧୫-ଆଇପିଏଲ୍ ପୂର୍ବରୁ ଚେନ୍ନଇ ସୁପର କିଙ୍ଗସ୍‌କୁ ଆଉ ଏକ ଝଟକା : ଆଇପିଏଲରୁ ଓହରିଲେ ସୁରେଶ ରୈନା।
୧୬-ଜାତୀୟ କ୍ରୀଡା ଦିବସରେ ଖେଳରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।
୧୭-ଦେଶରେ ଭୁବନେଶ୍ଵର ସମ୍ ହସ୍ପିଟାଲରେ ହେବ କୋଭ୍ୟାକସିନର ଦ୍ଵିତୀୟ ପର‌୍ୟ୍ୟାୟ ମାନବ ପରୀକ୍ଷଣ।
୧୮-ଜେଇଇ-ନିଟ ପରୀକ୍ଷା: ରାଜ୍ୟବ୍ୟାପୀ ଲକଡାଉନ୍ ଓ ଶଟଡାଉନ୍ ମନା।
ସବିଶେଷ;-
କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାର କଟକଣା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରିରହିବ ।
ସେପ୍ଟେମ୍ବର ୭ରୁ ଦେଶରେ ମେଟ୍ରୋ ଟ୍ରେନ୍ ଚଳାଚଳକୁ ଅନୁମତି ।
ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧର୍ମୀୟ, ମନୋରଞ୍ଜନ ଓ ରାଜନୈତିକ ସମାବେଶକୁ ଅନୁମତି ।
ସେପ୍ଟେମ୍ବର ୨୧ରୁ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ, ମାସ୍କ ଓ ସାମାଜିକ ଦୂରତା କିନ୍ତୁ ବାଧ୍ୟତାମୂଳକ ।
ସେପ୍ଟେମ୍ବର ୨୧ରୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଅନୁମତି ମିଳିଲା ।
ସେପ୍ଟେମ୍ବର ୩୦ ତାରିଖ ପର‌୍ୟ୍ୟନ୍ତ ବନ୍ଦ ରହିବ ସ୍କୁଲ୍, କଲେଜ ଓ ଶିକ୍ଷାନୁଷ୍ଠାନ ।
ଅନଲାଇନ୍ ଶିକ୍ଷାଦାନ ଚାଲୁରହିବ, ଏହାକୁ ଅଧିକ ପ୍ରୋତ୍ସାହିତ କରାଯିବ ।
ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ  ପିଲାମାନେ ମାର୍ଗଦର୍ଶନ ପାଇଁ ସ୍କୁଲକୁ ଯାଇପାରିବେ ।
ସିନେମା ହଲ୍, ସୁଇମିଂ ପୁଲ, ପାର୍କ ଆଦି ଏବେ ଖୋଲିବନି ।
ଅନ୍ତର୍ଜାତୀୟ ଉଡ଼ାଣକୁ ମଧ୍ୟ ବର୍ତ୍ତମାନ ପାଇଁ ଅନୁମତି ଦିଆଯାଇନି ।

Leave A Reply

Your email address will not be published.