ଆକ୍ସନ ମୋଡରେ ନୀତିଶ

0 388

ଖବର ଆଜିର,ତାରିଖ ୦୪-୧୨-୨୦ ଶୁକ୍ରବାର
୧-ଅଫଲାଇନରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।
୨-ଆଜି ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ। ଭାରତୀୟ ସମୟ ଦିନ ୧.୪୦ରେ ଏହି ମ୍ୟାଚ୍ ଆରମ୍ଭ ହେବ। 
୩-ରାଜନୈତିକ କ୍ୟାରିୟରକୁ ନେଇ ସୁପରଷ୍ଟାର ରଜନୀକାନ୍ତର ଘୋଷଣା । ଜାନୁଆରୀରେ ନୂଆ ରାଜନୈତିକ ଦଳ କରିବେ ଲଞ୍ଚ । ଡିସେମ୍ବର ୩୧ରେ ହେବ ବିଧିବଦ୍ଧ ଘୋଷଣା
୪–ଇଂଲଣ୍ଡରେ ଆଗାମୀ ସପ୍ତାହରୁ ଦିଆଯିବ କରୋନା ଟିକା । ଭାରତକୁ ଫାଇଜର ଟିକା ଯୋଗାଇ ଦେବା ପାଇଁ ଚାଲିଛି କଥାବାର୍ତ୍ତା ।
୫-ହୀରାକୁଦରେ ହେବ କେଜ୍ କଲ୍‌ଚର ମାଛ ଚାଷ, ମତ୍ସ୍ୟ ବିଭାଗର ୧୫ଟି ସେବା ହେଲା ଅନଲାଇନ ।
୬-MDH ମସଲା କମ୍ପାନି‌ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ।
୭-ଜାତିସଂଘର ଐତିହାସିକ ନିଷ୍ପତ୍ତି, ବିଦଦଜନକ ଡ୍ରଗ୍ସ କ୍ୟାଟେଗୋରିରୁ ବାଦ୍ ପଡ଼ିଲା ‘ଭାଙ୍ଗ’ ।
୮-କୃଷକଙ୍କ ସମସ୍ତ ପ୍ରସଙ୍ଗ ଉପରେ ଖୋଲା ମନରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ : ଶନିବାର ୫ମ ପର୍ଯ୍ୟାୟ ଆଲୋଚନା ।
୯-ବ୍ୟାପୁଛି ଚାଷୀ ଆନ୍ଦୋଳନ । ଚାଷୀଙ୍କୁ ପ୍ରତାରଣା ଅଭିଯୋଗରେ ପଦ୍ମବିଭୂଷଣ ଫେରାଇଲେ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ।
୧୦-ସାଢ଼େ ୭ ଘଣ୍ଟାର ଆଲୋଚନାରେ ବି ବାହାରି ପାରିଲାନି ଚାଷୀ ଆନ୍ଦୋଳନର ନିଷ୍କର୍ଷ । କୃଷି ମନ୍ତ୍ରୀ କହିଲେ, ଆଲୋଚନା ସଫଳ, ଏମଏସପି ଥିଲା, ଆଗକୁ ରହିବ ।
୧୧-ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ।ଜାମିନ୍ ଆବେଦନ ଖାରଜ, ଝାରପଡ଼ା ଜେଲ୍ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
୧୨-ନୂଆ କ୍ରେଡିଟ କାର୍ଡ କିମ୍ଵା ଡିଜିଟାଲ ଲଞ୍ଚ ପାଇଁ ଏଚଡିଏଫସିକୁ ବାରଣ କଲା ଆର୍‌ବିଆଇ ।
୧୩-ୱେସ୍‌କୋ, ସାଉଥ୍‌କୋକୁ ବି ନେଲା ଟାଟା ପାୱାର ।
୧୪-ଭାରତୀୟ ଆମେରିକାନ୍ ଗୀତାଞ୍ଜଳି ରାଓ ‘ime kid of the year’
ମନୋନୀତ ।
୧୫-ଅନଲାଇନରେ ନିର୍ମାଲ୍ୟ ବିକ୍ରିକୁ ବିରୋଧରେ ଆମାଜନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା । କାହା ଅନୁମତିରେ କମ୍ପାନୀ ବିକ୍ରି କରୁଥିଲା ସେ ନେଇ ତଦନ୍ତ ଦାବି ।
୧୬-ମହାପ୍ରଭୁଙ୍କ ନାର୍ଗାଜୁନ ବେଶର ଚନ୍ଦ୍ର ସୂର୍ଯ୍ୟ ଗାଏବ ହେବା ପ୍ରସଙ୍ଗ । ନୀତି ପ୍ରଶାସକର ତଦନ୍ତ ଜାରି । ବେଶ କାରିଗରଙ୍କୁ ଡାକି ବେଶର ଲିଖିତ ରେକର୍ଡ ରଖିଲା ପ୍ରଶାସନ
୧୭-୧.୪୦ ଲକ୍ଷ ଖାଲି ସ୍ଥାନ ପାଇଁ ବିଭିନ୍ନ ପରୀକ୍ଷାର ଆୟୋଜନ କରିବା ପାଇଁ RRB, NTPC ୨୦୨୦ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ ।
୧୮-ଆକ୍ସନ ମୋଡରେ ନୀତିଶ ସରକାର : ଏକା ସାଙ୍ଗରେ ୬୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ , ୮୫ ବରଖାସ୍ତ ।

Leave A Reply

Your email address will not be published.