୧୦-୫-୨୦୨୫(ଶନିବାର)ଅଦ୍ଯ ମେଷ ଦି୨୭ନ, ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦ୨୯।୪୭ ଦିଘ୫।୧୧,ଚିତ୍ରା ଦ୫୬।୫ ରାଘ୩।୪୨,କନ୍ୟାଚନ୍ଦ୍ର ଦ୨୨।୧୧ ଦିଘ ୨।୮।ମେଷ ଦ୩/୩୭/୧୫ ଇଂଘ ୫/୧୬/୨୧ ଗତେ ଉଦୟ।ତୁଳା ଦ୪/୨୯/୦ ଇଂଘ ୬/୮/୪୩ ଗତେ ଅସ୍ତ ।ଯୋଗିନୀ ଦକ୍ଷିଣେ । ଦିବା ଘ୫।୧୧ ଗତେ ପଶ୍ଚିମେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୩।୪୨ ଗତେ ବିଶାଖା ଅନୁରାଧା ମୂଳା ଉତ୍ତରାଷାଢା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିର ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୨।୮ ଗତେ ତୁଳା ଧନୁ ମକର କୁମ୍ଭ ମେଷ ବୃଷ ମିଥୁନ ସିଂହ କନ୍ୟା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବୃଷ ସିଂହ କନ୍ୟା ରାଶିର ଘାତବାର ।ଦିବା ଘ୬।୫୧ ମଧ୍ୟେ ଘ୪।୩୫,ଗତେ ଘ୬।୧୦ ମଧ୍ୟେ କାଳବେଳା । ଘ୧।୨୫ ଗତେ ଘ୩।୦ ମଧ୍ୟେ ବାରବେଳା । ରାତ୍ରି ଘ୭।୩୫ ମଧ୍ୟେ ଘ୩।୫୧ ଗତେ ଘ୫।୧୪ ମଧ୍ୟେ କାଳରାତ୍ରି । ମୃତେ ପାଦଦୋଷ । ଫଳଂ କୃଷିହାନି । ଭୂମିଦାନ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ଦିବା ଘ୫।୧୧ ଗତେ ମାଷ (ବିରି) ଭକ୍ଷଣ ନିଷେଧ(ଅମୃତ)–ଦିବା ଘ୯।୧୬ଗତେ ଘ୧୨।୨୮ ମଧ୍ୟେ ରାତ୍ରି ଘ୮।୩୨ ଗତେ ଘ୧୧।୦୬ ମଧ୍ୟେ ଘ୧୨।୩୨ ଗତେ ଘ୨।୮ ମଧ୍ଯେ ଘ୩।୦ ଗତେ ଘ୪।୧୬ ମଧ୍ୟେ ।(ମାହେନ୍ଦ୍ର) – ନାସ୍ତି ।
ମେଷ:-ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ସୁସମ୍ବାଦ ପାଇବେ। ବ୍ୟବସାୟରେ ପ୍ରଗତି ହେବ। ପ୍ରେମରେ ସଫଳତା ମିଳିବ।
ବୃଷ:-କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅଚାନକ ଧନଲାଭ ହେବ। ପରିବାରରେ ଲାଗି ରହିଥିବା ମତଭେଦ ଦୂର ହେବ।
ମିଥୁନ:-କିଛି ନୂଆ ଶିଖିବାର ସୁଯୋଗ ମିଳିବ। ପୂର୍ବରୁ କରିଥିବା କାମର ଲାଭ ପାଇବେ। ବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ ବିତିବ।
କର୍କଟ:-ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେବେ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଭୂସ˚ପତ୍ତି କିଣିବାର ସମ୍ଭାବନା ରହିଛି।
ସି˚ହ:-କାର୍ୟ୍ୟକ୍ଷେତ୍ରରେ ଲାଗି ରହିଥିବା ବିବାଦର ସମାଧାନ ହେବ। ବନ୍ଧୁଙ୍କ ସହ ସମ୍ପର୍କ ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ।
କନ୍ୟା:-ନୂଆ କାମ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରମାନେ ଲେଖାପଢ଼ାରେ ମନ ଦେବେ।
ତୁଳା:-ଆପଣଙ୍କର କ୍ଷମତା ବୃଦ୍ଧି ଫଳରେ ଅନେକ କିଛି ହାସଲ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ରାଜନୀତିରେ ସମ୍ମାନ ମିଳିପାରେ।
ବିଛା:-ଅର୍ଥ ମାମଲାରେ ଆପଣଙ୍କୁ ଲାଭ ମିଳିବ। ବୈଦେଶିକ ବେପାରରେ ବଡ଼ ଚୁକ୍ତି କରିବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ଧନୁ:-କିଛି ଲୋକଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ। ସମାଜରେ ମାନ ସମ୍ମାନ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମକର:-ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ। ବୈବାହିକ ଜୀବନ ଖୁସି ଭରା ରହିବ।
କୁମ୍ଭ:-ଅଧୁରା କାମ ପୂରା ହେବ। ବେପାରରେ ଉଚିତ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ। ଚାକିରିଆଙ୍କୁ ଖୁସି ଖବର ମିଳିବ।
ମୀନ:-ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।
ମୟୂରପଙ୍ଖର ୮ଟି ଚମତ୍କାରୀ ଗୁଣ…
ଶାସ୍ତ୍ରରେ ମୟୂରପଙ୍ଖର ଅନେକ ମହତ୍ୱ ରହିଛି।ମୟୂରପଙ୍ଖ ଭଗବାନ କୃର୍ଷ୍ଣଙ୍କର ଅତ୍ୟନ୍ତପ୍ରିୟ ଅଟେ।ସେଥିପାଇଁ ମୟୂରପଙ୍ଖ କୃର୍ଷ୍ଣଙ୍କ ମୁକୁଟରେ ଶୋଭା ପାଇଥାଏ।ଆଉମଧ୍ୟ ଇନ୍ଦ୍ରଦେବ ମୟୂରସିଂହାସନ ଉପରେ ବସୁଥିଲୋପୁରୁଣାକାଳରେ ଲେଖିବାପାଇଁ ମୟୂରପଙ୍ଖର ବ୍ୟବହାର କରାଯାଉଥିଲା।ଏହିସବୁ କାରଣରୁ ଗ୍ରନ୍ଥ,ବାସ୍ତୁଶାସ୍ତ୍ର,ଜୋତିଷଶାସ୍ତ୍ରରେ ମୟୂରପଙ୍ଖକୁ ଖାସ୍ ସ୍ଥାନ ଦିଆଯାଇଛି।ତେବେ ଜାଣିବା ଏହି ମୟୂରପଙ୍ଖ ର ୧୦ଟି ଆଶ୍ଚର୍ୟ୍ୟଜନକ ଚମତ୍କାରୀଗୁଣ…
ପ୍ରଥମଟି ହେଲା- ଯେଉଁବ୍ୟକ୍ତି ନିଜଘରେ ଦୁଇଟି ମୟୂରପଙ୍ଖ ରଖିଥାଏ ସେହିଘରେ କେବେକେହି ଅଲଗା ହୋଇନଥାନ୍ତି।ଏହି ଦୁଇ ମୟୂରପଙ୍ଖ ରଖିବାଦ୍ୱାରା ଘର ପରିବାର ଏକତ୍ର ରହିଥାଏ।
ଦ୍ୱିତୀୟଟି ହେଲା-ଯେଉଁବ୍ୟକ୍ତି ସବୁବେଳେ ନିଜପାଖରେ ଗୋଟିଏ ମୟୂରପଙ୍ଖ ରଖିଥାଏ ତାକୁ ଭଗବାନ ସବୁ ବିପଦରୁ ରକ୍ଷା କରିଥାଆନ୍ତି।ସେ ସବୁବେଳେ କିଛି ନା କିଛି ବଡ଼ବିପଦରୁ ବଞ୍ଚିଯାଏ।
ତୃତୀୟଟି ହେଲା- ମୟୂରପଙ୍ଖକୁ ନିଜଘରେ ରଖିବାଦ୍ୱାରା ଅଶୁଭଶକ୍ତିର ନାଶହୋଇଥାଏ ଓ ଶୁଭଶକ୍ତିର ବାସ ହୋଇଥାଏ।
ଚତୁର୍ଥଟି ହେଲା- ଯଦି କାହାରପାଠ ଭଲହେଉନଥାଏ ତାହେଲେ ସେ ବ୍ୟାଗରେ ଗୋଟିଏ ମୟୂରପଙ୍ଖ ରଖିବାଦରକାର , ଏଥିଦ୍ୱାରା ତାର ବୁଦ୍ଧି ବଢିବ ଓ ପାଠ ଭଲହେବ।
ପଞ୍ଚମଟି ହେଲା- ନିଜ ପକେଟ୍ ଓ ଡାଏରୀରେ ମୟୂରପଙ୍ଖ ରଖିବାଦ୍ୱାରା ରାହୁଦୋଷ ପ୍ରଭାବ ପକାଇନଥାଏ।
ଷଷ୍ଠଟି ହେଲା- ଘରେ ଯଦି ବାସ୍ତୁଦୋଷଅଛି ତାହେଲେ ମୁଖ୍ୟଦ୍ୱାରରେ ତିନୋଟି ମୟୂରପଙ୍ଖ ସ୍ଥାପିତକରନ୍ତୁ ଯାହାଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ।
ସପ୍ତମଟି ହେଲା- ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅଧିକ ଝଗଡ଼ା ହେଉଥିଲେ ଦୁଇଟି ମୟୂରପଙ୍ଖ ଆଣନ୍ତୁ ତାକୁ ନିଜ ମ୍ୟାରେଜ ଆଲବମ୍ ରେ ଲଗେଇ ଦିଅନ୍ତୁ ଝଗଡା ବନ୍ଦ ହୋଇଯିବ।
ଅଷ୍ଟମଟି ହେଲା- ମୟୂରପଙ୍ଖକୁ ମୁଣ୍ଡପାଖରେ ରଖି ଶୋଇବାଦ୍ୱାରା କେବେ ଖରାପ ସ୍ୱପ୍ନ ଆସିନଥାଏ।ଏହାଥିଲା ମୟୂରପଙ୍ଖର ଚମତ୍କାରୀ ଗୁଣ ଗୁଡିକ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗାମାୟା!!