ଆକ୍ସନ୍ ମୋଡରେ ରାଜ୍ୟ ସରକାର

0 383

ଗୁରୁବାର ସକାଳର ଖବର,ତାରିଖ – ୦୫/୧୧/୨୦୨୦
୧ଆଇପିଏଲର ପ୍ଲେ ଅଫ୍ ଚୂଡାନ୍ତ : କାଲି ମୁମ୍ୱାଇ-ଦିଲ୍ଲୀ ଟକ୍କର; ଶୁକ୍ରବାର ବାଙ୍ଗାଲୋର-ହାଇଦ୍ରାବାଦ୍ ମୁକାବିଲା ।
୨-ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା : ସତର୍କ କରାଇଲେ ସରକାର।
୩-‘୨୦୨୧ ଜାନୁଆରୀ ସୁଦ୍ଧା ଦେଶରେ ସୁଲଭ ଉପଲବ୍ଧ ହୋଇପାରେ କୋଭିଡ୍ ଟିକା’- ପୁନାଓ୍ବାଲା ।
୪-ଫ୍ରାନ୍‌ସ୍‌ରୁ ଆସି ଭାରତରେ ପହଞ୍ଚିଲା ବାୟୁସେନା ରାଫେଲ୍ ବିମାନର ଦ୍ବିତୀୟ ବ୍ୟାଚ୍ ।
୫-ପାଣିପାଗ ପ୍ରାକ୍ ସୂଚନା ଯୋଗୁଁ ୧.୭ କୋଟି କୃଷକମାନଙ୍କର ବୃଦ୍ଧି ହୋଇଛି ଆୟ ।
୬-କରୋନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ପେନ୍‌ସନ୍‌ଭୋଗୀଙ୍କ ଅନୁପସ୍ଥିତିରେ ଦିଆଯିବ ପେନ୍‌ସନ୍ ।
୭-ବ୍ରିଟିଶ ଯୁଗର IPC ଏବଂ CrPC ପରିବର୍ତ୍ତନ କରିବାକୁ ଯାଉଛି କେନ୍ଦ୍ର – ଗୃହ ରାଷ୍ଟ୍ରମନ୍ତ୍ରୀ ରେଡ୍ଡି – ‘ପ୍ୟାନେଲ୍ ଗଠିତ’ ।
୮-ଇସ୍ତାନବୁଲ: ତୁର୍କୀରେ ଭୂମିକମ୍ପର ୪ଦିନ ପରେ ଭଙ୍ଗା ଅବଶେଷ ଭିତରୁ ୩ବର୍ଷର ଶିଶୁ କନ୍ୟାଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା।
୮-ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ମତଦାନ ନେଇ ସୂଚନା : ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରହିଛି ଇଭିଏମ; ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ।
୧୦-ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହେଲେ ରିପବ୍ଲିକ ଟେଲିଭିଜନର ମୁଖ୍ୟସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ।୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ ।
୧୧-ନଭେମ୍ୱରରେ ଖୋଲିବ ସ୍କୁଲ : ମନ୍ତ୍ରୀ କହିଲେ, ଡ୍ରାଫ୍ଟ ଷ୍ଟେଜରେ ଅଛି ଏସଓପି; ନବମରୁ ଯୁକ୍ତ ଦୁଇ ଯାଏଁ ହେବ ସବୁ କ୍ଲାସ୍ ।
୧୨-ଆହତ ରୋହିତଙ୍କ ଆଇପିଏଲ ଖେଳିବା ନେଇ ଉଠିଲା ପ୍ରଶ୍ନ : ପ୍ରଥମେ ଦେଶ, ନା ପ୍ରଥମେ କ୍ଲବ; ଆଘାତ ପାଇଁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଛନ୍ତି ରୋହିତ ।
୧୩-ଭୋଟ୍ ଗଣତି ଭିତରେ ରାଷ୍ଟ୍ରପତି ଟ୍ରମ୍ପ ଆଣିଲେ ବଡ ଅଭିଯୋଗ: କହିଲେ, ଫଳାଫଳକୁ ଚୋରି କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ ।
୧୪-ମାଣିକେରା ଓ ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର, କମ୍ବିଂ ଅପରେସନ ବନ୍ଦ କରିବାକୁ ଏସପିଙ୍କୁ ଚେତାବନୀ ।
୧୫-ଦୀପାବଳି ପୂର୍ବରୁ ଆଳୁ-ପିଆଜ ଦର ନିୟନ୍ତ୍ରଣ କରିବାକୁ ଆକ୍ସନ୍ ମୋଡରେ ରାଜ୍ୟ ସରକାର: ନିୟମ ଉଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ ।
୧୬-ଆସୁଛନ୍ତି ଝାଡ଼ଖଣ୍ଡୀ ହାତୀ, ଉପଦ୍ରବ ରୋକିବା ପାଇଁ ବନ ବିଭାଗ ଓ ବିଦ୍ୟୁତ ବିଭାଗର ପ୍ରସ୍ତୁତି ବୈଠକ ।
୧୭-ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଦାଖଲ ହୋଇ ପାରିଲାନି ତଦନ୍ତର ଷ୍ଟାଟସ୍ ରିପୋର୍ଟ ।
କରୋନା ଟିପ୍ସ୍ : ଲକ୍-ଡାଉନ୍ ଠୁ ସଟ୍-ଡାଉନ ସବୁ କଟକଣା, ସବୁ ନିୟମ ଆମ ପାଇଁ । ଏ ସବୁକୁ ମାନି ଚଳୁଥିଲେ, କରୋନା ରହିବ ଦୂରରେ ଯାଇ-ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।

Leave A Reply

Your email address will not be published.