ଏମୁକୁ ପୋଷ୍ୟ ଭାବେ ନେଲେ ଅର୍ଜୁନ

0 407

ବାରଙ୍ଗ.୪/୧୧(ଏସ୍‌ଏସ୍‌ନିୟୁଜ)୨୦୧୮ମସିହାରୁ ନନ୍ଦନକାନନରେ ଆରମ୍ଭ ହୋଇଥିବା ପୋଷ୍ୟ ଯୋଜନା ଏବେ ଗତିଶୀଳ ହୋଇ ଆଗକୁ ମାଡିଚାଲିଛି । ନନ୍ଦନକାନନର ପଶୁପକ୍ଷୀମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାର ସହଜ ମାଧ୍ୟମ ଅନ୍‌ଲାଇନ ହୋଇଥିବାରୁ ପଶୁପ୍ରେମୀମାନଙ୍କ ମଧ୍ୟରେ ଆଗ୍ରହ ବଢିଛି । ଲକ ଡାଉନ ସମୟରେ ନନ୍ଦନକାନନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ଥିବାବେଳେ ୨୩ ଲକ୍ଷ ଟଙ୍କା ରୋଜଗାର କରିପାରିଛି ନନ୍ଦନକାନନ।କୋଭିଡର କଟକଣା ଭିତରେ ଓଡିଶା ସମେତ ୧୨ଟି ରାଜ୍ୟରୁ କେତେକ ପଶୁପ୍ରେମୀ ୧୭୦-୭୫ଟି ନନ୍ଦନକାନନର ପଶୁପକ୍ଷୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି ।ତେବେ ଏହାର ପ୍ରଭାବ ନନ୍ଦନକାନନ ଚର୍ତୁପାର୍ଶ୍ବରେ ଥିବା ଗ୍ରାମମାନଙ୍କରେ ଅନୁଭୂତ ହୋଇଥିବାର ଦେଖିବାକୁ ମିଳିଛି ।ଏଥିପ୍ରତି ଆକର୍ଷିତ ହୋଇ ବାରଙ୍ଗ ଅଞ୍ଚଳର ଜଣାଶୁଣା ଶିଲ୍ପପତି ଅର୍ଜୁନ୍ ମହାରଣା ଏକ ଏମୁ ପକ୍ଷୀକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।ଏଥିପାଇ ବର୍ଷକୁ ୨୦ହଜାରେ ଟଙ୍କା ସେ ନନ୍ଦନକାନନକୁ ଦେଇଛନ୍ତି ।ନନ୍ଦନକାନନ କାର୍ଯ୍ୟ।ଳୟ ରେ ମହାରଣା ଙ୍କୁ ପ୍ରମାଣପତ୍ର ଓ ମାଗଣା ପ୍ରବେଶ ଟିକେଟ ପ୍ରଦାନ କରାଯାଇଥିଲା ।ଶିଲ୍ପପତି ଅର୍ଜୁନ୍ ମହାରଣାଙ୍କର ଏହି କାର୍ଯ୍ୟ ଜଣାପଡିବା ପରେ ବାରଙ୍ଗ ର ବିଭିର୍ଣ ଆଡୁ ତାଙ୍କୁ ସାବାସି ମିଳିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ ) କାର୍ଯ୍ୟ

Leave A Reply

Your email address will not be published.