ଅଧାବାଟରେ ଚାଲିଗଲା ଜୀବନ

0 236

ଖୋର୍ଦ୍ଧା, ୨/୧୦(ଏସଏସନିୟୁଜ)ଭୁବନେଶ୍ୱରରୁ ଫେରୁଥିଲେ ଘରକୁ ,ଫେରିପାରିଲେନି ।ଅଧାବାଟରେ ଚାଲିଗଲା ଜୀବନ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ଉପକଣ୍ଠ ମା’ ବାଟମଙ୍ଗଳା ଛକ ନିକଟ ଓଭର ବ୍ରିଜଠାରେ ଚାଲିଗଲା ମହିଳାଙ୍କ ଜୀବନ ।ଆଜି ସକାଳେ ସ୍କୁଟି ନଂ ଓଡି ୩୩-ଏଏ- ୨୧୭୮ଯୋଗେ ଭୁବନେଶ୍ୱରରୁ ତାଙ୍କ ନିଜ ଗ୍ରାମ ବେଗୁନିଆ ଡିଙ୍ଗର ରାଉତପଡ଼ାକୁ ସନାତନ ଦାସ ଓ ମଂଜୁଲତା ଫେରୁଥିଲେ । ମା’ ବାଟମଙ୍ଗଳା ଛକ ନିକଟ ଓଭରବ୍ରିଜଠାରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେବାରୁ ଗାଡ଼ିରୁ ଛିଟିକି ପଡ଼ି ଟ୍ରକ ଚକା ତଳକୁ ମଂଜୁଲତା ଚାଲିଯାଇଥିଲେ ।ଫଳରେ ଟ୍ରକଟି ମଂଜୁଲତାଙ୍କ ମୁଣ୍ଡ ଉପରେ ଚଢାଇଦେଇ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ମଂଜୁଲତା ଙ୍କରମୃତ୍ୟୁ ଘଟିଥିଲା ।ଖବରପାଇ ପୋଲିସ ଗୁରୁତର ଆହତ ଥିବା ସନାତନକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟ ପଠାଇଥିଲେ ।

Leave A Reply

Your email address will not be published.