ଅଧା ରହିଗଲା ସାଗ ତୋଳା

0 603

ମେଣ୍ଢାଶାଳ.୧୧/୧୦(ଏସ୍‌ଏସ୍‌ନିୟୁଜ) ଘରେ କହିକି ଯାଇଥିଲେ ଯାଉଛି ସାଗ ଆଣିବାକୁ ,ଆସିଲେ ସାଗ ଭାଜି ସାଙ୍ଗହୋଇ ଖାଇବା ।କିନ୍ତୁ ଅଧାରହିଗଲା ସାଗତୋଳା,ବିଧିର ବିଧାନ ଥିଲା ଅଲଗା ।ରାସ୍ତାରେ ଯାଉଥିବାବେଲେ ଏକ ବାଇକ ଧକ୍କାଦେବାରୁ ମୃତ୍ୟୁ ହୋଇଥିଲା ।ଏହିଭଳି ଏକ ଘଟଣା ଘଟିଛି ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳ ଗ୍ରାମମୁଣ୍ଡରେ ।
ମେଣ୍ଢାଶାଳ ଗ୍ରାମ ଉପରଭୋଇସାହିର ସତ୍ୟଭମାଭୋଇ ଓ ସୁମାଭୋଇ ଗାଁରୁ ବାହାରି ସାଗ ତୋଳିବାକୁ ଯାଉଥିଲେ । ଚନ୍ଦକାପିତାପଲ୍ଲୀ ରାସ୍ତାରେ ଯାଉଥିବାବେଲେ ଚନ୍ଦକାପଟରୁ ଏକଯୁବକ ଦ୍ରୁତଗତିରେ ଏକ ବାଇକ ଚଳାଇ ଆସି ଦୁଇଜଣ ମହିଳାଙ୍କ ପଛପଟରୁ ଧକ୍କାଦେଇଥିଲା ।ଫଳରେ ସତ୍ୟଭମାଙ୍କର ମୁଣ୍ଡରେ ଶକ୍ତଆଘାତ ଲାଗି ନାକପଟେ ରକ୍ତଶ୍ରାବ ହୋଇଥିବାବେଳେ ସୁମା ଖଣ୍ଡିଆଖାବରା ହୋଇଯାଇଥିଲେ । ସତ୍ୟଭମା ଗୁରୁତର ହେବାରୁ ତାକୁ ପୋଲିସ ପ୍ରଥମେ ମେଣ୍ଢାଶାଳଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜଧାନୀ ଚିକିସ୍‌।ଳୟକୁ ନେଇଥିଲେ ।ଚିକିସ୍‌।ଧିନ ଅବସ୍ଥାରେ ସତ୍ୟଭମାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ଦୁର୍ଘଟଣା ଘଟାଇଥିବା ବାଇକନଂ ଓଆର-୦୫-ଏଆର-୩୦୫୪କୁ ଜବତ କରି ବାଇକଚାଳକ ଶକ୍ତିରଞନ ଜୟଗୁରୁକୁ ପୋଲିସ ଅଟକ ରଖିଛି । ଯୁବକଜଣଙ୍କ ମଦ୍ୟପାନ କରି ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । (ମେଣ୍ଢାଶାଳରୁ ପଦ୍ମଚରଣବଡଜେନାଙ୍କ ରିପୋର୍ଟ) ।

Leave A Reply

Your email address will not be published.