ଅଧା ରହିଗଲା ଠାକୁରପୁଜା

0 216

କଟକ,୩୦ା୬(ଏସଏସନିଉଜ) ଆଜି ସକାଳେ କଟକ ଯୋବ୍ରା ରୋଡ଼ ଅଞ୍ଚଳରେ ଫୁଲ ତୋଳୁଥିବା ବେଳେ , ଅସାବଧାନତା ଯୋଗୁଁ ପାଚେରୀରୁ ପାଇଖାନା ଟାଙ୍କିକୁ ଖସିପଡି ଜୟନ୍ତୀରାଉତ ନାମକ ଜଣେ ୫୨ ବର୍ଷିଆ ମହିଳା ମୃତ୍ୟୁବରଣ କରିଛନ୍ତି ।ମହିଳାଜଣଙ୍କ ନିଜ ପାଚେରୀ ଉପରେ ଠିଆହୋଇ ଫୁଲ ତୋଳୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ମଇଳା ଟାଙ୍କିରୁ ମହିଳାଙ୍କୁ ଉଦ୍ଧାର କରିଥିଲେ ।ପରେ ଆମ୍ବୁଲାନ୍ସ ଯୋଗେ କଟକ ଏସିବିକୁ ପଠାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

 

 

Leave A Reply

Your email address will not be published.