ଆଜିର ରାଶିଫଳ

0 195

୨୦୨୩ମସିହା ଜୁଲାଇମାସ ୧ତାରିଖ ଶନିବାର।ଶ୍ରୀଜୀଉଙ୍କର ନୀଳାଦ୍ରିବିଜେ, ଶ୍ରୀ ଶିବଶୟନ ଉତ୍ସବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୪/୫୧ ,ସୂର୍ଯ୍ୟାସ୍ତ- ଘ୬/୨୫/ ୩୫ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ଶୌରି ବାସ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ। ରାତ୍ରି ଘ୧୧/୬ମି ପରେ ପଶ୍ଚିମ ଦିଗରେ। ଶନିବାର, ରିକ୍ତାତିଥି ଦୋଷ ହେତୁ ଯାତ୍ରା ନିଷେଧ। ଘାତଚନ୍ଦ୍ର–ନାହିଁ ,ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବାଇଗଣ ରାତ୍ରି ଘ୧୧/୬ମି ପରେ ବିରି ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଦିବା ଘ୬/୫୭ମି ମଧ୍ୟେ, ଘ୪/୪୭ମି ରୁ ସୂର୍ଯ୍ୟାସ୍ତ-ଘ୬/ ୨୬ମି ପର୍ଯ୍ୟନ୍ତ। କାଳରାତ୍ରି ଅସ୍ତରୁ ରାତ୍ରି ଘ୭/୪୭ମି ମଧ୍ୟେ, ଘ୩/୫୬ମି ରୁ ନିଶାନ୍ତ ଘ୫/ ୧୫ମିପର୍ଯ୍ୟନ୍ତ ।ଶୁଭବେଳା–ଅମୃତ ଦିବା ଘ୨/୫୨ମି ରୁ ଘ୫/୧୬ମି ମଧ୍ୟେ, ରାତ୍ରି ଘ୭/୧୪ମି ରୁ ଘ୮/୨ମି ମଧ୍ୟେ, ଘ୧୨/୨ମି ରୁ ଘ୨/୨୬ମି ମଧ୍ୟେ, ଘ୪/୨ମି ରୁ ରାତ୍ରିଶେଷ ଘ୫/୧୫ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା ସୁର୍ଯ୍ୟୋଦୟରୁ ଦିବା ଘ୬/୧୪ମି ମଧ୍ୟେ, ଘ୯/୧୬ମି ରୁ ଘ୧୦/୪୦ମିପର୍ଯ୍ୟନ୍ତ । ଶୁଭକର୍ମ:- ଅଦ୍ୟ ଆବଶ୍ୟକ ସ୍ଥଳେ ଅନୁରାଧା ନକ୍ଷତ୍ରେ ସୁର୍ଯ୍ୟୋଦୟଠାରୁ ଦିବା ଘ୩/୪୦ମିପର୍ଯ୍ୟନ୍ତ ବିବାହ ଓ ପାଣିଗ୍ରହଣ।
ମେଷ-ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ। ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ ଶୁଭପ୍ରସଙ୍ଗର ଆୟୋଜନ ହେବ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିବ।
ବୃଷ-ଅନୁକୂଳତା ଏବଂ ପ୍ରତିକୂଲତାର ମିଳାମିଶା ଦିନ ରହିବ। ବ୍ୟବସାୟରେ ଆପଣ ନୂଆ ବିଚାରଧାରା ଆଣିପାରନ୍ତି। ଆଲସ୍ୟ ଏବଂ ବ୍ୟଗ୍ରତା ଅନୁଭବ କରିପାରନ୍ତି, ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଅଗ୍ନି ଏବଂ ଜଳ ପ୍ରତି ସାବଧାନ ରହିବେ। ବ୍ୟାପାରିମାନଙ୍କୁ ଧନର ଆଦାନ-ପ୍ରଦାନ ଏବଂ ଯାତ୍ରାରେ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ। ସନ୍ତାନମାନଙ୍କର ପ୍ରଗତିରେ ମନ ପ୍ରସନ୍ନ ରହିବ। ଗୃହସ୍ଥ ଜୀବନ ଆନନ୍ଦପୂର୍ବକ ବିତିବ।
ମିଥୁନ-ନକାରାତ୍ମକ ବିଚାରକୁ ମନରୁ ଦୂର କରିବାକୁ ଉପଦେଶ। ଖାଦ୍ୟ-ପେୟରେ ଧ୍ୟାନ ରଖିବେ। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚ ହେବ। କୌଣସି କାରଣବଶତଃ ବାହରକୁ ଯିବାର ପ୍ରସଙ୍ଗ ଉପସ୍ଥିତ ହେବ। ମଧ୍ୟାହ୍ନ ପରେ ବୌଦ୍ଧିକ ଅଥବା ସାହିତ୍ୟିକ ପ୍ରବୃତ୍ତିଗୁଡ଼ିକରେ ରୁଚି ରହିବ। ସନ୍ତାନମାନଙ୍କର ପ୍ରଶ୍ନରେ ମାନସିକ ବ୍ୟଗ୍ରତା ବଢ଼ିବ। ଧନର ଖର୍ଚ୍ଚ ଅଧିକ ନ ହେଉ ଏହାର ଧ୍ୟାନ ରଖିବେ।
କର୍କଟ-ସ୍ଵାଦିଷ୍ଟ ଏବଂ ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ବିପରୀତ ଲିଙ୍ଗ ବ୍ୟକ୍ତି ମାନଙ୍କୁ ସାଥିରେ ପାଇ ଆପଣ ପ୍ରସନ୍ନ ରହିବେ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଚାନକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ବଢ଼ିବ। ଚାକିରି-ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ କାବୁ ରଖିବେ ଏବଂ ନୂଆ କାମ ଆରମ୍ଭ କରିବାରେ ସାବଧାନ ପୂର୍ବକ କରିବେ।
ସିଂହ-ଆପଣଙ୍କ ବ୍ୟାପାରର ବିସ୍ତାର ହେବ। ଉଚିତ କାର୍ଯ୍ୟଗୁଡ଼ିକ ଉପରେ ଧନ ଖର୍ଚ୍ଚ ହେବ। ବିଦେଶ ସ୍ଥିତ ବ୍ୟବସାୟୀମାନଙ୍କ ଲାଭ ହେବାର ସମ୍ଭାବନା ଅଛି। ଆୟର ବୃଦ୍ଧି ହେବାପାଇଁ ଧନର ମାମଲାରେ ହାତ ଖୋଲା ରହିବ। ପ୍ରବଳ ଲାଭର ଯୋଗ ଅଛି। ବିଚାରରେ ଦ୍ୱନ୍ଦ୍ୱ ରହିବ। ଯାତ୍ରା ଯୋଗ ଅଛି। ଆକସ୍ମିକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ହୋଇପାରେ, ତଥାପି ମଧ୍ୟ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।
କନ୍ୟା-ଦିନ ସୁଖ-ଶାନ୍ତିପୂର୍ବକ କଟିବ। କପଡ଼ା ଏବଂ ଗହଣା କ୍ରୟ କରିପାରନ୍ତି। କଳା ପ୍ରତି ଅଭିରୁଚି ରହିବ। ବ୍ୟାପାର ପାଇଁ ଆଜିର ଦିନ ବହୁତ ଭଲ। ଧନ ସମ୍ବନ୍ଧିତ ବିଷଗୁଡ଼ିକରେ ସରଳତା ରହିବ। ଘରେ ଶାନ୍ତି ଏବଂ ଆନନ୍ଦର ମାହୌଲ ରହିବ। ସ୍ୟାସ୍ଥ୍ୟ ଭଲ ରହିବ। ବ୍ୟବସାୟର ବାତାବରଣ ଭଲ ରହିବ ଏବଂ ସହକର୍ମିମାନଙ୍କ ସାଥି ମିଳିବ।
ତୁଳା-ଦିନ ମଧ୍ୟମ ଫଳଦାୟୀ ରହିବ। ଶାରୀରିକ ଫୂର୍ତ୍ତି ଏବଂ ମାନସିକ ପ୍ରସନ୍ନତାର ଅଭାବ ହୋଇପାରେ। ପରିବାରରେ ବାଦ-ବିବାଦ ହୋଇପାରେ। ବ୍ୟାବହାରିକ ଜୀବନରେ ମାନହାନିର ପ୍ରସଙ୍ଗ ନବନୁ ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବ। ଆପଣ ସୃଜନାତ୍ମକ ଏବଂ କଳାତ୍ମକ ପ୍ରବୃତ୍ତିଗୁଡ଼ିକରେ ଯୋଡ଼ିହୋଇ ରହିବେ।
ବିଛା-ସଂପତ୍ତି ସମ୍ବନ୍ଧିତକାର୍ଯ୍ୟଗୁଡ଼ିକରେ ଏବଂ ଗୃହସ୍ଥ ଜୀବନର ପ୍ରଶ୍ନର ନିରାକରଣ ହେବ। ବ୍ୟାବସାୟୀ ଲୋକମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ। ଭାଇ-ବନ୍ଧୁମାନଙ୍କର ବ୍ୟବହାର ସହଯୋଗପୂର୍ଣ୍ଣ ରହିବ। ଶତ୍ରୁ ପରାସ୍ତ ହେବେ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ପ୍ରତିକୂଳତା ରହିବ। ବ୍ୟାବହାରିକ ଜୀବନରେ ଅପଯଶ ମିଳିବାର ସମ୍ଭାବନା ଅଛି। ଧନ ହାନିର ଯୋଗ ଅଛି।
ଧନୁ-ସ୍ଵାସ୍ଥ୍ୟ ଭଲ ରହିବ। ଆଜିର ଦିନ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକ ପାଇଁ ବହୁତ ଭଲ ଅଟେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ମଧ୍ୟାହ୍ନ ପରେ ସ୍ଥିତି ଅନୁକୂଳ ରହିବ। ମନରେ ଯାହା ଦ୍ୱନ୍ଦ୍ୱ ରହିବ ତାହାର ନିରାକରଣ ମିଳିଯିବ। ଶରୀର ଏବଂ ମନ ଦ୍ୱୟ ସ୍ଵସ୍ଥ ରହିବେ।
ମକର-ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକରେ ଆଜି ବୃଦ୍ଧି ହେବ। ବ୍ୟବସାୟ ଏବଂ ବ୍ୟାପାରରେ ମଧ୍ୟ ବାତାବରଣ ଅନୁକୂଳ ରହିବ। ଆପଣଙ୍କ ପ୍ରତ୍ୟେକକାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ଜୀବନରେ ଆନନ୍ଦର ମାତ୍ରା ବଢ଼ିବ। ମଧ୍ୟାହ୍ନ ପରେ ଆପଣଙ୍କ ବିଚାରରେ ନକାରାତ୍ମକତା ଚିନ୍ତା ଅଧିକ ରହିବ। ଶେୟାର ବ୍ୟବସାୟରେ ସମ୍ଭାଳିକରି ନିବେଶ କରିବେ।
କୁମ୍ଭ-ଧାର୍ମିକ ଏବଂ ସାମାଜିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ବନ୍ଧୁମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଝଗଡ଼ା ହୋଇପାରେ। ଆଜି କିଛି ଅଧିକ ଆଧ୍ୟାତ୍ମିକତା ଆପଣଙ୍କ ବ୍ୟବହାରରେ ଦେଖିବାକୁ ମିଳିବ। ଦୁର୍ଘଟଣା ଏବଂ ଶଲ୍ୟ ଚିକିତ୍ସା ପ୍ରତି ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରତ୍ୟେକକାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ଦେଖାଯିବ। ଅଫିସରେ ଆପଣଙ୍କ ପ୍ରଭାବ ବଢ଼ିବ। ଅଧିକାରୀମାନଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ମାନସିକ ଶାନ୍ତି ଆପଣଙ୍କ ମନରେ ରହିବ।
ମୀନ-ଆଜିର ଦିନ ଆପଣଙ୍କପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହ ପ୍ରଶ୍ନର ନିରାକରଣ ହୋଇଯିବ। ଯାତ୍ରା ଯୋଗ ଅଛି ମିତ୍ରମାନଙ୍କଠାରୁ ଉପହାର ମିଳିବ। ମଧ୍ୟାହ୍ନ ପରେ ପ୍ରତ୍ୟେକ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକତା ଅଛି। ଅଧିକ ଶ୍ରମ କରିବା ଉପରେ ମଧ୍ୟ କମ ଫଳ ପ୍ରାପ୍ତି ହୋଇପାରେ। ଅଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆପଣଙ୍କ ମନ ଅଧିକ ହେବ।

ନିତୀବାଣୀ-ଆଗରୁ ଲୋକମାନେ ମିଛକହିବାକୁ ଭୟ କରୁଥିଲେ ପାପ ହେବବୋଲି କିନ୍ତୁ ଏବେ ସତକହିବାକୁ ଭୟ କରୁଛନ୍ତି ବିପଦରେ ପଡ଼ିବେ ବୋଲି..
ବାସ୍ତୁଟିପ୍ପଣୀ-ଘର ବନେଇବା ପୂର୍ବରୁ ଜାଣନ୍ତୁ କିଛି ଅତିଦରକାରୀ ବାସ୍ତୁତଥ୍ୟ-ତେବେ ବସ୍ତୁଶାସ୍ତ୍ର କାହାକୁ କୁହାଯାଏ ? ଯେକୌଣସି ଘରେ କିମ୍ବା ଭବନରେ ପଞ୍ଚଭୁତର ସଠିକସନ୍ତୁଳନକୁ ବାସ୍ତୁଶାସ୍ତ୍ର କୁହାଯାଏ।ଯଦି ତାକୁ ସରଳଭାଷାରେ କହିବା ବାସ୍ତୁ ହେଉଛି ଗୋଟିଏ ପ୍ରାଚୀନବିଜ୍ଞାନ ,ଯାହାକୁ ପୂର୍ଵକାଳର ଲୋକମାନ ପ୍ରୟୋଗକରି ନିଜର ମନପସନ୍ଦର ଗୃହନିର୍ମାଣ କରୁଥିଲେ। ସଠିକ ବାସ୍ତୁର ପ୍ରୟୋଗଦ୍ୱାରା ଗୃହରେ ସକାରାତ୍ମକଶକ୍ତିର ପ୍ରଚଳ ହୋଇଥାଏ, ଯଦ୍ୱାରାକି ଗୃହରେ ଅବସ୍ଥାପିତକରୁଥିବା ମନୁଷ୍ୟର ଜୀବନଚର୍ଯ୍ୟରେ ଉର୍ଣ୍ଣତି ଆସିଥାଏ।ଆମେଯଦି ମୁଖ୍ୟ ଚାରିଟିଦିଗ ଯାହାକି ପୂର୍ବ, ପଶ୍ଚିମ,ଉତ୍ତର ଏବଂ ଦକ୍ଷିଣକୁ ଧ୍ୟାନରଖି ଘର ନିର୍ମାଣକରିବା ତେବେ ଗୃହଟି ଗୋଟିଏ ମନ୍ଦିରରେ ପରିଣତ ହୋଇପାରିବ।
ପ୍ରବେଶଦ୍ୱାର:-ଘରର ମୁଖ୍ୟଦ୍ୱାରା ବା ପ୍ରବେଶଦ୍ୱାର ଗୃହର ବସ୍ତୁଉପରେ ଆନେକ ଗୃରୁତ୍ବପୁର୍ଣ ପ୍ରଭାବ ପକେଇଥାଏ।ତେବେ ମହାବାସ୍ତୁ ପୁସ୍ତକ ଅନୁସାରେ ୩୨ଟି ମୁଖ୍ୟଦ୍ୱାରା କରିବାର ଆମପାଖରେ ଉପାୟ ଅଛି।ଘରର ମୁଖ୍ୟ ଦ୍ୱାରା ଏ ପରି ଜଗରେ ହେବା ଦରକାର ଯଉଠିକି ସୂର୍ଯ୍ୟଉଦୟର ପ୍ରଥମ କିରଣ ପଡିବ ଦରକାର ।ଏଥି ପାଇଁ ପୂର୍ବ ଏବଂ ଉତ୍ତର ଦିଗ ହେଉଛି ସବୁଠାରୁ ଉତ୍ତମ ଜାଗା

ଶୌଚାଳୟ:-ଯଦି ଆପଣକରଘରେ ଶୌଚାଳୟ ସଠିକଜାଗାରେ ନାହିଁ ,ତେବେ ଗୃହରେ ବାସକରୁଥିବା ମନୁଷ୍ୟର ମାନସିକବିକାଶ ଉପରେ ତାହା ପ୍ରଭାବ ପକେଇଥାଏ।ଶୌଚାଳୟ ପାଏ ସବୁଠୁ ସଠିକଜାଗା ହେଉଛି ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ ଏବଂ ଶୌଚାଳୟ ଉତ୍ତର-ପୂର୍ବରେ ନରଖିବାକୁ ବାସ୍ତୁ କହିଥାନ୍ତି।ମହାବାସ୍ତୁ ପୁସ୍ତକର କହିବାଅନୁସାରେ ଉତ୍ତର, ଉତ୍ତର-ପୂର୍ବ ଓ ପୂର୍ବରଖିବା ଦରକାର ଏବଂ ଦକ୍ଷିଣ ଓ ପଶ୍ଚିମଦିଗରେ ନରଖିବାକୁ ପରାମର୍ଶ ଦିଅତି।
ଶୋଇବା ଘର:-ଘରର ମୁଖ୍ୟଙ୍କ ଶୋଇବାଘରଟି ଦକ୍ଷିଣ-ପଶ୍ଚିମଦିଗରେ ରହିବା ଅତିଆବଶ୍ୟକ ଏବଂ ଏହାକୁ ମହାବସ୍ତୁ ମଧ୍ୟ ସହମତି ପ୍ରକାଶକରନ୍ତି।ଏହାବ୍ୟତୀତ ଗୃହର ବାକି ଶୋଇବା ଘରଗୁଡିକ କରିବାର ଦିଗ ହେଉଛି ଦକ୍ଷିଣ ଓ ପଶ୍ଚିମ।ଶୋଇବା ଘରଗୁଡିକ ଉତ୍ତର-ପୂର୍ବରେ କିପରି ନହଉ ଆମକୁ ଏହାପ୍ରତି ଧ୍ୟାନ ଦେବାର ଅଛି ।ଯଦି ଏହିଥିରେ କିଛି ବ୍ୟତିକ୍ରମ ଆସିଥାଏ ତେବେ ବ୍ୟକ୍ତିବିଶେଷକର ମାନସିକ ଓ ଶାରୀରିକଆବସ୍ଥା ଆନେକ ପରିବର୍ତ୍ତନ ଆସିଥାଏ ।
ପାଣିଟାଙ୍କି:-ଯଦି ଆପଣଘର ଛାତଉପରେ ପାଣିଟାଙ୍କି କରୁଛନ୍ତି ତେବେ ତାହା ବସ୍ତୁ ର ସବୁନିୟମ ମାନିବାଦରକାର।ତେବେ ବସ୍ତୁହିସାବରେ ପାଣିଟାଙ୍କି ପାଇଁ ସବୁଠୁ ଉପଯୁକ୍ତସ୍ଥାନ ହେଉଛି ପଶ୍ଚିମଦିଗ।
ପୂଜାଘର:-ଗୋଟିଏ ଗୃହରେ ସବୁଠୁ ଗୁରୁତ୍ୱପୁର୍ଣଜାଗା ହଉଚି ପୂଜାଘର ଏହା ଘରେ ବସବାସ କରୁଥିବା ବ୍ୟକ୍ତିବିଶେଷଉପରେ ମାନସିକପ୍ରଭାବ ପକେଇଥାଏ।ଯଦ୍ୱାରାକି ତା ଭିତରେ ସକାରାତ୍ମକଶକ୍ତିର ପ୍ରଭାବ ହୋଇଥାଏ ଓ ସେ ଭଗବତବିଶ୍ୱାସୀ ମଧ୍ୟ ହୋଇଥାଏ।ପୂଜାଗୃହ ପାଇ ସବୁଠୁ ଉପଯୁକ୍ତସ୍ଥାନ ହେଉଛି ଉତ୍ତର-ପୂର୍ବ।
ପିଲାରପଢ଼ାଘର:-ବିଦ୍ୟାଲାଭ କରୁଥିବା ଛାତ୍ରଛାତ୍ରୀପାଇ ଉତ୍ତରଦିଗରୁ ଆସୁଥିବା ସୂର୍ଯ୍ୟକକିରଣ ସବୁଠୁ ଉପଯୁକ୍ତ। ସେଥିପାଇଁ ଆମକୁ ଏପରିଜାଗାରେ ପଢ଼ାଘର ଟିକୁ ଏପରିଜାଗାରେ କରିବାରଅଛି ଯାଉଠିକି ପ୍ରଚୁର ପରିମାଣରେ ଉତ୍ତର ଦିଗରୁ ଆସୁଥିବା ସୂର୍ଯ୍ୟକିରଣ ପଡୁଥିବ।ଏଥିପାଇଁ ଉତ୍ତରଦିଗ ହଉଛି ସବୁଠାରୁ ସଠିକ ସ୍ଥାନ, ପଢା ଘର ପାଇ ଯାହାକି ପିଲାଟିକୁ ମାନସିକ ଚାପରୁ ଦୁରୀଭୂତ କରେ ଓ ବିଦ୍ୟା ଅଧ୍ୟାୟନ କରି ବାକୁ ଆଗ୍ରହ ବଢାଇଥାଏ।
ରୋଷେଇଘର:-ଗୃହର ରୋଷେଇଘର ଯାହାକୁ ଆମେ ହାଣ୍ଡିଶଳା ମଧ୍ୟ କହିଥାଉ, ଏଥିପାଇଁ ଉପଯୁକ୍ତସ୍ଥାନ ହେଉଛି ପୂର୍ବ,ଦକ୍ଷିଣ-ପୂର୍ବ।ସବୁଠୁ ଗୁରୁତ୍ୱପୁର୍ଣ ବିଷୟ ହେଉଛି ରୋଷେଇଘର ଏପରିଜାଗାରେ ହେବା ଦରକାର ଯାଉଠିକି ସକାଳର ସୂର୍ଯ୍ୟକିରଣ ପଡୁଥିବା ଯଦ୍ୱାରା ରାତିରେ ସୂର୍ଷ୍ଟହୋଇଥିବା କ୍ଷତିକରକ ଅଣୁଯିବ ଗୁଡିକ ମୃତୁବାରଣ କରନ୍ତି ଏବଂ ଆମକୁ ଗୋଟିଏ ପରିସ୍କାର ରୋଷେଇଘର ମିଳିଥାଏ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!

 

Leave A Reply

Your email address will not be published.