ଆଜିର ରାଶିଫଳ

0 176

୨୦୨୩ମସିହା ଜୁଲାଇମାସ ୨ତାରିଖ ରବିବାର।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ପୂର୍ଣ୍ଣିମାର ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟଦାନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୫/୧୧ ,ସୂର୍ଯ୍ୟାସ୍ତ- ଘ୬/୨୫/୩୯ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟ ବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୮/୧୭ମିପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ। ରାତ୍ରି ଘ୮/୧୭ମି ପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ରବିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଦିବା ଘ୧/୫୧ମି ପରେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର।ଘାତବାର–ମେଷ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବିରି, ରାତ୍ରି ଘ୮/୧୭ମି ପରେ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୨୪ମି ରୁ ଘ୧/୩୦ମିପର୍ଯ୍ୟନ୍ତ ।କାଳରାତ୍ରି ରାତ୍ରି ଘ୧/୧୪ମି ରୁ ଘ୨/୩୬ମିପର୍ଯ୍ୟନ୍ତ ।ଶୁଭବେଳା–ଅମୃତ ଦିବା ଘ୬/୫୨ମି ରୁ ଘ୯/୧୬ମି ମଧ୍ୟେ, ଘ୧୧/୪ମି ରୁ ଘ୨/୪ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୨୬ମି ରୁ ରାତ୍ରି ଘ୮/୨ମି ମଧ୍ୟେ, ଘ୧୧/୧୪ମି ରୁ ଘ୧/୩୮ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା ଦିବା ଘ୩/୪୦ମି ରୁ ଘ୪/୨ମିପର୍ଯ୍ୟନ୍ତ । ଶୁଭକର୍ମ:- ଦୂରଯାତ୍ରା, କ୍ରୟବିକ୍ରୟ, ରାଜଦର୍ଶନ, ବୃକ୍ଷରୋପଣ, ଔଷଧକରଣ ।
ମେଷ- ପରିବାରଲୋକଙ୍କର ସାହାଯ୍ୟସହଯୋଗ ପାଇବେ।ଏହାବ୍ୟତୀତ ଆପଣଙ୍କପାଇଁ ଆଜି ଅନେକ ନୂତନଜିନିଷର ଆରମ୍ଭ ହେବ।ବ୍ୟବସାୟରେ ଅନେକଭାବରେ ସଫଳତାପ୍ରାପ୍ତ ହେବ।
ବୃଷ- ସାହିତ୍ୟ,ସଙ୍ଗୀତ, କଳା ଓ କ୍ରୀଡା କ୍ଷେତ୍ରରେ ଆପଣ ଆଜି ସୁନାମଅର୍ଜନ କରିବେ ।ତେବେ ପ୍ରେମଜୀବନ ପାଇଁ ଆଜିରଦିନ ଆପଣଙ୍କପାଇଁ ଅନେକଭାବରେ ଶୁଭମୟ ରହିବ।
ମିଥୁନ-ଆପଣଆଜି ନୂତନଲୋକଙ୍କ ସହିତ ପରିଚିତ ହୋଇପାରନ୍ତି। ଆଜି ନୂତନଲୋକଙ୍କ ସହିତ ମିଶିବେ ଓ ନିଜରଭବିଷ୍ୟତ ଗଢ଼ିବାପାଇଁ ଆପଣଙ୍କୁଆଜି ସୁଯୋଗମିଳିବ।ଏହାବ୍ୟତୀତ ଆପଣଙ୍କ ବୈବାହିକ ଜୀବନ ଆପଣଙ୍କ ପାଇଁ ମଧ୍ୟ ଶୁଭ ରହିବ।
କର୍କଟ-ଯେଉଁଲୋକମାନଙ୍କର ପୂଜାବ୍ୟବସାୟ ରହିଛି ସେମାନେ ବହୁତଅଧିକ ଲାଭ କରିବେ। ଆପଣ ନିଜର ବନ୍ଧୁମାନଙ୍କର ମଧ୍ୟ ଆଜି ସହାୟତାପ୍ରାପ୍ତ କରିବେ।
ସିଂହ-ଆଜି ଆପଣ ଯେଉଁକାର୍ଯ୍ୟ କରିବେ ସେଥିରେ ଆପଣଆଜି ପୂର୍ଣ୍ଣଭାବରେ ସଫଳତାପ୍ରାପ୍ତ କରିବେ।ଆପଣଙ୍କୁଆଜି ଅନେକକ୍ଷେତ୍ରରେ ସଫଳତାମିଳିବ ।ଏହାବ୍ୟତୀତ ଆପଣଙ୍କପାଇଁ ବିଶେଷ ଭାବରେ ଶୁଭସମୟ ଆଜି ଆରମ୍ଭ ହେବାକୁ ଯାଉଛି।
କନ୍ୟା-ପିଲାମାନଙ୍କର ଲେଖାପଢା ପାଇଁ ଆଗ୍ରହବଢିବ।ଆପଣଙ୍କ କୌଣସିକାର୍ଯ୍ୟ ଅଧା ରହି ଯିବାରମଧ୍ୟ ସମ୍ଭାବନା ରହିଛି।ସତର୍କତା ଅବଲମ୍ବନକରିବେ।ଭଗବାନଙ୍କ ନାମନେଇ ସତକର୍ମ କର ଉଚିତ ଫଳପ୍ରାପ୍ତ ହେବ।
ତୁଳା-ପାରିବାରିକ ଶୃଙ୍ଖଳାରକ୍ଷା କରିବାପାଇଁ ଯାଇ ଆପଣଙ୍କୁ କିଛି କଷ୍ଟସହିବାକୁ ପଡ଼ିପାରେ ଏହା ବ୍ୟତୀତ ଆପଣଙ୍କପାଇଁ ଆଜିଦିନ ମଧ୍ୟମଫଳ ପ୍ରଦାନ କରିବାକୁ ଯାଉଚି।
ବିଛା- ଆଜିଦିନ ଆପଣଙ୍କପାଇଁ ଶୁଭରହିବ ଆଜି ଆପଣ ଯେଉଁକାର୍ଯ୍ୟ ମଧ୍ୟ ହାତକୁ ନେବେ ସେହି ସମସ୍ତ କାର୍ଯ୍ୟରେ ଆପଣ ନିଶ୍ଚୟଭାବରେ ସଫଳତାପାଇବେ , ଏହାବ୍ୟତୀତ ଆପଣଙ୍କଦିନ ଆଜି ବିଶେଷ ଭାବରେ ଭଲ।
ଧନୁ-ଆଜି ଆପଣ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।ଏହାବ୍ୟତୀତ ସକାଳୁସକାଳୁ ବନ୍ଧୁଙ୍କଦର୍ଶନ ପାଇବାଫଳରେ ଆପଣ ଅନେକଭାବରେ ଉପକୃତ ମଧ୍ୟ ହୋଇପାରନ୍ତି।
ମକର- ଆପଣ ଆଜିନିଜର ଛୋଟରୋଗକୁ ନେଇ ମଧ୍ୟ ଯତ୍ନବାନରହିବାର ଆବଶ୍ୟକତା ରହିଛି ।ଏହା ଆପଣଙ୍କପାଇଁ ସମସ୍ୟା ସୃଷ୍ଟିକରିପାରେ।ତେଣୁ ଆପଣଆଜି ସତର୍କହୋଇ ରହିବା ଆବଶ୍ୟକ ଅଟେ।
କୁମ୍ଭ-ଏହିରାଶିର ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗର ଅଭାବ ରହିବନାହିଁ।ଭଗବାନଙ୍କ ନାମ ଜପକର । ସବୁଦୁଃଖ ଦୂରହେବ।
ମୀନ-ଆପଣ ଆଜି ସମସ୍ତକାର୍ଯ୍ୟରେ ସଫଳତାପ୍ରାପ୍ତ କରିବେ।ସାହିତ୍ୟ ,ସଙ୍ଗୀତ , କଳା ଓ କ୍ରୀଡା କ୍ଷେତ୍ରରେ ଆପଣଆଜି ସୁନାମଅର୍ଜନ କରିବେ ଓ ଯେଉଁକାର୍ଯ୍ୟ ହାତକୁନେବେ ତାହାକୁ ଆପଣ ନିଶ୍ଚୟଭାବରେ ପୂର୍ଣ୍ଣ କରିବେ।

ନିତୀବାଣୀ-ଭାଗ୍ୟ ଉପରେ ଆପଣ ଯେତେ ନିର୍ଭରକରି ଭବିଷ୍ୟତର ସ୍ବପ୍ନଦେଖିବେ ତେଵେ ଭଗବାନଙ୍କ ଉପରେ ବିଶ୍ବାସରଖନ୍ତୁ ।
ବାସ୍ତୁୁଟିପ୍ପଣୀ-ସକାଳେ ଘରର ମୁଖ୍ୟକବାଟ ଖୋଲିବାପରେ କରନ୍ତୁ ଏହି ଛୋଟକାମ, ଘରକୁଆସିବ ସୁଖସମୃଦ୍ଧି…
ଘରର ଦ୍ୱାରମୁହଁ ବାସ୍ତୁଅନୁଯାୟୀ ହୋଇଥାଏ ତେବେ ସେହିଘରେ ରହୁଥିବାଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକ ରହିଥାଏ ଏବଂ ସେହିଘରେ ରହୁଥିବାଲୋକଙ୍କ ସୁଖସମୃଦ୍ଧି ବଢିଯାଏ । ଶାସ୍ତ୍ରରେ ମୁଖ୍ୟ ଦ୍ୱାରକୁ ଗ୍ରହମାନଙ୍କ ଦ୍ୱାର ବୋଲି ମନାଯାଏ ।ଭାରତୀୟ ହିନ୍ଦୁଶାସ୍ତ୍ର ଅନୁସାରେ ଘରର ଦ୍ୱାରକୁ କଳସ,ଆମ୍ବ ପତ୍ର,ନଡ଼ିଆ ,ଫୁଲ,ଅଶୋକ ଦ୍ଵାରା ସଯାଇବାର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା ଘରର ଦ୍ଵାରମୁହଁରେ ଏହି ଦୁଇଟିଉପାୟ କରିବାଦ୍ଵାରା ଘରର ସମସ୍ୟା ଦୂରହୋଇଯିବ ।
ଯେତେବେଳ ଆପଣ ଦ୍ୱାରମୁହଁ କବାଟ ଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗାଜଳ ଆଣିକି ଛିଞ୍ଚନ୍ତୁ । ଘରର କବାଟରେ ସ୍ୱସ୍ତିକଚିହ୍ନ ମଧ୍ୟ ବନାନ୍ତୁ । ଏହାଅତ୍ୟନ୍ତ ଶୁଭହୋଇଥାଏ ଏବଂ ସେହି ସ୍ୱସ୍ତିକ ଚିହ୍ନକୁ ହଳଦୀ ଓ ସିନ୍ଦୁରଦ୍ଵାରା କରନ୍ତୁ । ଆପଣ ଏହାକୁ ସୁର୍ଯ୍ୟୋଦୟ ପୂର୍ବରୁ ହି କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘରର ଦ୍ଵାରମୁହଁରେ ଅଶୋକ ଓ ଆମ୍ବରପତ୍ରକୁ ସୂତାରେବାନ୍ଧି ଘର ର ଦୁଆରମୁହଁରେ ଲଗାନ୍ତୁ । ଏହିସବୁ ଉପାୟ କରିବାଦ୍ଵାରା ଆପଣଙ୍କଘରକୁ କୌାଣସି ଖରାପଶକ୍ତି ପ୍ରଵେଶ କରିପାରିବନାହିଁ ।ଏପରି କରିବାଦ୍ୱାରା ଆପଣଙ୍କର କୌଣସିସମସ୍ୟା ରହିବନାହିଁ । ଆପଣଙ୍କଘରେ ସର୍ବଦା ସୁଖଶାନ୍ତି ବଜାୟରହିବ । ଅସୁବିଧା କିମ୍ବା ଅଭାବ ରହିବନାହିଁ । ଅର୍ଥ ଜନିତ କୌଣସିସମସ୍ୟା ଦେଖିବାକୁ ମିଳିବନାହିଁ ।ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲରହିବ । ଆପଣଙ୍କ ଘର ଉପରେ କୌଣସି କୁଦୃଷ୍ଟି ପଡିବନାହିଁ । ଯଦି ଆପଣ ଏହି ନିୟମଗୁଡିକୁ ମାନି ଚଳିବେ ତେବେ ଆପଣଙ୍କଘରେ ଥିବା ସମସ୍ତ ବାସ୍ତୁଦୋଷର ବିନାଶ ଘଟିବ ।ଯଦି ଆପଣଙ୍କର ଦ୍ୱାର ସବୁବେଳେ ପରିଷ୍କାରରହିଥାଏ ତେବେ ସେହି ମୁଖ୍ୟଦ୍ୱାର ମାଧ୍ୟମରେ ଘରକୁ ସମସ୍ତପ୍ରକାର ଭଲଶକ୍ତି ପ୍ରବେଶକରିଥାନ୍ତି । ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି । ଘରର ମୁଖ୍ୟଦ୍ୱାର ଉପରେ କେବେମଧ୍ୟ କୌଣସିପ୍ରକାର ବୃକ୍ଷର ଛାଇ ପଡିବା ଉଚିତନୁହେଁ । ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମୟା!!

Leave A Reply

Your email address will not be published.