ଲୋକୋ ପାଇଲଟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 128

ଭୁବନେଶ୍ୱର,୧ା୭ (ଏସଏସନିଉଜ) ଭାରତୀୟ ରେଳରେ କାର୍ଯ୍ୟରତ ଲୋକୋ ପାଇଲଟ ସୁବଳ ଚରଣ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବେହେରା ଭାରତୀୟ ରେଳସେବାରେ ୧୯୮୯ ମସିହାରୁ କାର୍ଯ୍ୟଭାରଆରମ୍ଭ କରିଥିଲେ।ସେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ଜଙ୍କସନରେ ଲୋକୋ ପାଇଲଟ ଭାବେ ସୁଚାରୁ ରୂପେ କାର୍ଯ୍ୟସମ୍ପାଦନ କରି ଅବସର ଗ୍ରହଣ କରିଛନ୍ତି।ଏହି ଅବସର ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ହାଇକୋର୍ଟର ଆଇନଯିବି ଜ୍ଞାନରଞ୍ଜନ ଦାଶ, ସମାଜସେବୀ ଉଦୟନାଥ ବେହେରା, ସୌଦାମିନୀ ମହାପାତ୍ର, ସଂଯୁକ୍ତା ବେହେରା ରେଳବାଇର ଅଧିକାରୀ ଓ ସମସ୍ତ ଲୋକପାଇଲଟ ଓ ସହପାଇଲଟଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧି ଓ ଭଦ୍ରବ୍ୟକ୍ତି ଉପସ୍ଥିତଥିଲେ। ଉପସ୍ଥିତ ଅତିଥିମାନେ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛଦେଇ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

 

Leave A Reply

Your email address will not be published.