ଅଗ୍ନିଶମ ପାଇଁ ଗୋଟିଏ ନମ୍ବର ୧୧୨

0 233

କଟକ,୧୮/୯(ଏସଏସନିଉଜ) ଲାଗୁ ‌ହୋଲା ଏମରଜେନସି ରେସପନ୍‌ସ ସପୋର୍ଟ ସିଷ୍ଟମ (ଇଆରଏସଏସ) ସେବା ୧୧୨।ଏବେ ୧୦୧ବଦଳରେ ଦମକଳବାହିନୀର ସହୟତା ପାଇଁ ୧୧୨କୁ କଲ କରିବାକୁ ପଡିବ । ଅଗ୍ନିଶମ ବିଭାଗ ବା ଦମକଳବାହିନୀର ସହୟତା ପାଇଁ ଏକମାତ୍ର ୧୧୨ ହିଁ ଜରୁରୀ ସେବା ନମ୍ବର ରହିବ। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘୧୧୨’ ଇଣ୍ଡିଆ ମୋବାଇଲ ଆପ୍‌କୁ ଡାଉନଲୋଡ କରି ନିଜର ନାମ ପଞ୍ଜୀକରଣ କରିବା ସହ ସ‌ହଯୋଗ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି ।ତେବେ ଜରୁରିକାଳୀନ ପୁଲିସ ସହାୟତା ପାାଇଁ ଥିବା ୧୦୦ ନମ୍ବରକୁ ମଧ୍ୟ ଏହା ସହିତ ମିଶାଇ ଦିଆଯାଇଛି।

Leave A Reply

Your email address will not be published.