ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା

0 191

ଭୁବନେଶ୍ବର, ୧୮/୯(ଏସଏସନିଉଜ) ମୁଣ୍ଡୁଳି ଓ ନରାଜ ଠାରେ ମହାନଦୀରେ ବିପଦ ସଙ୍କେତ ତଳେ ଜଳସ୍ତର ରହିଛି।ଅନ୍ୟପଟେ ହୀରାକୁଦ ଡ୍ୟାମ୍‌ରେ ବି ମଧ୍ୟ ଜଳସ୍ତର ହ୍ରାସ ପାଉଛିା ହୀରାକୁଦରେ ଆଗରୁ ୨୮ଟି ଗେଟ୍ ଖୋଲାଯାଇଥିବାବେଳେ ୧୦ଟି ବନ୍ଦ ହୋଇ ଏବେ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରିରହିଛି ।ଯାହାଫଳରେ ମହାନଦୀରେ ହେବାକୁଥିବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି । ବନ୍ୟା ପରିସ୍ଥିତି ନାହିଁ। ଅବଶ୍ୟ କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ଅଟିକିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.