ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

0 226

କାକଟପୁର, ୧୮/୯(ଏସଏସନିଉଜ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ ସାମଲ ।ଏହିଭଳି ଘଟଣା ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅଂଚଳରେ ଘଟିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ପାଟସୁନ୍ଦରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ ସାମଲମୁତୁଣିଆ ଗ୍ରାମର କ୍ଷୀରୋଦ କୁମାର ଦଳାଇଙ୍କଠାରୁ ଏକ ହୋଟେଲ ନିକଟରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।ପୁର୍ବପ୍ରସ୍ତୁତ ଅନୁଯାୟୀ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଧରିଥିଲେ ।

Leave A Reply

Your email address will not be published.