ଜାଳେଣୀ କାଠ ସଂଗ୍ରହ ସାଜିଲା କାଳ, ବୈତରଣୀରେ ଦୁଇ ନିଖୋଜ,ଜଣେ ଉଦ୍ଧାର

0 203

ଆନନ୍ଦପୁର, ୧୮/୯(ଏସଏସନିଉଜ) ବୈତରଣୀ ନଦୀରୁ ଜାଳେଣୀକାଠ ସଂଗ୍ରହ ସାଜିଲା କାଳ ।ଜାଳକାଠ ସଂଗ୍ରହ କରି ଫେରୁଥିବାବେଳେ ଭାସିଗଲେ ତିନିଜଣ ।ସୈାଭାଗ୍ୟବଶତ ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବାବେଳେ ଅନ୍ୟଦୁଇଜଣଙ୍କର ପତା ମିଳିପାରିନାହିଁ ।ଏହି ଘଟଣା ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜ୍ ନିକଟରେ ଘଟିଛି । କୁମୁଣିଆ ଗ୍ରାମର ଜଗବନ୍ଧୁ ନାଇକ,କ୍ଷୀରୋଦ ନାଇକ ଓ ମାୟାଧର ନାଇକ ଏକ ଟ୍ୟୁବ୍ ଯୋଗେ ସକାଳେ ବୈତରଣୀ ନଦୀ ଭିତରକୁ ଜାଳକାଠ ସଂଗ୍ରହ ପାଇଁ ଯାଇଥିଲେ। କିଛି ଘଂଟାପରେ କାଠ ଭେଳାକୁ ନେଇ ଫେରୁଥିବାବେଳେ ଝାଡ଼େଶ୍ବର ମନ୍ଦିର ନିକଟରେ ଟ୍ୟୁବ୍‌ଟି ଓଲଟି ପଡିଥିଲା ।ଫଳରେ ମାୟାଧର ଓ କ୍ଷୀରୋଦ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।ସୈାଭାଗ୍ୟବଶତ ଏକ ପିଲର ସାଇଡ଼କୁ ଧରି ଜଗବନ୍ଧୁ ରହି ଯାଇଥିଲେ। ଜଗବନ୍ଧୁଙ୍କ ଚିକ୍ତାର ଶୁଣି ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଅଗ୍ନିଶମ ବାହିନୀ ଜଗବନ୍ଧୁଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଦୁଇଜଣଙ୍କ ପତା ପାଇପାରିନଥିଲେ ।

Leave A Reply

Your email address will not be published.