ଆହତଙ୍କୁ ଡାକ୍ତରଖାନା ନେଲେ ଯୁବକ

0 195

ବାରଙ୍ଗ, ୧୭/୫ (ଏସଏସନିଉଜ) ବାରଙ୍ଗ ରେଳ ଷ୍ଟେସନ ନିକଟ ମା କନକଦୁର୍ଗା ମନ୍ଦିର ସମ୍ମୁଖ ରେଳଧାରଣାରେ ଟ୍ରେନ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।ତାଙ୍କର ବାମ ହାତ କଟି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ଯୁବକ ଜଣକ ହେଉଛନ୍ତି ଚୌଦ୍ଵାର କୟଳପଡ଼ା ଶିମିଳିହାଣ୍ଡ ଗ୍ରାମର ଅର୍ଜୁନ ଦାସଙ୍କ ପୁଅ ଅଭିମନ୍ୟୁ ଦାସ(୩୬)।ଘଟଣା ପରେ ସ୍ଥାନୀୟ ଯୁବକମାନେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକଙ୍କ କହିବା କଥା ଅନୁଯାୟୀ ତାଙ୍କ ପୁଅର ମାନସିକ ସ୍ଥିତି ଠିକ୍ ରହୁନାହିଁ।ସୂଚନା ମୁତାବକ ବୁଧବାର ଅଭିମନ୍ୟୁ କିଛି ସହକର୍ମୀଙ୍କ ସହ ତ୍ରିଶୁଳିଆ ଅଞ୍ଚଳକୁ ରାଜମିସ୍ତ୍ରୀ ଭାବେ କାର‌୍ୟ୍ୟ କରିବାକୁ ଆସିଥିଲେ।ତାଙ୍କର ମାନସିକ ସ୍ଥିତି ବିଗିଡିବାରୁ ସେ ଅପରାହ୍ନରେ କେଉଁଆଡେ ଚାଲି ଯାଇଥିଲେ।ସେଠାରୁ ସେ ଆସି ଅପରାହ୍ନ ପ୍ରାୟ ୩ଟା ସମୟରେ କନକଦୁର୍ଗା ମନ୍ଦିର ସମ୍ମୁଖ ରେଳଧାରଣା ପାର ହେଉଥିବା ସମୟରେ କଟକ ପଟୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା।ଏଥିରେ ସେ ଗୁରୁତର ହୋଇ ପଡ଼ିଥିଲେ।ଉକ୍ତ ଫାଉଣ୍ଡେସନର ସଦସ୍ୟ ମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରି ଉପଯୁକ୍ତ ଚିକିତ୍ସା ଦେବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଫେରିଥିଲେ।

 

 

Leave A Reply

Your email address will not be published.