ଖୁସି ମନାଇଲେ ଦାରୁଠେଙ୍ଗ ଗ୍ରାମବାସୀ

0 274

ବାରଙ୍ଗ,୧୭।୫(ଏସଏସନିଉଜ)ଆଶ୍ୱସ୍ତି ପାଇଲେ ଦାରୁଠେଙ୍ଗ ଗ୍ରାମବାସୀ । ଦୀର୍ଘ ୧୫ ବର୍ଷ ଧରି କରିଆସୁଥିବା ଦାବି ଶେଷରେ ସରକାର ଶୁଣିଛନ୍ତି । ଆଜି ଠାରୁ ଅର୍ଥାତ୍ ବୁଧବାର ଠାରୁ ସବୁଦିନ ପାଇଁ ଦାରୁଠେଙ୍ଗ ଗ୍ରାମ ନିକଟରେ ଥିବା ଭୁଆସୁଣୀ ଡମ୍ପିଙ୍ଗ ୱାଡ ରେ ପଡ଼ୁଥିବା ଅଳିଆ ଆଉ ପଡ଼ିବ ନାହିଁ । ଯାହାକୁ ନେଇ ଗ୍ରାମବାସୀ ମାନେ ବେଶ୍ ଖୁସି ଥିବା ଜଣାପଡିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଦାରୁଠେଙ୍ଗ ଯାତ୍ରା ପଡିଆ ଠାରେ ଆୟୋଜନ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀ ରେ ଗ୍ରାମ ର ସରପଞ୍ଚ ତପନ ଚକ୍ରବର୍ତ୍ତୀ ଙ୍କ ନେତୃତ୍ୱରେ କରାଯାଇଥିଲା । ସମ୍ମିଳନୀ ରେ ସରପଞ୍ଚ ନିଜର ବକ୍ତବ୍ୟ ରେ କହିଥିଲେ ଯେ ଦୀର୍ଘ ୨୦୦୮ ମସିହା ରୁ ଏଠାରେ ଅଳିଆ ପକେଇବାକୁ ବିରୋଧ କରିଥିଲେ। ଯାହାକୁ ନେଇ ଗ୍ରାମର ପୂର୍ବତନ ସରପଞ୍ଚ ଠୁ ଆରମ୍ଭ କରି କେତେକ ଯୁବକ ଜେଲ୍ ହାଜତ କୁ ଯାଇଛନ୍ତି । ହେଲେ ଆମ ସଂଗ୍ରାମ ଜାରି ରହିଥିଲା । ଗତ ୩୦ ଅଗଷ୍ଟ ୨୦୨୨ ମସିହାରେ ଗ୍ରାମବାସୀମାନେ ଦୃଢ଼ ନିଷ୍ପତି ନେଇ ଏଠାରେ ଓପନ ଡମ୍ପିଙ୍ଗ ୱାଡ ବନ୍ଦ କରିବାକୁ ରାସ୍ତା ରୋକ କରିବା ସହିତ ନିଜ ଜିତ୍ ରେ ଅଟଳ ରହିଥିଲେ । ଯାହାକୁ ନେଇ ଭୁବନେଶ୍ବର ମେୟର , ବି ଏମ ସି କମିଶନର ,ବିଧାୟକ ସମେତ ଗ୍ରାମବାସୀମାନେ ଭୁବନେଶ୍ଵର ସର୍କିଟ ହାଉସ ରେ ଏକ ବୈଠକ କରାଯାଇଥିଲା । ଯାହା ଆଜି ସଫଳ ହୋଇଛି ।ଏଠାରେ ଆଜିଠାରୁ ସବୁଦିନ ପାଇଁ ଭୁଆସୁଣୀ ରେ ଅଳିଆ ପଡ଼ିବ ନାହିଁ । ଭୁଆସୁଣୀ ତାର ପୂର୍ବ ଅବସ୍ଥା କୁ ଫେରିପାଇବ। ଏବଂ ସରକାର ୩ ବର୍ଷ ସମୟ ମାଗିଛନ୍ତି ଭୁଆସୁଣୀ ପଡ଼ିଥିବା ଆଲିଆକୁ ବୈଜ୍ଞାନିକ ପଦ୍ଧତିରେ ବାଓ ମାଇନିଙ୍ଗ କରାଯାଇ ସଫା କରାଯିବ । ଯାହା ଆଜି ଆମ ପାଇଁ ଐତିହାସିକ ଦିନ ବୋଲି କହିଛନ୍ତି ।ଗତକାଲି ବିଏମସି ପକ୍ଷରୁ ଏକ ପତ୍ର ମାଧ୍ୟମରେ ଭୁଆସୁଣୀରେ ଆଉ ଆଳିଆ ପଡିବ ନାହିଁ ବୋଲି ପଂଚାୟତ କୁ ଜଣାଇବା ପରେ ସମସ୍ତଙ୍କ ମୁହଁ ରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ଏହି ସମ୍ମିଳନୀରେ ଗାଁର ମୁରବି ମାନେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.