ଆଜିର ରାଶିଫଳ

0 172

୧୮-୫-୨୦୨୩(ଗୁରୁବାର)ମେଷରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର । ଦିବା ଘ୨।୫୮ ଗତେ ଘ୬।୧୨ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୪ ଗତେ ଘ୧।୭ ମଧ୍ୟେ କାଳରାତ୍ରି । ଚତୁର୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବିରି ଭକ୍ଷଣ ନିଷେଧ । ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ।ଅମୃତ- ଦିବା ଘ୨।୪୯ ଗତେ ଘ୫।୧୩ ମଧ୍ୟେ ରାତ୍ରି ଘ୭।୦ ଗତେ ଘ୯।୨୪ ମଧ୍ୟେ ଘ୧୨।୩୬ ଗତେ ଘ୩।୦ ମଧ୍ୟେ ଘ୪।୩୬ ଗତେ ଘ୫।୧୩ ମଧ୍ୟେ । ମାହେନ୍ଦ୍ର – ଦିବା ଘ୬।୧ ମଧ୍ୟେ ଘ୯।୧୩ ଗତେ ଘ୧୦।୪୯ ମଧ୍ୟେ ।
ମେଷ:- ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି ।ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ ।ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ ।ମିତ୍ରସୁଖ ମିଳିପାରେ । ବିଦ୍ୟା ପ୍ରେମୀ ହେବେ।ଧନାଗମ ହେବ ।
ବୃଷ:-ଆଳସ୍ୟ ପରାୟଣ ହେଲେ ବି ଆୟ ଆଶାନୁ ରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲି ମୋକଦ୍ଦମାରେ ବିଜୟୀ ହେବେ ।ମୋକଦ୍ଦମା ଖର୍ଚ୍ଚ ମିଳିବ ।ଧନ, ସମ୍ପଦ,ଭରପୂର ରହିବ ।ସୁସ୍ଥ ଓ ନିରାମୟ ରହିବେ ।
ମିଥୁନ:- ଅର୍ଥପ୍ରାପ୍ତ ହେବେ।ମାତ୍ର ବ୍ୟୟବୃଦ୍ଧି ହେବାର ସୂଚନା ମିଳୁଛି । କର୍ମଚଞ୍ଚଳ ରହିବେ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । ଧାର୍ମିକ ପ୍ରକୃତିର ହେବେ ।ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତବିଦ୍ୟାରେ ରୁଚି ରହିବ ।
କର୍କଟ:- ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।କର୍ମଚଞ୍ଚଳ ରହିବେ ।ସରକାରୀ ସ୍ତରରେ ସମ୍ମାନିତ ହେବେ ।ଗୃହସୁଖ ସହିତ ଯାନବାହନ ସୁଖ ମିଳିବ । ବହୁବିଦ୍ୟା ପାରଙ୍ଗମ ହେବେ।
ସିଂହ:- ଆୟ ଆଶାନୁରୂପ ହେବ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ ।
କନ୍ୟା:- ଶ୍ରମ ସାର୍ଥକ ହେବ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ ।ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ବିନୟୀ ଭାବର ହେବେ ।
ତୁଳା:- କାର୍ଯ୍ୟ ବିଳମ୍ବିତ ହୋଇପାରେ। ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରଭାବ ବୃଦ୍ଧି ହେବ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଜଳଯାତ୍ରା କରିବା ଭଲ।
ବିଛା:- ବହୁ ସୁଖର ଅଧୁକାରୀ ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ସ୍ଵକର୍ମ ପାଇଁ ମନରେ ଅହଂ ଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କଠାରୁ ପରାମର୍ଶ ମିଳିବ।
ଧନୁ:- ଲୋକ ସଂପର୍କ ଅଧୁକତର ହେବ । ଭାଇ ମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶକ୍ତିମାନ୍ ଓ ଶତୃହନ୍ତା ହୋଇ ପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ।
ମକର:- କ୍ରୋଧ ସମ୍ବରଣ କଲେ ମାନ୍ୟତା ପ୍ରାପ୍ତ ହେବେ ।କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବହିବ ।
କୁମ୍ଭ:-ତେଜିୟାନ୍ ଓ କଡ଼ା ମିଞ୍ଜାସର ହୋଇପାରନ୍ତି । ଉଦାର ଭାବ ପ୍ରଦର୍ଶନ କରିପାରନ୍ତି । ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି ।ବ୍ୟକ୍ତିତ୍ଵର ବିକାଶ ଘଟିବ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।ମୀନ:-ବିବାଦୀୟ ଘଟଣାରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି ।ପ୍ରେମୀ ଓ ସାହସୀ ହେବେ ।ସାନଭାଇ ମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ ।!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.