କେନ୍ଦ୍ରାପଡା,୨ା୪(ଏସଏସନିଉଜ) ମହାକାଳପଡ଼ା କଳାଗଡ଼ଗାଁରେ ଆତଙ୍କ ଦେଖାଦେଇଛି ।ଏକ ଅଜଣାଜନ୍ତୁ ୨୮ଟିମେଣ୍ଢାଙ୍କୁ ମାରିସାରିଥିବାବେଳେ ଆଉ ୪ଟିମେଣ୍ଢା କ୍ଷତବିକ୍ଷତ କରିଥିବାର ଆଜି ସକାଳେ ଦେଖିବାକୁ ମିଳିଛି। ଅଜଣାଜନ୍ତୁ ସବୁମେଣ୍ଢାଙ୍କ ବେକରୁ ରକ୍ତଶୋଷିନେଇ ମାରି ଦେଇଥିବାରଜଣାଯାଇଛି। ଯଦୁପୁରପଞ୍ଚାୟତ କଳଗଡ଼ଗ୍ରାମର ମହନିଦାସଙ୍କର ଅଜଣାଜନ୍ତୁ ୨୮ଟି ମେଣ୍ଢାଙ୍କୁ ମାରିସାରିବା ପରେ ଆଉ୪ଟି ମେଣ୍ଢା କ୍ଷତବିକ୍ଷତ କରିଥିବାର ଜଣାପଡିଛି ।ଖବରପାଇ ଗାଁରେ ଆରଆଇ ଓ ପ୍ରାଣୀଧନନିରୀକ୍ଷକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
