ଆଜି ଭୁବନେଶ୍ୱରରେ ୧୯୦ ପଜିଟିଭ୍ ଚିହ୍ନଟ

0 266

ଭୁବନେଶ୍ୱର,୧୨/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ପଜିଟିଭ୍ ୧୯୦ରେ ପହଁଚିଛି ।୨୪ଘଂଟା ମଧ୍ୟରେ ଦିନକ ମଧ୍ୟରେ ବଡଗଡ, ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର, ଝାରପଡା, ସାମନ୍ତବିହାର ,ମଂଚେଶ୍ୱର ଓ ସୁନ୍ଦରପଦା ଅଂଚଳରୁ ଏକାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ଓ ୩୮ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ବୋଲି ବିଏମସିର ରିପୋର୍ଟ ରେ ଦର୍ଶାଯାଇଛି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୧୧ରେ ପହଁଚିଥିବାବେଳେ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି ।ଯେଉଁଭଳିଭାବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Leave A Reply

Your email address will not be published.