ଆଜି ଦିନସାରାର ଖବର ସଂକ୍ଷେପରେ

0 233

ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୯ ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲୋପ୍ରେସର । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର!!
ଭୁବନେଶ୍ୱର : ଆଜି ରାଜ୍ୟରେ ପୁଣି ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନ୍ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୪୫ ଓ ୩୦ଟି ଲୋକାଲ୍ କେସ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ରାଜ୍ୟରେ ଆଜି ପର‌୍ୟ୍ୟନ୍ତ ୪୩୩୮ କରୋନା ପଜେଟିଭ ଚିହ୍ନଟ!!
ଦେଶରେ ଦିନକରେ ସର୍ବାଧିକ ୨ହଜାର ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ: ୧୧ହଜାର ୯୦୩ମୋଟ୍ ମୃତ୍ୟୁ ସଂଖ୍ୟା । ଦିନକୁ ମୃତ୍ୟୁସଂଖ୍ୟା କେବେ ୪୦୦ ନ ଛୁଇଁଥିବା ବେଳେ ହଠାତ୍ ୨୦୦୦ ଟପିବା ସମସ୍ତଙ୍କୁ ବିବ୍ରତ କରିଛି ।ସେପେଟ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫୪ହଜାର ୬୫ ।
ଭୁବନେଶ୍ୱର: ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ କନ୍ଧମାଳରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝରରୁ ୧୧ ଓ ଖୋର୍ଦ୍ଧାରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ବାଲେଶ୍ବର: ବାଇକ୍‌ରେ ଯାଉଥିବାବେଳେ ଆହାରପୁର ଗାଁ ନିକଟରେ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ, ଆକ୍ରମଣର ଶିକାର ବ୍ୟକ୍ତି ବାଲେଶ୍ୱର ମେଡିକାଲରେ ଭର୍ତ୍ତି; ପ୍ରେମ ସଂପର୍କକୁ ନେଇ ଆକ୍ରମଣ ସୂଚନା, ଜଣଙ୍କୁ ଅଟକ ରଖି ପୁଲିସ୍ର ପଚରାଉଚରା!!
ପୋଲିସ କମିସନର : ବାରମ୍ବାର ତାଗିଦ ଓ ଅନୁରୋଧ ପରେ ବି ଲୋକେ ନିୟମ ମାନୁନାହାନ୍ତି । ମାସ୍କ ପିନ୍ଧୁ ନଥିବା ସହ ଲୋକମାନେ ସାମାଜିକ ଦୂରତା ରଖୁନାହାନ୍ତି । ୨୪ ଘଣ୍ଟାରେ ୧,୭୯୦ ଜଣଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି । ଟ୍ବିଟ କରି ବିରକ୍ତି ପ୍ରକାଶ ସହ ଚେତାବନୀ ଦେଲେ ପୋଲିସ କମିସନର ।
କଟକ : ଫେସବୁକ ପ୍ରେମ – ଫେସ୍‌ବୁକ୍‌ରେ ମହିଳାଙ୍କୁ ଅଶ୍ଳୀଳ ମେସେଜ ଦେବା ସହ ଏକତରଫା ପ୍ରେମ କରୁଥିବା ଏଏସ୍ଆଇ ସୁବ୍ରତ ଜ୍ଞାନରଞ୍ଜନଙ୍କୁ ମହିଳା ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । କଟକର ଜଣେ ମହିଳାଙ୍କ ସହ ଏଏସ୍ଆଇ ସୁବ୍ରତ ଜ୍ଞାନରଞ୍ଜନ ଫେସ୍‌ବୁକ୍‌ରେ ଯୋଗାଯୋଗ ହୋଇଥିଲା!!
ବାଲେଶ୍ବର : ସଦର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।
ବୌଦ୍ଧ : ଶିକାରୀ ଗୁଳିରେ ଦନ୍ତାହାତୀର ମୃତ ହୋଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ଜଙ୍ଗଲରେ। ମୃତ ଦନ୍ତାର ବୟସ ପ୍ରାୟ ୩ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଜଙ୍ଗଲରେ ଦନ୍ତାହାତୀକୁ ଶିକାର କରାଯାଇଛି । ହାତୀ ଦୁଇ ଦାନ୍ତ ପ୍ରାୟ ୪ଫୁଟ ଲମ୍ବ ରହିଛି ।
ଭୁବନେଶ୍ୱର : ଖୋଲିଲା ମାର୍କେଟ୍ ବିଲ୍‌ଡିଂ । ଆଜି ଅଳ୍ପ, କାଲିଠୁ ଖୋଲିବ ସବୁ ଦୋକାନ । ସାମାଜିକ ଦୂରତା ନରଖିଲେ ଦୋକାନ ସିଲ୍ । ରଦ୍ଦ ହେବ ଟ୍ରେଡ୍ ଲାଇସେନ୍ସ ।
ଭୁବନେଶ୍ୱର : ଗହଳି ନ କରି ମାର୍କେଟ ବିଲ୍ଡିଂ ଖୋଲିବାକୁ BMCର ଅନୁମତି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ବିଏମ୍‌ସିର ଗୁରୁତ୍ବ । ପ୍ରବେଶ ଓ ପ୍ରସ୍ଥାନ ଦ୍ବାରରେ ସିକ୍ୟୁରିଟି ରଖିବାକୁ ନିର୍ଦେଶ । ପର‌୍ୟ୍ୟାୟ କ୍ରମେ ଲୋକଙ୍କୁ ଭିତରକୁ ଛାଡ଼ିବାକୁ ନିର୍ଦେଶ ।
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଖାଲିଆଭଟା- ମତୁଆଲାଗୁଡ଼ା ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ବାଇକଟି ଭାରସାମ୍ୟ ହରାଇ ଇନ୍ଦ୍ରାବତୀ କେନାଲରେ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଜଣଙ୍କ ବିଭୁ କାଣ୍ଡ। ଆହତ ରାଜେଶ ବେରୁଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ଜୁନାଗଡ଼ ବ୍ଲକ୍ ମାଲିଗୁଡ଼ା ଗାଁରେ ବୋଲି ଜଣାପଡ଼ିଛି ।
କେନ୍ଦୁଝର : ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ । ଯୋଡ଼ା ଫରେଷ୍ଟ ସେକ୍ସନ ପିଅନ ଓ ଜୁରୁଡ଼ି ବିଟ୍ ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ଦେଓ ନିଲମ୍ବିତ । ଗତ ୧୩ ତାରିଖରେ ବିଦ୍ୟୁତ୍ ତାର ବିଛାଇ ୨ ହାତୀଙ୍କୁ ମାରିଥିଲେ ଶିକାରୀ । ବୈତରଣୀ(ଖ) ସଂରକ୍ଷିତ ଜଙ୍ଗଲ ଗୁରୁବେଡ଼ାରୁ ହାତୀଙ୍କ ମୃତଦେହ ମିଳିଥିଲା ।
ନୟାଗଡ : ଦଶପଲ୍ଲାର ପୂର୍ବତନ ବିଡିଓଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜା ଘଟଣାରେ ଜିଲ୍ଲା ଓଏଏସ୍ ସଂଘର ଆନ୍ଦୋଳନ ଧମକ । ଓଏଏସ୍ ଅଧିକାରୀମାନେ ଏକ ଜରୁରୀ ବୈଠକ ଡାକି ଏହି ନିଷ୍ପତ୍ତି ନେବା ସହ ଏସ୍ ପିଙ୍କ ଆଗରେ ଏନେଇ ଅଭିଯୋଗ କରିଛନ୍ତି ।
କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ ସୁବିଧା ମିଳିବ ।ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କୁ ହସ୍ପିଟାଲ ନିଆନଯାଇ ଏହି କେୟାର ହୋମ୍‌ରେ ରଖାଯିବ। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା ହେବ, ଏହାଦ୍ବାରା ଗ୍ରାମାଞ୍ଚଳରେ ୭୦ ହଜାର ଲୋକଙ୍କ ରହିବାର ବ୍ୟବସ୍ଥା କରାଯିବ ।
କେନ୍ଦୁଝର : ଆଜି ଆଉ ୧୧ଜଣ କୋରନା ରୋଗୀ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଦିସଚାର୍ଜ ହୋଇଛନ୍ତି , ତେବେ କେନ୍ଦୁଝର ରେ ସମୁଦାୟ ୭୫ ଜଣ ରୋଗୀ ଥିବା ବେଳେ ସେଥିମଧ୍ୟରୁ ୩୧ଜଣ ଆକ୍ଟିଭ ଅଛନ୍ତି । ଆଜି ୧୧ଜଣଙ୍କୁ ମିଶେଇ ସମୁଦାୟ ୪୪ ଜଣ ଡ଼ିସଚାର୍ଜ ହୋଇଛନ୍ତି ।
ବରଗଡ଼ : ACC ସିମେଣ୍ଟ କାରଖାନାର ସମ୍ମୁଖରେ ଶ୍ରମିକଙ୍କ ଆନ୍ଦୋଳନ । ଲକ୍‌ଡାଉନ ସମୟରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରମିକ ମାନଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳା ଏବଂ ଶ୍ରମିକ ଙ୍କୁ ଦୁବ୍ୟବହାର କରିବା ସହ ଗାଳିଗୁଲଜ କରିବାକୁ ନେଇ ଅଶାନ୍ତ ଶ୍ରମିକ କମ୍ପାନୀର HRଙ୍କୁ ମାଡ଼ ମାରିଛନ୍ତି । ଯାହାର ସିସିଟିଭି ଫୁଟେଜ ଆଧାରରେ HRଙ୍କ ଲିଖିତ ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ୪ ଜଣ ଶ୍ରମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ଟାଉନ ପୋଲିସ ।
ପୁରୀ : ପୁରୀ କୋର୍ଟ ସିଲ୍ ! କରୋନା ସଂକ୍ରମିତ ଅଭିଯୁକ୍ତ ସଂସ୍ପର୍ଶରେ ଆସିଥିଲେ ଓକିଲ ଓ ମୋହରି, ରିପୋର୍ଟ ପଜିଟିଭ୍ ପରେ ପଦକ୍ଷେପ । ହରିହର ଛକରୁ ଟାଉନ୍ ହଲ ପର‌୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ଜିଲ୍ଲାପାଳଙ୍କ ଅଫିସ ଆଜିଠୁ ୧୯ ତାରିଖ ଦିନ ୧୦ଟା ଯାଏ ସଟ୍‌ଡାଉନ ।
ଢେଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଜଣେ ମହିଳା, ସରପଞ୍ଚଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ବିଡିଓ କହିଲେ ପ୍ରକୃତ ଦୋଷୀକୁ ଦଣ୍ଡ ମିଳିବ ।
ବ୍ରହ୍ମଗିରି : ପଞ୍ଚାୟତକୁ ୫ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା । ପୁରୀ ଜିଲ୍ଲା ବ୍ରହ୍ମଗିରି ପଞ୍ଚାୟତର ବ୍ରହ୍ମଗିରି ଗାଁକୁ ୫ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ସରପଞ୍ଚ ମଧୁସ୍ମିତା ସାହୁ ଏହି ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ଗତକାଲି ଜଣେ କରୋନା ପିଜିଟିଭ୍ ଚିହ୍ନଟ ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରପଞ୍ଚ ।
ସାନଖେମୁଣ୍ଡି :ଦିଗପହଣ୍ଡି ବ୍ଳକ କରପଡ଼ା ଗ୍ରାମର ଅଭିମନ୍ୟୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନଙ୍କୁ ବୁଧବାର ମଧ୍ୟାହ୍ନରେ ଗାଁ ନିକଟ ସୁନା ଦେଇ ପାହାଡ଼ ପାଖ ଚାଷଜମିରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପତ୍ତି ଭାଗ ବଣ୍ଟାକୁ କେନ୍ଦ୍ରକରି ପୂର୍ବ ଯୋଜନା ଭାବେ ସଙ୍ଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଛନ୍ତି।
ସୋର : ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଜଣେ ବ୍ୟକ୍ତି ଗୁରୁତର । ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ, ଶିଶୁ କନ୍ୟା, ପୁଅ । ଏଭଳି ଏକ ଘଟଣା ଘଟିଛି ସୋର ଅନନ୍ତପୁର ଗୁଡ଼ ରାସ୍ତା ଆହାରପୁର ଛକରେ । ବାହାନଗା ବ୍ଲକ କୁରୁଡା ଗାଁର ବିଶ୍ୱରଞ୍ଜନ ଦାସ ବାଇକ ଯୋଗେ ଶ୍ବଶୁର ଘର ବାସୁଦେବପୁର ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ ।
ରାୟଗଡ଼ା : ଏ ବର୍ଷ ହେବନି ରଥଯାତ୍ରା ।ମନ୍ଦିର ପରିସରରେ ହେବ ତିନି ଠାକୁରଙ୍କ ନୀତିକାନ୍ତି । ମନ୍ଦିର ପରିସରରେ ଅସ୍ଥାୟୀ ମାଉସୀ ମାଆ ମନ୍ଦିର ହେବ । କୋରୋନା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି । ସେବାୟତ ଓ ଭକ୍ତ ସହଯୋଗ କରିବାକୁ ପ୍ରଶାସନର ନିବେଦନ । ସୂଚନା ଦେଲେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।
ଚାନ୍ଦବାଲି : ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ଟେକା ପଥର ମାଡ଼ କରିଥିଲେ। ଏହାସହ ସହ ଘର ଦ୍ବାର ମଧ୍ୟ ଭଙ୍ଗାରୁଜା ମଧ୍ୟ ହୋଇଛି। ଉଭୟ ପକ୍ଷରୁ ୫ ଜଣ ଲେଖାଏଁ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ଭୁବନେଶ୍ୱର: କରୋନା ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକୟୁକ୍ତଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ। ଲୋକୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ପିଟିସନ ଦାଖଲ କରାଯାଇଛି। ଆଠଟି ଦାବି ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ପଞ୍ଚନନ କାନୁନଗୋ, ଦଳର ମୁଖପାତ୍ର ସୁଦର୍ଶନ ଦାସ ପ୍ରମୁଖ ଲୋକାୟୁକ୍ତଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ନୀଳଗିରି : କରୋନା ସଂକ୍ରମଣ ପାଇଁ ସନ୍ଦେହ କରି ମାଆ- ଝିଅଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଧିନ କାଣ୍ଡଗରଡ଼ିହି ପଞ୍ଚାୟତ ଚିନ୍ତାମଣିପୁର ଗ୍ରାମରେ ଘଟିଛି। ଏହି ଗ୍ରାମର ଭାଗିରଥି ବେହେରା ଙ୍କ ସ୍ତ୍ରୀ ସାବିତ୍ରୀ ବେହେରା ଓ ତାଙ୍କ ଝିଅ ଭାରତୀ ବେହେରାଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି।
ସାଲେପୁର : କଟକ ଜିଲ୍ଲା ଚୌଦ୍ଵାର ଅଞ୍ଚଳର ଥିବା ବିରୂପା ନଦୀ ବନିକା ଗାଁ ପାର୍ଶ୍ଵରେ ଏକ ମଲା କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ । ଖବର ଜଣାପଡିବା ପରେ ଏହି କୁମ୍ଭୀର ଦେଖିବାକୁ ପାଖ ଅଞ୍ଚଳର ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କୁମ୍ଭୀରଟି ମାଛ ଜାଲରେ ପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କୁମ୍ଭୀରଟି ସାତକୋଶିଆରୁ ଆସିଥିବା ଜଣାପଡିଛି।
ଗତକାଲିର ଲଦାଖ ଘଟଣା ଉପରେ ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀଙ୍କୁ କରୋନା । ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ, ଆପ୍ ବିଧାୟିକା ଆତିଶୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଗତକାଲି ଗଲବାନ୍ ଘାଟିରେ ସଦିଦ୍ ହୋଇଥିବା ଆମ ବାହାଦୁର ଭାରତୀୟ ଯବାନଙ୍କ ବଲିଦାନକୁ ସମସ୍ତେ ମିଶି ସଲାମ କରିବା । ଆମ ଦେଶର ଅଖଣ୍ଡତାକୁ ରକ୍ଷା କରିବାକୁ ଯାଇ ନିଜେ ସହିଦ ହେଲେ ଯବାନ । ତାଙ୍କ ପରିବାରଜନଙ୍କୁ ଗଭୀର ସମ୍ବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗତକାଲି ଲଦାଖ ଗାଲ୍‌ୱାନ୍ ଭ୍ୟାଲିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣା: ସୀମାରେ କାର‌୍ୟ୍ୟରତ ଜଣେ କର୍ଣ୍ଣାଲ ଙ୍କ ସମେତ ୨୦ ଯବାନ ଗୁରୁତର ଆହତ ହୋଇଥିଲେ, ମାଇନସ୍ ତାପମାତ୍ରାରେ ଗୁରୁତର ଅବସ୍ଥାରେ ରହି ସେମାନଙ୍କ ମୃତ୍ୟୁ ହୋଇଥିବା ବେଳେ ଚୀନ୍ର ୪୩ ଯବାନଙ୍କ ଜୀବନ ଯାଇଛି। ହେଲିକପ୍ଟରରେ ନିଜ ଯବାନଙ୍କ ମୃତଦେହ ନେଲା ଚୀନ୍, ତେବେ ସଂଘର୍ଷରେ ୪୩ ନୁହେଁ ୫ ଯବାନଙ୍କ ମୃତ୍ୟୁ ହୋଇଥିବା କହୁଛି ଚୀନ୍ ।
ଲଦାଖ୍ ଗାଲୱାନ୍ ଭ୍ୟାଲି ଘଟଣା : ଯବାନଙ୍କ ମଧ୍ୟରୁ ୨ ଓଡ଼ିଆ ଥିବା ସୂଚନା,ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ, ଘର କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ବିଅରପାଙ୍ଗାରେ ଏବଂ ଅନ୍ୟ ଜଣେ ସହିଦ ଯବାନ ନନ୍ଦୁରାମ ସୋରେନ୍ ଘର ରାଇରଙ୍ଗପୁର ।
ବେଜିଙ୍ଗ୍ : ବେଜିଙ୍ଗ୍‌ରେ ନୂଆ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ୧୨୦୦ ଊର୍ଦ୍ଧ୍ବ ବିମାନ ବାତିଲ କରିବା ସହ ସ୍କୁଲ୍ ବନ୍ଦ କଲା ଚୀନ୍ ।
ମୁମ୍ବାଇ : ସୁଶାନ୍ତ ଆତ୍ମହତ୍ୟା ମାମଲା – ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା କେସ୍ ବଲିଉଡରେ ହଇଚଇ ଏବେ ହୋଇଛି। ଏହି କେସରେ ଏବେ ନୂଆ ମୋଡ୍ ଆସିଛି।ଏହି କେସ୍‌ରେ କରଣ ଜୋହର, ସଞ୍ଜୟ ଲୀଲା ଭଂସାଲୀ, ସଲମାନ ଖାନ, ଏକତା କପୁର ସମେତ ଅନ୍ୟ ଚାରି ଜଣଙ୍କୁ ସାମିଲ କରାଯାଇଛି। ଆଡଭୋକେଟ୍ ବିହାରର ମୁଜଫରପୁର କୋର୍ଟରେ ଏହି ସବୁ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ଏଏନଆଇ ଅନୁଯାୟୀ, ଏହି କେସ୍ ଆଇପିସିର ଧାରା ୩୦୬, ୧୦୯, ୫୦୪ ଓ ୫୦୬ ଆଧାରରେ ରୁଜୁ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି : ଭାରତ-ଚୀନ ସଂଘର୍ଷରେ ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମୋଦିଙ୍କ ୨ ମିନିଟ ନିରବ ପ୍ରାର୍ଥନା । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି କହିଲେ, ଆମ ଯବାନ ମାରି ମାରି ମରିଛନ୍ତି । ଏଥତ୍ପାଇଁ ଦେଶ ଗର୍ବ କରୁଛି, ଆମେ ଶାନ୍ତି ଚାହୁଁ, କିନ୍ତୁ ଉସୁକାଇଲେ କଡ଼ା ଜବାବ ଦେବୁ ।
ମୁମ୍ବାଇ : ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅମିତାଭ ବଚ୍ଚନ ।ସହିଦ ଯବାନଙ୍କୁ ସାଲ୍ୟୁଟ୍ କଲେ ବିଗ ବି । କହିଲେ, ଦେଶ ଓ ଆମକୁ ସୁରକ୍ଷିତ ରଖିବାକୁ ଯବାନ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି , ସହିଦ ହେବାକୁ ପଛାଉନାହାନ୍ତି ।
ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ସୈନିକ ମଧ୍ୟରେ ସୋମବାର ରାତିରେ ହିଂସାତ୍ମକ ସଂଘର୍ଷ ମଧ୍ୟରେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସହ ଫୋନରେ କଥା ହୋଇଛନ୍ତି। ଏଲଏସିରେ ସଂଘର୍ଷ କରିବା ପରେ ଏବେ ଚୀନ ଆଲୋଚନା ଜରିଆରେ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଉଛି।
ରାହୁଲ ଗାନ୍ଧୀ : ଭାରତ-ଚୀନ୍ ସୀମା ଉତ୍ତେଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ – ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ବୋଲି କଲେ ପ୍ରଶ୍ନ? ସେପଟେ ବୀର ଯବାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.