ପୁଣି ୧୭୫ ଚିହ୍ନଟ ଆକ୍ରାନ୍ତଙ୍କ ସ°ଖ୍ୟା ୪୩୩୮ କୁ ବୃଦ୍ଧି

0 195

ଭୁୁବନେଶ୍ୱର.୧୭/୬(ଏସଏସନିୟୁଜ) ପୁଣି ୧୭୫ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୪୫ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୩୦ଜଣ ସ୍ଥାନୀୟ ଲୋକ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୩୫୦ ଜଣ ଚିକିତ୍ସା ହେଉଥିବା ବେଳେ ୨୯୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୫ ଜିଲ୍ଲାରୁ ଚିହ୍ନଟ୧୭୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଖୋର୍ଦ୍ଧାରୁ ୨୫ , କଟକରୁ ୩, ମୟୁରଭଞ୍ଜରୁ ୫, , ସୁନ୍ଦରଗଡ଼ରୁ ୫, ଜଗତସିଂହପୁରରୁ ୭, କେନ୍ଦ୍ରପଡାରୁ ଜଣେ,ଝାରସୁଗଡାରୁ ଜଣେ, ବାଲେଶ୍ୱରରୁ ୬, ନୂଆପଡାରୁ ୪, କନ୍ଧମାଳରୁ ୭, ବଲାଙ୍ଗୀରରୁ ୩, ବରଗଡ଼ରୁ ୧୧, ପୁରୀରୁ ୧୮, ଗଞ୍ଜାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅଗ୍ନିଶମର ୨୧ଜଣ କମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଆଜିର ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ସଂଖ୍ୟା ୬୯୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ୩୯୪, କଟକ ୩୪୬, ଯାଜପୁରରେ ୩୪୧, ବାଲେଶ୍ୱର ୨୨୨, କେନ୍ଦ୍ରାପଡା ୧୮୬, ଭଦ୍ରକ ୧୭୭, ପୁରୀ ୧୩୮, ଜଗତସିଂପୁର ୧୭୪, ଏନଡିଆରଏଫ/ଓଡ୍ରାଫ/ଅଗ୍ନିଶମ କର୍ମଚାରୀ ୧୯୫, , କନ୍ଧମାଳ ୧୪୪, ସୁନ୍ଦରଗଡ଼ ୧୩୭, , ମୟୁରଭଞ୍ଜ ୧୨୬, ବଲାଙ୍ଗୀର ୧୪୭ ,ଗଜପତି୧୬୩.ନୟାଗଡ ୧୧୨ କୁ ବୃଦ୍ଧିପାଇଛି ।

Leave A Reply

Your email address will not be published.