ଆଜି ଦିନସାରାର ଖବର ସଂକ୍ଷେପରେ ,ତାରିଖ : ୧୫/୦୬/୨୦୨୦ (ସୋମବାର)

0 248

                                             ଆଜି ଦିନସାରାର ଖବର ସଂକ୍ଷେପରେ

ଓଡ଼ିଆଙ୍କ ଗଣ ପର୍ବ ରଜର ଆଜି ହେଉଛି ଦ୍ୱିତୀୟ ଦିନ । ହେଲେ କରୋନା ପାଇଁ ଫିକା ପଡ଼ିଛି ଏବର୍ଷ ର ରଜ। ଆଜି ରଜ ସଂକ୍ରାନ୍ତିରେ ବଳଦେବଜିଉଙ୍କ ମନ୍ଦିରରେ ପ୍ରବଳ ଭିଡ଼ ଜମିଥାଏ। ହେଲେ ଆଜି ସବୁ ଖାଁ ଖାଁ ଦେଖିବାକୁ ଲାଗିଛି।
ଆଜି ପୁଣି ବଢ଼ିଲା ତୈଳ ଦର । ଲଗାତାର ନବମ ଦିନରେ ବଢ଼ିଛି ତୈଳ ଦର, ପେଟ୍ରୋଲ ଲିଟର ପିଛା ୪୮ ପଇସା ବଢିଥିବା ବେଳେ ଡିଜେଲ୍ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି !
ଆରବସାଗରରେ ସକ୍ରିୟ ହେଲା ମୌସୁମୀ ବାୟୁ : ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବା ଫଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ।
ପୁରୀ : ପୁରୀରେ ପ୍ରବଳ ବର୍ଷା, ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି । ରଥଖଳା ଜଳାର୍ଣ୍ଣବ ଥିବାରୁ ରଥ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ।ମେଡିକାଲ ଛକ, ଗୁଣ୍ଡିଚା ମନ୍ଦିର ଓ ବଳଗଣ୍ଡି ଅଞ୍ଚଳ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ।
କାଲିଠୁ ରାଜ୍ୟରେ ସ୍ୱତନ୍ତ୍ର କରୋନା ଅଭିଯାନ ଆରମ୍ଭ : ୧୬ ଜୁନରୁ ୩୧ ଜୁଲାଇ ଯାଏଁ ଘରକୁ ଘର ବୁଲିବେ ଆଶା ଦିଦି ଓ ଏଏନଏମ କର୍ମୀ । ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ପରୀକ୍ଷା ପାଇଁ ସୁପାରିସ କରିବେ ।
ରାଜ୍ୟରେ ଆଉ ୧୪୬କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୫୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୧୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।
କେନ୍ଦୁଝର : କରୋନା କଟକଣା ନମାନି ରଜରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରି ୨୦୦ କର୍ମୀଙ୍କ ପାଇଁ ରନ୍ଧା ଯାଇଥିଲା ଭାତ, ଖାସି ମାଂସ ତରକାରି ଖାଇବା ପୂର୍ବରୁ ପୁଲିସ୍ର ଚଢ଼ାଉ।ହେଲେ ଖାଇବା ଆଗରୁ ଭୋଜିସ୍ଥଳରେ ପହଞ୍ଚିଗଲା ରାମଚନ୍ଦ୍ରପୁର ପୁଲିସ। ଭାତ, ମାଂସ ତରକାରି ସହ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ଓ ତାଙ୍କ ୩ ସହଯୋଗୀଙ୍କୁ ଉଠାଇନେଲା।
ପୁରୀ : ପ୍ରବଳ ଲଘୁଚାପ ବର୍ଷା ଓ ପବନରେ ଉଡିଗଲା ଶ୍ରୀମନ୍ଦିର ବାନା । ନୀଳଚକ୍ରରେ ଲାଗିଥିବା ବାନା ସହ ବାଉଁଶ ମଧ୍ୟ ଉଡ଼ି ନଷ୍ଟ ହୋଇଯାଇଛି ।
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରାଇବଲ ଛକ ନିକଟରେ ଯୁବକଙ୍କୁ ଆକ୍ରମଣ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ତରଭା ଗାଁର ଚିକୁନ ବିଶ୍ବାଳ ମୃତ । ଗତକାଲି ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିଲେ । ଅଭିଯୁକ୍ତ ଫେରାର, ସଦର ଥାନା ପୋଲିସର ତଦନ୍ତ ଜାରି ।
ନବରଙ୍ଗପୁର : ଚୋରାଚାଲାଣ ବେଳେ NH-୨୬ ଆମ୍ଵପାଣି ଘାଟିରେ ୯୫ଟି କଇଁଛ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ମୈଦଲପୁର ବନ ବିଭାଗ ଦ୍ୱାରା ଉଦ୍ଧାର ହୋଇଛି ଏହିସବୁ କଇଁଛ । ଅଭିଯୁକ୍ତ ଫେରାର, ବନ ବିଭାଗର ତଦନ୍ତ ଜାରି ।
ବ୍ରହ୍ମପୁର : ବଡବଜାର ଗଣେଶ ମାର୍କେଟ ସିଲ୍ କଲା ଜିଲ୍ଲା ପ୍ରଶାସନ । ମୋବାଇଲ ଦୋକାନ ଖୋଲାଥିବାରୁ ସିଲ୍ କଲା ପ୍ରଶାସନ । ଲକ୍ଡାଉନରେ ଖୋଲା ଥିବାରୁ ସିଲ୍ କଲା ଜିଲ୍ଲା ପ୍ରଶାସନ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଦିଆଯାଇଛି ଅନୁମତି ।
ସୁନ୍ଦରଗଡ଼ : ସୁନ୍ଦରଗଡର ବଣେଇର କେ.ବଳଙ୍ଗା ଥାନା କମାରପୋଷରେ ଥିବା ପାହାଡ଼ ପାଖ ନାଳରେ ଗାଧାଉଥିବା ସମୟରେ ହଠାତ ପାଣି ଆସିଯିବାରୁ ଭାସିଯାଉଥିବା ନାବାଳକଙ୍କୁ ଫାୟାର ବ୍ରିଗେଡ଼ ଟିମ ଉଦ୍ଧାର କରିଛି ।
ବାରଙ୍ଗ : ଆଜି ସକାଳୁ ନନ୍ଦନକାନନ ୧ ନଂ ଗେଟ୍ ନିକଟରେ ଗୋଟିଏ ବାଘ ବୁଲୁଥିବାର କିଛି କର୍ମଚାରୀ ଦେଖିଥିଲେ। ତେବେ ବାଘଟି କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଛନ୍ତି।
ବଲାଙ୍ଗିର: ସଇଁତଳା ବ୍ଲକ ବିପ୍ରୁଟ ଗାଁ ଛକରେ ଗଛରେ ପିଟିହେଲା ଡିଜେଲ ଟ୍ୟାଙ୍କର, ହେଲ୍ପର ମୃତ ।
ଜଳେଶ୍ୱର: ବସ୍ତା ଚକୁରି ଗାଁରେ ଚାଞ୍ଚଲ୍ୟ , ପିଟିପିଟି ବଡ଼ଭାଇକୁ ହତ୍ୟା ପରେ ଶବ ପୋତିଦେଲା ସାନଭାଇ । ହତ୍ୟାକାଣ୍ଡରେ ଗାଁର କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଅଭିଯୋଗ, ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍, ସାନ ଭାଇ ସମେତ ଗାଁର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍
ଭଦ୍ରକ: ଅପର୍ତ୍ତିବିନ୍ଧାର ଏଲ୍ଖା ଓ ମୀରସାହିରେ ୧୬ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲାଗିଲା ୧୪୪ ଧାରା । ଆଇନଶୃଙ୍ଖଳା ପରିସ୍ଥିତି ଓ କୋଭିଡ-୧୯ ପାଇଁ ଲାଗିଲା ୧୪୪ ଧାରା, ସମସ୍ତ ଧାର୍ମିକ ପୂଜାପାଠ ବନ୍ଦ, ୨ରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।
ନବରଙ୍ଗପୁର : ଚନ୍ଦାହାଣ୍ଡି ବ୍ଲକ୍ କୋଇଲିମୁଣ୍ଡା ଗ୍ରାମରେ ଜମିରେ ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ବୃଦ୍ଧା । ମୃତକ ହେଉଛନ୍ତି କୋଇଲିମୁଣ୍ଡା ଗାଁର ବୃଦ୍ଧା ଦିଆଲୁ ଟାକ୍ରି ।
ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ମାମଲା ।ରଥଯାତ୍ରା ସପକ୍ଷରେ ଆଜି ଆଉ ଏକ ମାମଲା ଦାଏର ।ହାଇକୋର୍ଟର ଆଇନଜୀବୀ ଜୟନ୍ତ ବଳଙ୍କ ପକ୍ଷରୁ ମାମଲା ଦାଏର । ରଥଯାତ୍ରା ନିର୍ଦେଶ ଦେବା ପୂର୍ବରୁ ଆବେଦନ ଶୁଣିବାକୁ କୋର୍ଟରେ ପ୍ରାର୍ଥନା ।
ଭୁବନେଶ୍ୱର : ରଣପୁରରୁ ବାଘ ଛାଲ ଜବତ ଘଟଣା । ସମିତି ସଭ୍ୟ ନିଜେ ବାଘ ଦେହରୁ ଛାଲ ଉତାରିଥିଲେ । ବାଘ ଛାଲ କାରବାର କରୁଥିବା ରଣପୁର ବ୍ଲକ୍ ବନ୍ଧମୁଣ୍ଡା ପଞ୍ଚାୟତର ସମିତିସଭ୍ୟ ଲକ୍ଷ୍ମୀଧର ନାୟକଙ୍କୁ ଏସ୍ ଟିଏଫ୍ ଗିରଫ କରିବା ପରେ ଏହି ବେଆଇନ କାରବାରର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି।
ରାୟଗଡ଼ାରେ ୫ କୋରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତେ କାଶୀପୁର ବ୍ଲକର ହୋଇଥିବା ଜିଲ୍ଲାପାଳଙ୍କ ସୂଚନା । ସର୍ଗିଗୁଡ଼ା ଓ ରେଙ୍ଗା ଗାଁ କ୍ବାରେଣ୍ଟାଇନ୍ ଜୋନ୍ ଘୋଷଣା ।
କୋରାପୁଟ : ଦୋରାଗୁଡ଼ା ଛକରୁ ବୋଲେରୋ ସହ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କଲା ବୈପାରିଗୁଡ଼ା ପୋଲିସ ।
ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ଆଜି ରାତି ସୁଦ୍ଧା ୨୦ ଜିଲ୍ଲାକୁ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା । ୬ ଜିଲ୍ଲାକୁ ପ୍ରବଳ ଓ ୧୪ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।
ଉଦଳା : ଖୁଣ୍ଟା ଥାନା କରକଚିଆ ନୁଆସାହି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ମାରଣାସ୍ତ୍ରରେ ଗଣ୍ଡିମୁଣ୍ଡ ଅଲଗା କରି ଦେଇଛି ଯୁବକ। ହତ୍ୟା କରିବା ପରେ କଟା ମୁଣ୍ଡ ଧରି ଅଭିଯୁକ୍ତ ଥାନାରେ ହାଜର ହୋଇଛି। ମୃତ ମହିଳାଙ୍କ ନାଁ ଚମ୍ପା ସିଂହ।
ଖୋର୍ଦ୍ଧା : ବୋଲଗଡ଼ ସାନପଦର ପଞ୍ଚାୟତ ୭୨ ଘଣ୍ଟା ପାଇଁ ସଟ୍ଡାଉନ । କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସଟ୍ଡାଉନ ଘୋଷଣା କଲେ ସରପଞ୍ଚ ।
କଟକ : କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳର ସୁଧଖଣ୍ଡ ପଞ୍ଚାୟତର ସାଇଲୋ ଗ୍ରାମରେ ସ୍ତ୍ରୀକୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ ଅଭିଯୋଗ। ସ୍ବାମୀ, ନଣନ୍ଦ ଓ ଶ୍ବଶୂର ବିରୋଧ କରିବାରୁ ଅଭିଯୁକ୍ତ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଥାନାରେ ଉଲ୍ଲେଖ କରିଛନ୍ତି ପୀଡିତା।
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ଜିଲ୍ଲା ପୋଲିସ ପକ୍ଷରୁ ଚଢାଉ କରାଯାଇ ୩୦ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ, ମୋବାଇଲ ଜବତ କରିଛି ପୋଲିସ ।
ମୟୂରଭଞ୍ଜ : ଗୀତିଲତା ଗାଁରେ ୨ ଜଣଙ୍କ ଆତ୍ମହତ୍ୟା । ବେକରେ ଚୁନି ବାନ୍ଧି ପୁଅ, ଝିଅଙ୍କ ଆତ୍ମହତ୍ୟା । ତିରିଂ ଥାନା ପୋଲିସର ତଦନ୍ତ ଆରମ୍ଭ ।
ଭୁବନେଶ୍ୱର : ଫେସବୁକ୍ ପ୍ରେମରୁ ମହିଳାଙ୍କୁ ଏସିଡ୍ ମାଡ଼ ଧମକ ଦେଇଥିବା ଅଭିଯୋଗ । ମହିଳାଙ୍କୁ ଧମକ ଦେବା ନେଇ ପୋଲିସ ASIଙ୍କ ନାଁରେ ମାମଲା । ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କଲେ ପୀଡ଼ିତା,ଅଭିଯୋଗ ପରେ ASI ସୁବ୍ରତ ଜ୍ଞାନରଞ୍ଜନ ମହିଳା ଥାନାରେ ଅଟକ ।
କଟକ: ୬ ବର୍ଷର ଝିଅକୁ କରୋନା, CMC ପକ୍ଷରୁ ଟ୍ୱିଟର ଯୋଗେ ସୂଚନା ।
କେନ୍ଦ୍ରପଡ଼ା: ଦ୍ବିତୀୟ ରଜରେ କେନ୍ଦ୍ରପଡା ଜିଲ୍ଲା ରାଜନଗରରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ମୃତକ ହେଲେ ଭିତରଗଡ ଗ୍ରାମ ପଞ୍ଚାୟତର ଚାରିପୋଖରିଆ ଗ୍ରାମର କ୍ଷେତ୍ରବାସୀ ଦାସ ।
ଭୁବନେଶ୍ବର : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମାଷ୍ଟରକ୍ୟାଣ୍ଟିନ୍ ଛକ ଶାଖାରୁ ୩୨କୋଟି ଟଙ୍କା ଋଣ ଠକେଇ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଋଣ ଠକେଇ କରିଥିବା ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ୍ସ ଲିମିଟେଡ୍ କମ୍ପାନିର ଏମ୍ଡି ଅବିନାଶ ମହାନ୍ତି ପୂରା ମାମଲାର ମାଷ୍ଟରମାଇଣ୍ଡ ବୋଲି ସିବିଆଇ ଜାଣିବାକୁ ପାଇଛି। ଏବେସୁଧା ଅବିନାଶ ର ଖୋଜ ଖବର ନାହିଁ ।
କଟକ : ସାମଜିକ ଦୂରତା ରକ୍ଷା ନକରିବାରୁ କଟକରେ ଉଗଉର କାର୍ଯ୍ୟନୁଷ୍ଠାନ । ରାଣୀହାଟ, ଦୋଳମୁଣ୍ଡାଇ ଓ ବାଦାମବାଡ଼ି ଅଞ୍ଚଳର ୬ ଦେକାନ ସିଲ୍
ଭୁବନେଶ୍ବର: COVID-୧୯ କୁ ନେଇ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି LIC ଗ୍ରାହକମାନେ ଘରେ ବସି ୱେବସାଇଟ୍ରୁ ଆବେଦନ ଫର୍ମ ଡାଉନ୍ଲୋଡ୍ କରି ଦାବି ପାଇଁ ଆବେଦନ କରିପାରିବେ ବୋଲି କଂପାନି ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ସେମାନେ ଇ-ମେଲ୍ ଜରିଆରେ ଦାବି ସମାଧାନ ସମ୍ପର୍କିତ କାଗଜପତ୍ର ଦାଖଲ କରିପାରିବେପ
ବରଗଡ଼ : ଟିଭି ଫାଟି ବିସ୍ଫୋରଣ ରେ ପଦ୍ମପୁରରରେ ପୋଡିଗଲେ ଗୋଟିଏ ପରିବାର ୩ ଜଣ । ସ୍ୱାମୀ, ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଗୁରୁତର ଅବସ୍ଥାରେ ବରଗଡ ମେଡିକାଲରେ ଭର୍ତ୍ତି ।
ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ନାଁରେ ମାମଲା ରୁଜୁ । ମାମଲା ରୁଜୁ କଲା ମଧ୍ୟ ପ୍ରଦେଶ କ୍ରାଇମ୍ ବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଭିଡିଓ ଭାଇରାଲ ଅଭିଯୋଗ । ଶିବରାଜଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବା ଅଭିଯୋଗ ।
ନବରଙ୍ଗପୁର : ଉମରକୋଟ ଅଞ୍ଚଳର ଡ଼ାବୁଗାଁ ଥାନାରେ ଅଟକ ଥିବା ଅଭିଯୁକ୍ତ ଚମ୍ପଟ । ଫେରାର ଅଭିଯୁକ୍ତ ନବରଙ୍ଗପୁର ଦୁଦ୍ରିଗୁଡ଼ା ଅଞ୍ଚଳର ହେମଧର ହରିଜନ । ଟିକସ ଆଦାୟ ଅଭିଯୋଗରେ ଗତକାଲି ୩ ଯୁବକଙ୍କୁ ଅଟକ ରଖିଥିଲା ପୋଲିସ । ଅଟକ ଯୁବକଙ୍କ ମଧ୍ୟରେ ଛତିଶଗଡ଼ର ଜଣେ ପୋଲିସ କର୍ମଚାରୀ ସାମିଲ ।
ଜୟପୁର: ୧୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ ।
B-ଟେକ୍ ପାଇଁ ସ୍ବତନ୍ତ୍ର OJEEର ଆବେଦନ ତାରିଖ ବଢ଼ିଲା । OJEEଋ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦଙ୍କ ସୂଚନା । ୩୦ ଜୁନ୍ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ଫି ଦାଖଲ କରିହେବ । ଜୁନ୍ ୩୦ ତାରିଖ ପରେ ପ୍ରକାଶ ପାଇବ ପରୀକ୍ଷା ତାରିଖ ।
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୧୪୬ କରୋନା ଆକ୍ରାନ୍ତ। ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ୧୪୬ ମିଶାଇ ରାଜ୍ୟରେ ୨୮୫୪ ଆକ୍ରାନ୍ତ ସୁସ୍ଥ ହେଲେଣି।
ଆଜି ଭୁବନେଶ୍ୱରରେ ୫ ପଜିଟିଭ ଚିହ୍ନଟ ।୩ ଜଣ କ୍ଵାରେନଟିନ ଓ ୨ ଜଣ ଲୋକାଲ କେସ । ଜଣେ ମହିଳା ନୟାପଲ୍ଲୀ ବେହେରା ସାହିର ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଏକ ଘରୋଇ ହସ୍ପିଟାଲ କର୍ମଚାରୀ , ଅନ୍ୟ ୩ ଜଣ ଆକ୍ରାନ୍ତ ଚିନ୍ତାମଣିଶ୍ୱର, ପଟିଆ ଓ କୋଳଥିଆରୁ ଚିହ୍ନଟ । ଏ ସବୁକୁ ମିଶେଇ ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୧୨୭ ରେ ପହଞ୍ଚିଲା ।
୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ରାଜ୍ୟରେ ଆଉ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ: କନ୍ଧମାଳରୁ ସର୍ବାଧିକ ୪୮ ପଜିଟି; ସଂଗରୋଧ କେନ୍ଦ୍ରରୁ ୧୨୮, ସ୍ଥାନୀୟ ଅଂଚଳରୁ ୧୮ ଜଣ ।
ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ଲାଗି ରେଳବାଇ ଜୁନ ୧୫ ତାରିଖରୁ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନକୁ ରେଳ ଚଳାଚଳ ନିମନ୍ତେ ବନ୍ଦ କରିଛନ୍ତି। ଏବେ ଏଠାରୁ କୌଣସି ଟ୍ରେନ ଚାଲିବ ନାହିଁ। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ବ୍ୟାପୁଥିବା କୋଭିଡ-୧୯ ମାହାମାରୀ ମୁକାବିଲା ଲାଗି ଷ୍ଟେସନର ପ୍ଲାଟଫର୍ମକୁ ବ୍ୟବହାର କରାଯିବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ ଅମିତ ଶାହାଙ୍କ ସର୍ବଦଳୀୟ ବୈଠକ, ବୈଠକରେ ଆମ୍ ଆଦମୀ ପାର୍ଟି ନେତା ସଂଜୟ ସିଂହ ସାମିଲ, ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ କୁମାର ମଧ୍ୟ ବୈଠକରେ ସାମିଲ ।
ପାକିସ୍ତାନରେ ୨ ଜଣ ଭାରତୀୟ ଅଧିକାରୀ ନିଖୋଜ । ଆଜି ସକାଳେ ଭାରତୀୟ ଉଚ୍ଚାୟୋଗର ୨ ଅଧିକାରୀ ନିଖୋଜ । ପାକିସ୍ତାନରେ ନିକଟରେ ଅଭିଯୋଗ କଲା ଭାରତ ।
ତାମିଲନାଡୁର : ଚେନ୍ନାଇ ସମେତ ଅନେକ ସହରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାରୋଟି ଜିଲ୍ଲାରେ ଜୁନ ୧୯ ରୁ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୪ ଜିଲ୍ଲା ହେଉଛି ଚେନ୍ନାଇ, କାଞ୍ଚିପୁରମ, ଚେଙ୍ଗଲପଟ୍ଟୁ ଓ ତିରଭଲ୍ଲୁର।

Leave A Reply

Your email address will not be published.