ନନ୍ଦନକାନନ ରେ ବୁଲୁଛି କଳା ବାଘ ! କେତେ ସତ କେତେ ମିଛ

0 411

ବାରଙ୍ଗ:୧୫/୬(ଏସଏସଏନ୍) ନନ୍ଦନକାନନ ରେ ବୁଲୁଛି ଜଙ୍ଗଲି କଳା ବାଘ ! ଏହି ଖବର ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳବାସୀ ମନରେ କୋକୁଆ ଭୟ । ଭୟ ହେବା ବି ସ୍ବବାଭିକ । କାରଣ ନନ୍ଦନକାନନରେ ନଜିର ରହିଛି ଜଙ୍ଗଲୀ ବାଘ ବୁଲିବା । ପୂର୍ବରୁ ଜଙ୍ଗଲୀ ବାଘ ନନ୍ଦନ ଶିମିଳିପାଳ ରୁ ନନ୍ଦନକାନନ କୁ ଆସି ନନ୍ଦନକାନନ ପରିସରରେ ବୁଲୁଥିଲା । କିଛି କର୍ମଚାରୀ ନନ୍ଦନ କୁ ଦେଖି କର୍ତ୍ତୁପକ୍ଷଙ୍କୁ ଖବର ଜଣାଇବା ପରେ କିଛି ବି ବାଘର ସୋର ସବ୍ଦ ଜଣା ପଡିନଥିଲା । ପରେ ନନ୍ଦନକାନନ ବାଘୁଣୀ ସାରା ପ୍ରେମରେ ପଡି ପୁଣି ବାଘ ନନ୍ଦନ ସାରା ଖୁଆଡ ଚାରିପଟେ ବୁଲୁଥିଲା । କର୍ମଚାରୀମାମେ ଦେଖିବା ପରେ ବାଘ ନନ୍ଦନକୁ କାବୁ କରିଥିଲା । ଏବେ ନନ୍ଦନକାନନରେ  ବନ୍ଦୀ ଜୀବନ କାଟୁଥିବା ବେଳେ ପୁଣି ଆଜି ଅର୍ଥାତ୍ ସୋମବାର ସକାଳୁ ନନ୍ଦନକାନନ ରେ କାମ କରୁଥିବା ସାନିଟାଇଜର ର ଜଣେ କର୍ମଚାରୀ ନନ୍ଦନକାନନର ୯ ନମ୍ବର ଗେଟ୍ ପାଖରେ ବାଘ ଦେଖିଥିବା ନେଇଁ ସମସ୍ତଙ୍କୁ ଜଣାଇଥିଲା । ପରେ ଏହି ଖବର କର୍ତ୍ତୁପକ୍ଷଙ୍କ କାନରେ ପଡିଥିଲା । କର୍ତ୍ତୁପକ୍ଷ ଏହି ଖବର ସୁଣିବା ପରେ ସଦଳବଳ ହୋଇ ବାଘ ଖୋଜିବାକୁ ବାହାରି ପଡିଥିଲେ । ହେଲେ ବାଘ ର କୈାଣସି ଖୋଜଖବର ମିଳିନଥିବା ବେଳେ କିଛି ବି ସିମ୍ ଟୋନ୍ ଜଣାପଡିନଥିଲା । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସ ଏହି ଖବର ଗୁଜବ ବୋଲି ସୂଚନା ଦେଇଛନ୍ତି । ତେବେ ସାଧାରଣରେ ପ୍ରଶ୍ନ ଉଠେ ପୂର୍ବରୁ ଏହିଭଳି ଘଟଣା ଘଟିଥିବା ହେବେ ସେତେବେଳେ କର୍ତ୍ତୁପକ୍ଷ ଗୁଜବ ବୋଲି ସୂଚନା ଦେଇଥିଲେ କିନ୍ତୁ ଘଟଣା ସତ ହୋଇଥିଲା । ଆଜିଖବର ପୂର୍ବ ଭଳି ସତ ହେବନି ତ ? ନା ଆଖପାଖ ଅଞ୍ଚଳବାସୀ ଭୟବିତ ନ ହେବା ପାଇଁ ଏମିତି ସୂଚନା ପ୍ରଦାନ କରିଛନ୍ତି ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏହି ଘଟଣା କେତେ ସତ କେତେ ମିଛ ତା ସମୟ କହିବ ।

Leave A Reply

Your email address will not be published.