ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

0 504

ପୁରୀ,୧୮/୩(ଏସଏସନିଉଜ) ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ । ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ଓ ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ଠାକୁରମାନେ ରାଜରାଜେଶ୍ୱର ବେଶ ଧାରଣ କରିବେ । ଦୋଳପୂର୍ଣ୍ଣିମା ଅବସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସୁନାବେଶ ବେଶ କରାଯିବ । ରତ୍ନସିଂହାସନରେ ଶ୍ରୀବିଗ୍ରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯିବାସହ ଅବିର ଓ ଝିମିରି ଫଗୁ ଲାଗି ନୀତି ଅନୁଷ୍ଠିତ ହେବ ।ଏହାସହ ଶ୍ରୀଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ମଧ୍ୟ ଦୋଳବେଦିକୁ ବିଜେ କରି ଦୋଳି ଖେଳିବେ ।ଏହାପରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।ମହାପ୍ରଭୂଙ୍କର ସୁନାବେଶକୁ ଦେଖିବାପାଇଁ ଦେଖିବାକୁ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।ଏତେ ପରିମାଣର ଭକ୍ତମାନଙ୍କ ସିଂହଦ୍ୱାରା ସମ୍ମୁଖରେ ଲମ୍ବା ଲାଇନ ଲାଗିଥିଲା ଯେ, ଦର୍ଶନ ଆରମ୍ଭ ହେବା ମାତ୍ରେ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଡ ଭାଙ୍ଗି ଭକ୍ତମାନେ ଧସେଇ ହୋଇ ପଶିଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.