ଆଜିର ଅନୁଚିନ୍ତା

ତାରିଖ : ୦୨/୦୫/୨୦୨୧,ରବିବାର

0 819

➡️” ଜୀବନ ” ହେଉଛି ଗୋଟିଏ ଏମିତି ଗଣିତ ଯାହାର ସମାଧାନ ପାଇଁ ପ୍ରତିଦିନ କିଛି କିଛି ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼ିଥାଏ !
➡️”ପ୍ରାୟ ସମସ୍ତଙ୍କର ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ , ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଗୋଟିଏ ଇଚ୍ଛା ନେଇ ଆଗକୁ ବଢନ୍ତୁ !
➡️”ଦୁନିଆରେ ଏମିତି କେହି ନାହିଁ ଯାହାର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଛି , କାହିଁକିନା ସୁଖ ତ ଭାଗ୍ୟର ଅଧୁନ ବ୍ୟକ୍ତିର ନୁହେଁ , ତେଣୁ ଯାହା ଆପଣଙ୍କ ପାଖରେ ନାହିଁ ସେଥୁପାଇଁ ଦୁଃଖୀ ନହୋଇ ଯାହା ଅଛି ସେଥୁରେ ଖୁସି ରୁହନ୍ତୁ !
➡️”ଯେମିତି ଔଷଧ ପକେଟରେ ନୁହେଁ ଶରୀର ଭିତରକୁ ଗଲେ କାମ କରିଥାଏ , ଠିକ୍ ସେମିତି ଭଲ ବିଚାର ଫୋନ ଭିତରେ ନୁହେଁ ନିଜ ହୃଦୟ ଭିତରକୁ ଗଲେ ଜୀବନ ସଫଳ ହୋଇଥାଏ !
➡️”ସବୁ ଜିନିଷର ମୂଲ୍ୟ ସମୟ ଆସିଲେ ଜଣାପଡ଼ିଥାଏ ଏଇ ଯେମିତି ଅମ୍ଳଜାନ , ସବୁଦିନ ମାଗଣାରେ ମିଳିଯାଏ ତ କେହି ତାର ମୂଲ୍ୟ ବୁଝନ୍ତି ନାହିଁ , ହେଲେ ମୂଲ୍ୟ ତ ସେତେବେଳେ ବୁଝନ୍ତି ଯେତେବେଳେ ଡାକ୍ତରଖାନା ଖଟରେ ଅମ୍ଳଜାନ ମହଙ୍ଗା ପଡିଥାଏ !
➡️”ଆପଣଙ୍କ ପାଖରେ ଯାହା ବି ଅଛି ଅଳ୍ପରେ ଖୁସି ରହିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଅତ୍ୟଧିକ ” ଆଶା ” ଆଉ ” ଲୋଭ ” ମଣିଷକୁ ଦୁଃଖ ଆଡକୁ ଟାଣି ନେଇଥାଏ !
ଆଜିର ନୀତିବାଣୀ
➡️”ହୀରା ମୋତି ମାଣିକର ବାଦଶାହ ଚିନ୍ତାମଣି ଏକ ପଥର ମାତ୍ର !
➡️”ଭଲ କାମ କରି ଅଳ୍ପକାଳ ବଂଚୁଥିବା ଲୋକଟି ଅମର ହୋଇ ରହିଯାଏ । ତାକୁ ସମସ୍ତେ ଝୁରନ୍ତି !
➡️”କେହି ଶହେ ବର୍ଷ ବଂଚି ଯଦି ଖରାପ କାମ କରୁଥାଏ ତେବେ ତାର ବଂଚିବା ମରିବାରେ କିଛି ଫରକ ନଥାଏ
➡️”ସବୁ ପ୍ରାଣୀଙ୍କର ଆୟୁ, ବିଦ୍ୟା, ଧନ, ମୃତ୍ୟୁ କର୍ମ ନିର୍ଦ୍ଧିଷ୍ଟ । ଏହାକୁ କର୍ମର ଫଳ କୁହାଯାଇଥାଏ । ସମସ୍ତେ କର୍ମର ଦାସ । ଯିଏ ଯେପରି କର୍ମ କରେ ସିଏ ସେପରି ଫଳ ପାଏ !
➡️”ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ
ଆଜିର ସୁବିଚାର
➡️”ଜୀବନ ଥିବାଯାଏ କେହି କେବେ ବୁଝନ୍ତି ନାହିଁ , କେମିତି ବଞ୍ଚିଛି ! ମରିବା ଦିନ ସମସ୍ତେ ଅନ୍ୟକୁ ପଚାରନ୍ତି , କେମିତି ମରିଲା … !
➡️”ଯାହାକୁ ଯେଉଁଠି ଦେଖୁଛ ତାକୁ ଦେଖି ଥରେ ହସିଦିଅ , ବନ୍ଧୁ କିଏ ଜାଣେ ସେହି ଦେଖା ଜୀବନର ଶେଷ ଦେଖା ବି ହେଇପାରେ !
➡️”ଯେତେବେଳେ ବନ୍ୟା ଆସେ , ପାଣିରେ ଭାସି ଆସିଥିବା ପିମ୍ପୁଡି ଗୁଡାଙ୍କୁ ମାଛମାନେ ଖାଇଥାଆନ୍ତି ଆଉ ଯେତେବେଳେ ନଦୀ ଶୁଖିଯାଏ ସେତେବେଳେ ମାଛ ଗୁଡାଙ୍କୁ ପିମ୍ପୁଡି ଲାଗି ଖାଇଯାଆନ୍ତି ସମୟ ସମସ୍ତଙ୍କୁ ସୁଯୋଗ ଦିଏ କେବଳ ଆପଣଙ୍କୁ ସୁଯୋଗ କୁ ଅପେକ୍ଷା କରନ୍ତୁ
➡️”ଜୀବନରେ ଯଦି ଖୁସି ରହିବାର ଅଛି , ତେବେ ଅନ୍ୟମାନଙ୍କର ଫାଲତୁ କଥାକୁ ଅଣଦେଖା କରନ୍ତୁ !
➡️” ଅହଂକାର” ଏବଂ ” ସଂସ୍କାର ” ମଧ୍ୟରେ ପାର୍ଥକ୍ୟ ଅଛି , ” ଅହଂକାର ” ଅନ୍ୟକୁ ନିଚା ଦେଖେଇ ଖୁସି ହୁଏ , ” ସଂସ୍କାର ” ନିଜେ ନିଚା ହୋଇ ଖୁସି ହୁଏ !
➡️ଯିଏ ତୁମକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିବ ତାକୁ ସମୟ ଦେବା ଶିଖ !!\”
➡️’ ଭୁଲ ‘ କରି ନଥିବା ଜାଗାରେ ମୁଣ୍ଡ ତଳକୁ କରନି , ବିଶ୍ବାସ ନଥିବା ଜାଗାରେ ପ୍ରମାଣ ଦେବା ପାଇଁ ଚେଷ୍ଟା କରନି !
ଗୀତା ଉପଦେଶ
➡️”ସେ ଚରାଚର ସକଳ ଜୀବଗଣଙ୍କର ବାହାରେ ଏବଂ ଭିତରେ ମଧ୍ୟ ରହିଥାନ୍ତି ମାତ୍ର ତାଙ୍କର ସୁକ୍ଷ୍ମତ୍ୱ ହେତୁ ସେ ସର୍ବଦା ଅଜଣା ରହିଥାନ୍ତି । ସେ ଦୂରରେ ଥାନ୍ତି ଆଉ ନିକଟରେ ମଧ୍ୟ !
➡️”ବ୍ରହ୍ମ ଅଖ୍‍ ବା ଅବିଭାଜ୍ୟ ହେଲେ ବି ସେ ସକଳ ଭୂତଗଣଙ୍କ ମଧ୍ୟରେ ବିଭିନ୍ନ ରୂପରେ ପ୍ରକାଶିତ ହୋଇଥାନ୍ତି । ସେ ସକଳ ଜୀବଙ୍କର ବ୍ରହ୍ମ ରୂପରେ ଉଭ୍ଭବ କର୍ତ୍ତା ,ବିଷ୍ଣୁ ରୂପରେ ପାଳନ କର୍ତ୍ତା ଆଉ ରୁଦ୍ର ରୂପରେ ସଂହାର କର୍ତ୍ତା ମଧ୍ୟ !
➡️”ସେ ଜ୍ୟୋତିମାନଙ୍କ ମଧ୍ୟରେ ଜ୍ୟୋତି ଓ ସେ ଅନ୍ଧକାରର ଅତୀତ ବୋଲି କୁହାଯାଏ । ସେ ନିଜେ ଜ୍ଞେୟ, ତାଙ୍କୁ ଜାଣିବା ଉଚିତ ଓ ସେ ଜ୍ଞାନଦ୍ୱାରା ଉପଲବ୍ଧ ଏବଂ ସେ ସକଳ ଜୀବଗଣଙ୍କର ହୃଦୟରେ ଅଧିଷ୍ଠିତ !
➡️”ଏହି ପ୍ରକାରେ ଜ୍ଞାନ କ୍ଷେତ୍ର ଓ ଜ୍ଞେୟ ବିଷୟରେ ସଂକ୍ଷେପରେ କୁହାଗଲା । ଏହାକୁ ମୋ ଭକ୍ତମାନେ ଜାଣିପାରି ମୋ ସ୍ୱରୂପ, ଭାବକୁ ପ୍ରାପ୍ତକରନ୍ତି !
ଜୀବନ ଦର୍ଶନ
➡️କେବଳ ମନୁଷ୍ୟ ନୁହେଁ, କାମ ଓ କ୍ରୋଧର ବେଗ ଉତ୍ପନ୍ନ ହେଲେ ପଶୁପକ୍ଷୀ ମଧ୍ୟ ସୁଖ ଶାନ୍ତିରେ ରହି ପାରନ୍ତି ନାହିଁ। ତେଣୁ ଯେଉଁ ବ୍ୟକ୍ତି କାମ ଓ କ୍ରୋଧର ବେଗକୁ ନାଶ କରି ଦେଇଛି, ସେ ବାସ୍ତବରେ ସୁଖୀ, କାରଣ କାମ ଓ କ୍ରୋଧର ସଂକଳ୍ପ ଉତ୍ପନ୍ନ ହେବା ମାତ୍ରେ ମନୁଷ୍ୟର ଅନ୍ତକରଣରେ ଅଶାନ୍ତି, ଚଞ୍ଚଳତା, ସଂଘର୍ଷ ଇତ୍ୟାଦି ଦୋଷ ଉତ୍ପନ୍ନ ହୋଇଯାଏ। ଏ ଦୋଷ ଥିଲେ ସେ ସୁଖୀ ବୋଲାଇବ କିପରି ? ସେ କାମ ଓ କ୍ରୋଧର ବଶୀଭୂତ ହୋଇ ଗଲେ ଅତ୍ୟନ୍ତ ଦୁଃଖୀ ହୋଇ ଯାଏ।⬅️?

 

Leave A Reply

Your email address will not be published.