ଆଜିର ଅନୁଚିନ୍ତା

ତାରିଖ : ୧୩-୦୯-୨୦୨୧

0 1,073

ଆଜିର ସୁ-ବିଚାର
🦋 ସଫଳତା…..!!! ଗୋଟିଏ ଦିନରେ ମିଳିବନି.. ଗୋଟିଏ ଦିନ ନିଶ୍ଚୟ ମିଳିବ।🦋ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ।
🦋ପକୃତ ସଚ୍ଚୋଟ ଲୋକ କଥା ରେ ନୁହେଁ, କାମରେ କରି ଦେଖେଇଥାନ୍ତି..।
🦋କୂଅରୁ ପାଣି ବାହାର କରୁଥିବା ଲୋକର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଉଚିତ୍
🦋ସଂସାରରେ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯାହାର ବିଷ ତାର ଦାନ୍ତରେ ନୁହେଁ ତା କଥା ବାର୍ତ୍ତାରେ ଥାଏ।
🦋ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ କରିନାହିଁ, ତା’ ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ।
ଆଜିର ଅନୁଚିନ୍ତା
🦋ଏକ ମଜଭୁତ ବନ୍ଧୁତା ପାଇଁ ପ୍ରତିଦିନ କଥାବାର୍ତା କିମ୍ବା ଏକାଠି ରହିବାର ଆବଶ୍ୟକତା ନାହିଁ । ଯେ ପର୍ଯ୍ୟନ୍ତ ସମ୍ପର୍କ ହୃଦୟରେ ଜୀବନ୍ତ ରହିବ, ପ୍ରକୃତ ବନ୍ଧୁ କେବେହେଲେ ଅଲଗା ହେବେ ନାହିଁ ।
🦋ନିଜର ଦକ୍ଷତା ଆପଣଙ୍କୁ ଶୀର୍ଷରେ ପହଞ୍ଚେଇପାରେ, କିନ୍ତୁ ସେଠାରେ ରହିବାକୁ ହେଲେ ଏକ ଭଲ ଚରିତ୍ର ର ଆବଶ୍ୟକତା ରହିଛି ।
🦋ଅର୍ଥ ମଣିଷର ଅବସ୍ଥିତି ପରିବର୍ତ୍ତନ କରିପାରିଲେ ମଧ୍ୟ କେବେହେଲେ ନିଜର ସ୍ଵଭାଵ କୁ ପରିବର୍ତ୍ତନ କରି ପାରେନା ।
🦋ସମ୍ପର୍କ କଥାରୁ ସୃଷ୍ଟି ହୁଏନାହିଁ ହୃଦୟରୁ ହୋଇଥାଏ ।କିଛି ଲୋକ ଅନେକ କଥା କୁହନ୍ତି କିନ୍ତୁ ନିଜର ହୁଅନ୍ତିନି।ଆଉ କିଛି ଲୋକ ଚୁପ ରହି ମଧ୍ୟ ନିଜର ହୋଇଯାନ୍ତି ।
🦋ସାଙ୍ଗ ଔଷଧ ଠୁ ବି ଭଲ ହୋଇଥାଏ କାହିଁକି ନା ଭଲ ସାଙ୍ଗ ର କେବେ Expiry Date ହିଁ ନଥାଏ ।
➡️”ଯଦି କେହି ଆପଣଙ୍କ ବିଶ୍ୱାସ ଭାଙ୍ଗନ୍ତି, ତାଙ୍କୁ ମଧ୍ୟ ଧନ୍ୟବାଦ ଦିଅନ୍ତୁ କାରଣ ସେ ଆମକୁ ଶିକ୍ଷା ଦିଅନ୍ତି ଯେ ବିଶ୍ୱାସ ଅତି ଯତ୍ନର ସହିତ କରାଯିବା ଉଚିତ !!
➡️”ଭୋକ ସମସ୍ତ ସୀମା ଭାଙ୍ଗିଥାଏ ଏବଂ ଟଙ୍କା ସମସ୍ତ ମାନବିକତାକୁ ନଷ୍ଟ କରିଦିଏ !!
➡️”ଏପରି କିଛି ହୁଅ ଯେ ଲୋକମାନେ ତୁମ ଆସିବା ପାଇଁ ଅପେକ୍ଷା କରିବେ, ଯିବା ପାଇଁ ନୁହଁ !!
➡️”ଯିଏ ଏକାଠି ରହି ପ୍ରତାରଣା କରେ ତା’ଠାରୁ ଅଧିକ ବଡ଼ ଶତ୍ରୁ ଆଉ କିଏ ହୋଇପାରିବ ନାହିଁ ଏବଂ ଆମ ସାମ୍ନାରେ ଆମର ଖରାପ କଥା କହିଥିବା ବ୍ୟକ୍ତିଙ୍କଠାରୁ ବଡ଼ ବନ୍ଧୁ କିଏ ହୋଇପାରିବ ନାହିଁ !!
➡️”ଲୋକମାନେ ଦେଖନ୍ତି ଯେ ମୁଁ କେମିତି ବଦଳି ଗଲି, କିନ୍ତୁ ମୁଁ କେଉଁ କଥାକୁ ନେଇ ପରିବର୍ତ୍ତନ ହୋଇଛି ତାହା ଦେଖନ୍ତି ନାହିଁ !!
➡️”ଯେଉଁମାନେ କଣ୍ଟା ଉପରେ ଚାଲନ୍ତି ସେମାନେ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି, କାରଣ କଣ୍ଟା ସେମାନଙ୍କ ପାଦର ଗତି ବଢ଼ାଇ ଦେଇଥାଏ !!
➡️”ଦିନର ଆରମ୍ଭରେ ଏହା ମନେହୁଏ ଯେ ଜୀବନରେ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଦିନ ଯେତିକି ସରି ସରି ଯାଉଛି ସେତେବେଳେ ବୁଝି ହୁଏ। ଜୀବନରେ ସେହି ଶାନ୍ତି ଟିକକ ଅଧିକ ଗୁରୁତ୍ୱପୂର୍ଣ୍ଣ .. !!
ଆଜିର ନୀତିବାଣୀ
➡️”ସିଂହ ଏବଂ ହରିଣର ରେସରେ ବହୁତ ସମୟରେ ହରିଣ ଜିତେ,କାରଣ ସିଂହ ଦୌଡେ ଖାଦ୍ୟ ପାଇଁ ଏବଂ ହରିଣ ଦୌଡେ ଜୀବନ ପାଇଁ “ଉଦ୍ଦେଶ୍ୟ ଆବଶ୍ୟକତା ଠାରୁ ଅଧିକ ଜରୁରୀ” !!
➡️”ମାଙ୍କଡ଼ ଘରଭିତରକୁ ପଶିଲେ ଅଶୁଭ ହୋଇଥାଏ | ପ୍ରତିକାର – ମଙ୍ଗଳବାର ଦିନ ବ୍ରାହ୍ମଣଙ୍କୁ ହନୁମାନ ଚାଲିଶା ବହି ସହିତ ଦକ୍ଷିଣା ଦାନ କରିବା ଉଚିତ୍ !!
➡️”ଝାଡୁ କୁ ସବୁବେଳେ ସୁଆଇ ରଖନ୍ତୁ ଏବଂ ଲୁଚେଇ ରଖନ୍ତୁ ନହେଲେ ଏହା ଅମଙ୍ଗଳର କାରଣ ହୋଇଥାଏ !!
➡️”ପାପୀ ହୁଅନ୍ତୁ ବା ପୁଣ୍ୟବାନ୍- କିମ୍ବା ଵଧ ନିମନ୍ତେ ସ୍ଥିରୀକୃତ ଅପରାଧୀ ହୁଅନ୍ତୁ ଯିଏ ଶ୍ରେଷ୍ଠ ପୁରୁଷ ସର୍ବଦା ଦୟା ପ୍ରଦର୍ଶନ କରିଥାଏ ।କାରଣ ଏ ସଂସାରରେ ଏପରି କୌଣସି ପୁରୁଷ ନାହିଁ ।ଯିଏ କି ଜୀବନରେ କିଛି ଅପରାଧ ନ କରିଛି !!
➡️”ଘର ବନାଇବା ବେଳେ ଚେଷ୍ଟା କରନ୍ତୁ ଘରର କବାଟ ସବୁବେଳେ ବାମ ପାର୍ଶକୁ ଖୋଲିବା ଆବଶ୍ୟକ। ସର୍ବଦା ଘରର ପୂର୍ବ – ଦକ୍ଷିଣ କୋଣରେ କିମ୍ଵା ପୂର୍ବ – ଉତ୍ତର କୋଣରେ ରୋଷେଇ ଘର ବନେଇବା ଉଚିତ !!

 

Leave A Reply

Your email address will not be published.