ଭୁବନେଶ୍ବର ଅବସ୍ଥା ବେହାଲ

ଆଜିର ଖବର ତାରିଖ–୧୩-୦୯-୨୦୨୧(ସୋମବାର)

0 440

୧. ଜାତୀୟ ସିନିୟର ମହିଳା ହକି ଶିବିର : ଓଡ଼ିଶାରୁ ୫ ଜଣ ।
୨. ପ୍ରବଳ ରୁ ପ୍ରବଳ ବର୍ଷା ହେବ,ସାତ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି । ଅନ୍ୟପକ୍ଷରେ ପାଣିପାଗ ବିଭାଗ ପୁରୀ , ଖୋର୍ଦ୍ଧା , କଟକ , ଜଗତସିଂହପୁର , କେନ୍ଦ୍ରାପଡ଼ା , ଢେଙ୍କାନାଳ ଓ ନୟାଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବେଇ ରେଡ୍ ୱାର୍ଣ୍ନି ଜାରି କରିଛି ।
୩. ଲଘୁଚାପ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ, ଜନଜୀବନ ଅସ୍ତବ୍ୟସ୍ତ, ପାଣି ଘେରରେ ଲୋକେ ।
୪. ବଙ୍ଗୋପସାଗରରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ ।
୫. ସୋମବାରରେ ଉତ୍ତର ଓଡିଶା ଅତିକ୍ରମ କରିବ ଲଘୁଚାପ, ଆହୁରି ଦୁଇଦିନ ଜାରି ରହିବ ବର୍ଷା ସହ ପବନ ।
୬. ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳର ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି । ବିସିସିଆଇ ଗୁରୁବାର ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି ।
୭. ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅଧୀନ ମାନସେହ୍‌ରା ଜିଲାରେ ପ୍ରବଳ ବର୍ଷା ଯୋଗୁଁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷାରେ ଭୂସ୍ଖଳନ ଘଟି ୪ଟି ଘର ମାଟିରେ ମିଶିଯାଇଛି।
୮. କାଶ୍ମୀର ଆତଙ୍କବାଦୀ ହମଲା । ଶ୍ରୀନଗରରେ ପୋଲିସ ଅଧିକାରୀଙ୍କୁ ପଛପଟୁ ଗୁଳିକଲା ଆତଙ୍କୀ ।
୯. ଟି-୨୦ ବିଶ୍ଵ କପ୍‌ କ୍ରିକେଟ୍‌ରୁ ଅବସର ନେବେ ନେଦରଲାଣ୍ଡର ଷ୍ଟାର ଅଲରାଉଣ୍ଡର ରିୟାନ ଟେନ ଡୋଇଶେ । ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପରେ କ୍ରିକେଟ୍‌ରୁ ଅବସର ନେବାକୁ ସେ ନିଷ୍ପତ୍ତି ନେଇଛନ୍ତି ।
୧୦. ପୁଣି ଭାରତୀୟଙ୍କ ସମ୍ପତ୍ତି ତାଲିକା ଦେବ ସ୍ବିଜରଲାଣ୍ଡ, ଏଇ ମାସରେ ଖୋଲିବ ଅସାଧୁଙ୍କ ପୋଲ୍ ।
୧୧. ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ଭୂପେନ୍ଦ୍ର ପଟେଲ୍ ଆସନ୍ତାକାଲି ଶପଥ ନେବେ । ସୋମବାର ଦ୍ୱିପହର ୨.୨୦ଟାରେ ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
୧୨. ବଢ଼ୁଛି କୋରାପୁଟ କଫିର ଚାହିଦା: ଆହୁରି ଲୋକପ୍ରିୟ କରିବାକୁ ପ୍ରୟାସ ଜାରି
୧୩. କରୋନା ଚିହ୍ନଟ ହେବାର ୩୦ ଦିନ ଭିତରେ ମୃତ୍ୟୁ ଘଟିଲେ ତାକୁ କୋଭିଡ୍ ଡେଥ୍ ଭାବେ ବିବେଚନା କରାଯିବ ।
୧୪. ପୁରୀରେ ସର୍ବାଧିକ ୧୪୫, ଭୁବନେଶ୍ୱରରେ ୧୧୯ ମିମି ବର୍ଷା ।
୧୫. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୪ରେ ପହଞ୍ଚିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି । ତେବେ ଗତକାଲି ର ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୪୫୪ରେ ପହଞ୍ଚିଛି । ସେହିପରି ସୁସ୍ଥ ସଂଖ୍ୟା ଏଯାବତ ୧୦୪୯୯୬ ରହିଛି ।
୧୬. ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆବେଦନ କଲେ ୧୩ ହଜାର ଅସନ୍ତୁଷ୍ଟ ଛାତ୍ରଛାତ୍ରୀ
୧୭. ମାତ୍ର ୧୮ ବର୍ଷ ବୟସରେ; ପୁଣି ଜଣେ ଯୋଗ୍ୟତା ହାସଲକାରୀ ଖେଳାଳି ଭାବେ ବ୍ରିଟେନ୍‌ର ଏମ୍ମା ରାଡୁକାନୁ ଗ୍ରାଣ୍ଡସ୍ଲାମ୍ ଟେନିସ୍‌ ଚମ୍ପିଆନ୍‌ସିପ ୟୁଏସ୍ ଓପନ୍‌ ଜିତି ପାରିଛନ୍ତି । ଏପରି କୃତିତ୍ବ ସହ ଟେନିସ ଦୁନିଆରେ ନୂତନ ଇତିହାସ ରଚନା କରିଛନ୍ତି ରାଡୁକାନୁ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING

Leave A Reply

Your email address will not be published.