କେନ୍ଦୁଝର, ୧୨/୯(ଏସଏସନିୟୁଜ) ହୋଟେଲ ମାଲିକଙ୍କ ଦବଙ୍ଗଗିରି ଏବେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ।ସାମାନ୍ୟ ୫ଟଙ୍କାପାଇଁ ଜଣେ ଗ୍ରାହକକୁ ବିଚ୍ ରାସ୍ତାରେ ହୋଟେଲ ମାଲିକ ଓ ପୁଅ ମିଶି ନିସ୍ତୁକ ପିଟିଛନ୍ତି ।ଏହିଭଳିଘଟଣା ଘଷିପୁରା ଥାନା ଅଧିନସ୍ଥ ଲକ୍ଷ୍ମୀବଜାରରେ ଘଟିଛି ।ଏହି ହୋଟେଲକୁ ପୋଡ଼ାଖମଣ ଗ୍ରାମର ଜିତେନ୍ଦ୍ର ଦେହୁରୀ ନାମକ ବ୍ୟକ୍ତି ଖାଇବାକୁ ଯାଇଥିଲେ। ଖାଇସାରିବାପରେ ଖାଇବାବିଲ ୪୫ଟଙ୍କାରୁ ୪୦ଟଙ୍କା ଦେଇ ଅବଶିଷ୍ଟାଂଶ ୫ଟଙ୍କା ରାତିରେ ଦେବାକୁ ଜିତେନ୍ଦ୍ର କହିଥିଲେ ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ପରେ ଉତକ୍ଷିପ୍ତ ହୋଇ ହୋଟେଲମାଲିକ ମଧୁ ସାହୁ ଓ ତାଙ୍କ ପୁଅ ଅତି ଅମାନୁଷିକ ଭାବେ ମାନବିକତା ଭୁଲିଯାଇ ଗଡ଼େଇତଡ଼େଇ ପିଟିଥିଲେ।ଏହିଦୃଶ୍ୟକୁ କେତେକ ଦେଖଣାହାରୀ ଭିଡିଓ ଉତୋଳନକରି ସୋସିଆଲମିଡିଆରେ ଛାଡିବାପରେ ଏହା ଏବେ ଭାଇରାଲ ହୋଇଛି । ଏ ନେଇ ସନ୍ଧ୍ୟାରେ ଜିତେନ୍ଦ୍ର ଘସିପୁରା ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି ।