ଡେଲିଭରି ବୟଙ୍କୁ ଅପହରଣ

0 302

ଭୁବନେଶ୍ବର,୧୨/୯(ଏସଏସନୟୁଜ)ସ୍ବିଗିରେ ଡେଲିଭରି ବୟ ଭାବେ କାମ କରୁଥିବା ପତିତବପାବନ ପୃଷ୍ଟିଙ୍କୁ କେତେକ ଦୁର୍ବୁତ୍ତ ଉତ୍ତରା ଛକ ନିକଟରୁ ଗତକାଲି ରାତି ୧୦ଟାରେ କିଛି ଦୁର୍ବୃତ୍ତ ମାଡ଼ ମାରି ଅପହରଣ କରିନେଇଥିବା ନେଇ ପତିତପାବନଙ୍କ ପତ୍ନୀ ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କିଛି ଲୋକ ଛୁରୀରେ ଆକ୍ରମଣ କରିବା ସହ ଫୋନ ଓ ଟଙ୍କା ଛଡ଼ାଇ ନେଇଯାଇଥିବାବେଳେ ପାଖରେ ଥିବା ଆଉ ଏକ ଫୋନରୁ ସେ ଜଣାଇଥିଲେ । ପରିବାରପକ୍ଷରୁ ଖୋଜାଖୋଳି କରିଥିଲେ ମଧ୍ୟ ତାଙ୍କ ପତା ମିଳିପାରିନାହିଁ ବୋଲି ଅଭିଯୋଗରେ ଦର୍ଶାଯାଇଛି ।ଅନ୍ୟପଟେ ଦୟା ପୋଲ ଉପରେ ପତିତପାବନଙ୍କ ଚପଲ ଓ ଏକ ଛୁରୀ ପଡ଼ିଥିବା ସୂଚନା ମିଳିଛି।ତେବେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପତିତବପାବନକୁ ଉଦ୍ଧାର କରିବାପାଇଁ ଉଦ୍ୟମ ଆରମ୍ଭ କରିଛି ।

Leave A Reply

Your email address will not be published.