ଆଜିର ଅନୁଚିନ୍ତା

ତାରିଖ : ୧୫.୦୯.୨୦୨୧,ବୁଧବାର

0 610

ଆଜିର ନୀତିବାଣୀ
➡️”ଧଳା ପେଚା ଘର ଉପରେ ବସିଲେ-ଘର ଭିତରେ ପଶିଲେ ବା ରାସ୍ତାରେ ଦେଖିଲେ ଶୁଭ କିନ୍ତୁ କଳା ପେଚା ଦେଖିଲେ ତାର ଵିପରିତ ହେଇଥାଏ | ପ୍ରତିକାର – ଯେକୋୖଣସି ରବିବାର ଦିନ କ୍ଷୀର-ଗୁଡ ଏବଂ କଦଳୀ ବ୍ରାହ୍ମଣକୁ ଖାଇବାକୁ ଦେବା ସହିତ ଦକ୍ଷିଣା ଦେବା ଉଚିତ୍ !!
➡️”ଶିକ୍ଷକ ଆଉ ରାସ୍ତା ଦୁଇଜଣ ଯାକ ଏକାପରି। ନିଜେ ଗୋଟିଏ ଜାଗାରେ ରହନ୍ତି, ଆଉ ଅନ୍ୟଟି ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚାନ୍ତି !!
➡️”ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେବି ଭଲ ସମ୍ପର୍କ ନଥାଏ….ଯାହା ହୃଦୟରେ ଥାଏ,ତାହା ଭାଗ୍ୟରେ ରେ ନଥାଏ… !!
➡️”ରବି-ଶୁକ୍ର ପୂର୍ବକୁ- ସୋମ-ଶନି ପଶ୍ଚିମକୁ- ମଙ୍ଗଳ-ଶନି ଦକ୍ଷିଣକୁ- ବୁଧ-ଗୁର ଉତ୍ତରକୁ ଯାତ୍ରା କଲେ ଶୁଭ ହୋଇଥାଏ !!
➡️”ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନି କି କେବେ ଶାନ୍ତିରେ ମଧ୍ୟ ରହି ପାରେନି.. !!
ଆଜିର ଅନୁଚିନ୍ତା
➡️”ତୁମ ପଛରେ ସମାଲୋଚନା କରୁଥିବା ଲୋକେ ସବୁବେଳେ ତୁମ ପଛରେ ରହିବେ କେବେବି ଆଗକୁ ଯାଇପାରିବେ ନାହିଁ !!
➡️ଜୀବନର ଶେଷ କେଇପଦ :-ଶେଷ ସାଥୀ – କର୍ମ !!ଶେଷ ତ୍ୟାଗ – ନିଶ୍ଵାସ !!ଶେଷ ଧନ – ଆଃହା !!ଶେଷ ଯାନ – କୋକେଇ !!ଶେଷ ଧନି – ରାମନାମ ସତ୍ୟ ହେ !!ଶେଷ ନିଦ୍ରା — ଜୁଇ !!ଶେଷ ବାସ – ଶ୍ମଶାନ !!
➡️”ଦୀପ ତାର ପରିଚୟ କହେ ନାହିଁ କେବଳ ପ୍ରକାଶ କରେ ଠିକ ସେହିପରି ନିଜ ପରିଚୟ କାହାକୁ ପ୍ରକାଶ କରିବା କିଛି ଆବଶ୍ୟକତା ନାହିଁ । ସଠିକ୍ କର୍ମ କରିଚାଲ ଦେଖିବ ତାହା ହିଁ ନିଜର ପରିଚୟ ହେବ !!
➡️”ବାରମ୍ବାର ଅସମ୍ମାନିତ ହେବାପରେ ବି ଯିଏ ତୁମ ସହ ଯୋଡ଼ି ହୋଇ ରୁହେ ଜରୁରୀ ନୁହଁ କି ସେ ନିର୍ଲଜ ହେଇଥିବ । ହେଇପାରେ ତା’ର ଜୀବନରେ ତୁମର ସ୍ଥାନ ତା’ର ସମ୍ମାନ ଠୁ ବି ଅଧିକ ହୋଇଥିବ !!
➡️”ବୋକା ଲୋକ ଧୋକା ଖାଏ ସତ ଲୋକ କଷ୍ଟ ପାଏ ସରଳ ଲୋକ ଆଘାତ ପାଏ ଆଉ ସ୍ଵାର୍ଥପର ଲୋକ ଖୁସିରେ ଜୀବନ କଟାଏ
➡️”କାହାକୁ ଧୋକା ଦେବା ବହୁତ ସହଜ , କିନ୍ତୁ ସେଇ ଧୋକାକୁ ନିଜେ ସାହିବା ବହୁତ କଷ୍ଟ !!
ଆଜିର ସୁବିଚାର
➡️”Online ତ ସମସ୍ତେ ଆସନ୍ତି କିନ୍ତୁ Message କେବଳ ସେ ହିଁ କରିଥାଏ ଯାହା ଜୀବନରେ ଆମେ ମୂଲ୍ୟବାନ ହୋଇଥାଉ !
➡️”ବିନା କଷ୍ଟରେ ଜୀବନରେ କାହାକୁ କିଛି ମିଳେନି , ଏମିତି କି ନିଜ ଛାଇ ଦେଖିବା ପାଇଁ ମଧ୍ୟ ଆମକୁ ଖରାକୁ ଯିବାକୁ ପଡ଼େ !
➡️”ସଂମ୍ପର୍କରେ ଯେତେ ମନ ମାଳିନ୍ୟ ହେଲେ ମଧ୍ୟ ସଂମ୍ପର୍କ କାଟିବା ଅନୁଚିତ୍ । କାରଣ ଯେତେବେଳେ ଆମର ଆଙ୍ଗୁଳିରେ ନଖ ବଢିଥାଏ , ଆମେ ନଖକୁ ହିଁ କଟିଥାଉ , ଆଙ୍ଗୁଳିକୁ ନୁହେଁ !
➡️”ବାପା ମାଆ ଙ୍କୁ ଲାତ ମାରିବା ପ୍ରଥାର ଆରମ୍ଭ ସନ୍ତାନ ମାନେ ମା ପେଟରେ ହିଁ ଆରମ୍ଭ କରିଦିଅନ୍ତି । ତଫାତ୍ କେବଳ ଏତିକି ଯେ ପେଟଭିତରେ ଲାତ ଖାଇ ମା ବାପା ଖୁସିରେ ନାଚି ଉଠନ୍ତି ଆଉ ବୃଦ୍ଧାବସ୍ଥାରେ ଲାତ ଖାଇ ଦୁଃଖର ଅଶ୍ରୁ ଝରାନ୍ତି !
➡️”ଗୋଟିଏ ସେକେଣ୍ଡରେ ଯଦି କିଛି ପରିବର୍ତ୍ତନ ହୁଏ ତାହା ହେଉଛି ମଣିଷର ମନ
➡️”ଜ୍ଞାନ ବିନା ବୈରାଗ୍ୟ ଆଦୌ ସମ୍ଭବ ନୁହେଁ । ଏକଥା ମନେରଖ ଯେ , ବୈରାଗ୍ୟ ନ ଥ…ଜ୍ଞାନ ବିନା ବୈରାଗ୍ୟ ବୈରାଗ୍ୟ ନ ଥିଲେ ମୋକ୍ଷ ଲାଭ କରିବା ଅସମ୍ଭବ 🙏ଓଁ ନମଃ ଗଣନାୟକ🙏ଶୁଭ ସକାଳ,ଆଜି ବୁଧବାର ତାଳ ନବମୀ ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଗଜାନନଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ!!

Leave A Reply

Your email address will not be published.