ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ

ଆଜିର ଖବର,ତାରିଖ–୧୫-୦୯-୨୦୨୧(ବୁଧବାର)

0 812

୧. ଆଉ କିଛି ସମୟ ପରେ ଘୋଷଣା ହେବ ଜେଇଇ ମେନ ରେଜଲ୍ଟ, ଏହି ଓ୍ଵେବସାଇଟ୍‌କୁ ଯାଇ ଦେଖି ପାରିବେ ନିଜର ଫଳାଫଳ । ପରିଣାମ ଘୋଷଣା ପରେ ପରୀକ୍ଷାର୍ଥୀ ଜେଇଇ ମେନ ଓ୍ଵେବସାଇଟ୍ jeemain.nta.nic.inକୁ ଯାଇ ନିଜର ରେଜଲ୍ଟ ଦେଖି ପାରିବେ ।
୨. ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ, ନବରାତ୍ର-ଦଶହରା ଓ ଦୀପାବଳିରେ ଦେଶକୁ ଦୋହଲାଇବାକୁ ହୋଇଥିଲା ଷଡଯନ୍ତ୍ର ।
୩. ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ସାମିଲ କରିବା ଉପରେ ବିଚାର କରିବାକୁ ଯାଉଛନ୍ତି ।
୪. ପେଣ୍ଡାଲ୍‌ ସାଜିବ, ଦୁର୍ଗା ପୂଜା ହେବ: ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଧାର୍ମିକ ସ୍ଥଳ ମନା–ରାଞ୍ଚି ।
୫. ପୁରୀ ଶଙ୍କରଚାର୍ଯ୍ୟଙ୍କ ଭିନ୍ନ ବୟାନ, ଆଗାମୀ ସାଢ଼େ ତିନି ବର୍ଷରେ ଭାରତ ହେବ ଏକ ହିନ୍ଦୁରାଷ୍ଟ୍ର ।
୬. ରାଜ୍ୟ ସରକାର ଏଥି ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅଧିକ କ୍ଷମତାପନ୍ନ ଓ କ୍ରିୟାଶୀଳ କରିଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।
୭. କାବୁଲ ବିମାନ ବନ୍ଦରର ଦାୟିତ୍ଵ ନେବାକୁ ମନା କଲା କାତାର, କହିଲା ତାଲିବାନ…।
୮. ଶିବରାଜ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ହିନ୍ଦୀରେ ପଢ଼ିବେ MBBS ଛାତ୍ରଛାତ୍ରୀ । ଏଣିକି ହିନ୍ଦୀରେ ପଢ଼ା ହେବ ମେଡିକାଲ ପାଠ।
୯. ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଘଣ୍ଟାପ୍ରତି ବେଗ ୧୨୦ କିମିକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ, ତାହା ଆଜି କାଟ ଖାଇ ଯାଇଛି ।
୧୦. ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟିଲେ, ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍‌ସ କଥା ଦୋହରା ଇଲେ ମୁଖ୍ୟମନ୍ତ୍ରୀ ।
୧୧. ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ।ଅକ୍ଟୋବର ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ପିଲାମାନଙ୍କର ପରୀକ୍ଷା ଜାରି ରହିବ। ଏପରିକି ରବିବାର ମଧ୍ୟ ପରୀକ୍ଷା କରାଯିବ।
୧୨. ରାଜ୍ୟରେ ସୁସ୍ଥ ହେଲେ ଆଉ ୭୯୩ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୩ ହଜାର ୬୦୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୩ ଜଣ ରହିଛନ୍ତି ।
୧୩. ଥମୁନି ମୂର୍ତ୍ତି ବିବାଦ: କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦେବାକୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ, କାହିଁକି ଉଚ୍ଚତା କମ ରହିବ ବୁଝାଇଦେଲେ ବିଶେଷଜ୍ଞ ।
୧୪. ବଢୁଛି ବ୍ରାହ୍ମଣୀ, ବୈତରଣୀ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ବୋହୁଛି ବ୍ରାହ୍ମଣୀ । ବିପଦ ସଙ୍କେତ ୬୭ ଫୁଟ ରହିଥିବାବେଳେ ସନ୍ଧ୍ୟା ୭ଟା ବେଳକୁ ଏଠାରେ ଜଳସ୍ତର ୬୭.୮୦ ଫୁଟରେ ପ୍ରବାହିତ ହେଉଥିଲା । ରାତି ୧୧ଟାରୁ ୧୨ ବେଳକୁ ଜଳସ୍ତର ଆହୁରି ବଢ଼ିବା ସମ୍ଭାବନା ରହିଛି ।
୧୫. ଲଗାଣ ବର୍ଷାରେ ରାଜ୍ୟର ୧୧୧ ବ୍ଲକ୍‌ ପ୍ରଭାବିତ: SRC
୧୬. ଲଗାଣ ବର୍ଷା : ୨୦ ଜିଲ୍ଲାର ୨୦ ଲକ୍ଷ ଲୋକ ପ୍ରଭାବିତ, ୧୩ ହଜାର ସ୍ଥାନାନ୍ତର ।ସେଥି ମଧ୍ୟରୁ ଏହି ଜିଲ୍ଲାଗୁଡିକ–ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ନୂଆପଡ଼ା, ପୁରୀ ଓ ସୋନପୁର ଜିଲ୍ଲା ।
୧୭. ଚୀନରେ ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ । ଲକଡାଉନ୍ କଟକଣା ଜୋରଦାର କଲା ପ୍ରଶାସନ ।
୧୮. ଆଇପିଏଲ୍‌ ଫାଇନାଲରେ ସିଏସ୍‌କେ ସହ ଲଢ଼ିବ ଆର୍‌ସିବି: ଆକାଶ ଚୋପ୍ରା
୧୯. ଚାନ୍ଦିପୁର ITRରେ ପୁଣି ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ର ଡାର୍ଟି ଗେମ୍ ।
୨୦. କୋଭିଡ୍ ଅନାଥ ଶିଶୁଙ୍କଠାରୁ ‘ଆଶୀର୍ବାଦ’ ହଟାଇ ଦେଲେ ସରକାର: ୩ ମାସରେ ବନ୍ଦ ।
୨୧. କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଲସିଥ୍ ମଲିଙ୍ଗା । ଦୀର୍ଘ ୧୭ ବର୍ଷର ଯାତ୍ରାରେ ପଡିଛି ପୂର୍ଣ୍ଣଚ୍ଛେଦ । ପୂର୍ବରୁ ଦିନିକିଆ ଓ ଟେଷ୍ଟରୁ ଅବସର ଘୋଷଣା କରିଥିବା ମଲିଙ୍ଗା ଆଜି ଟି-୨୦ କ୍ରିକେଟକୁ ଅଲବିଦା କହିଛନ୍ତିି ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ ,GOOD MORNING!!ଜୀବନରେ ଚେହେରା, ସାମର୍ଥ୍ୟ, କ୍ଷମତା ଓ ଶକ୍ତି ଚିରସ୍ଥାୟୀ ନୁହେଁ….କିନ୍ତୁ ଦୁଃଖର ବିଷୟ-ଅଧିକାଂଶ ଲୋକ ଏହାକୁ ଚିରସ୍ଥାୟୀ ଭାବି ନିଅନ୍ତି ଓ ପର ମୁହୂର୍ତ୍ତରେ ପଶ୍ଚାତାପ କରନ୍ତି।….ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ…

Leave A Reply

Your email address will not be published.