ଆଜିର ଅନୁଚିନ୍ତା

ତାରିଖ–୧୯-୦୯-୨୦୨୧(ରବିବାର)ଖୁଦୁରୁକୁଣୀ ଓଷା ଶେଷ.ଅନନ୍ତ ବ୍ରତ,ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା ।

0 321

🍁ଖୁସି ରହିବା ପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ ।1. ସହିବାର ଓ ଶୁଣିବାର ଶକ୍ତି 2. ବୁଝିବା ଆଉ ବୁଝେଇବାର ଶକ୍ତି ।
🍁କେବଳ ଭଲପାଉଛି କହିଲେ ଭଲ ପାଇବା ହୁଏନି ଜୀବନସାରା ସୁଖ , ଦୁଃଖ , ହସ ଲୁହ ଭାଗକରି ନେବା ହେଉଛି ପ୍ରକୃତି ଭଲପାଇବା ।
🍁ପ୍ରେମ ଶବ୍ଦ ଟି ସମସ୍ତେ ଶୁଣିଥାନ୍ତି କିନ୍ତୁ ସମସ୍ତେ ପ୍ରେମକୁ ଦେଖିନଥାନ୍ତି ପ୍ରେମକୁ ଦେଖିବାର ଅଛିତ ମା କୁ ଦେଖନ୍ତୁ ।
🍁ମଣିଷ ମୁହଁ ଚିହ୍ନିବା ସହଜ କିନ୍ତୁ ମଣିଷ ର ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତି କଷ୍ଟକର ।
🍁ସୁନ୍ଦର ଚେହେରାଟିଏ ଖୋଜିଲେ ସବୁ ଜାଗାରେ ମିଳିଯାଏ କିନ୍ତୁ ସୁନ୍ଦର ହୃଦୟଟିଏ ସବୁ ଜାଗାରେ ମିଳିନଥାଏ ।
🍁ଗୋଟିଏ ଭୋକିଲା ପେଟ କହିପାରେ ମୁଠାଏ ଭାତର ମୂଲ୍ୟ କେତେ… ବୁନ୍ଦାଏ ପାଣି ହିଁ ଜାଣିପାରେ ଗୋଟେ ଜୀବନର ମୂଲ୍ୟ କେତେ . ଗୋଟେ ଦୁଃଖୀ ଲୋକ ହିଁ ବୁଝିପାରେ ଅନ୍ୟର ଦୁଃଖ କେତେ…?
➡️”ବଡ଼ ଅଜବ ଏ ଦୁନିଆ ଏଠି କିଛି ସମ୍ପର୍କ ଭଡାଘର ପରି ହୋଇଥାଏ , ତାକୁ ଯେତେ ଆଦରରେ ସଜାଡ଼ିଲେ ବି ସେ କେବେ ନିଜର ହୋଇପାରି ନଥାଏ !!
➡️”କେବେବି ନିଜ ଜୀବନ ବା ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ , କାରଣ ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ର ରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି !!
➡️”ମିଥ୍ୟରୋପ ଶୁଣିବା ନିଶ୍ଚୟ କଷ୍ଟଦାୟକ , କିନ୍ତୁ ସତ୍ୟତା ପ୍ରମାଣିତ ହେବା ଯାଏଁ ଧୌର୍ଯ୍ୟର ସହ ଅପେକ୍ଷା କରିବା ଉଚିତ୍ , ସମୟ ହିଁ ଏହାର ଶ୍ରେଷ୍ଠ ଉତ୍ତର !!
➡️”ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ ଜଣେ ” କୃଷ୍ଣ ” ଯିଏ ଲଢିଲେ ତ ନାହିଁ ହେଲେ ବନ୍ଧୁଙ୍କୁ ଜିତେଇଦେଲେ , ଆଉ ଜଣେ ” କର୍ଣ୍ଣ ” ଯିଏ ହାରିଗଲେ ପଛକେ ଶେଷ ପର୍ଯ୍ୟନ୍ତ ବନ୍ଧୁଙ୍କୁ ଛାଡିଲେ ନାହିଁ !!
➡️”ପ୍ରକୃତ ବନ୍ଧୁ ସେ ନୁହଁ ଯେ ଆମକୁ ପ୍ରତ୍ୟେକ କଥାରେ ବିନା କାରଣରେ ବିରୋଧ ଓ ସମାଲୋଚନା କରିବ , ପ୍ରକୃତ ବନ୍ଧୁ ତ ସିଏ ଯିଏ ଆମ ନିରବତା ର ଶବ୍ଦକୁ ଅନୁଭବ କରି ପାରୁଥିବ !!
ଆଜିର ସୁବିଚାର
➡️”ଥରେ ସ୍ବାମୀ ବିବେକାନନ୍ଦଙ୍କୁ ପଚରାଯାଇଥିଲା ” ଜୀବନର ଅର୍ଥ କଣ ? ” ସେ ଉତ୍ତର ଦେଲେ , ଜୀବନର ନିଜର କୌଣସି ଅର୍ଥ ନାହିଁ , କିନ୍ତୁ ଆମକୁ ଏହାର ଅର୍ଥ ସୃଷ୍ଟି କରିବାକୁ ଗୋଟେ ସୁଯୋଗ ମିଳିଛି , ତେଣୁ ଆମକୁ ହିଁ ଜୀବନକୁ ଅର୍ଥପୂର୍ଣ୍ଣ କରିବାକୁ ପଡିବ !!
➡️”ଅସ୍ତ୍ର ତ ଦିନେ ହବାକୁ ପଡ଼ିବ , ସେ ସୂର୍ଯ୍ୟ ହେଉ ବା ମଣିଷ କିନ୍ତୁ ସାହାସ ଓ ଧୌର୍ଯ୍ୟ ସୂର୍ଯ୍ୟ ଠାରୁ ଶିଖିବା ଉଚିତ ଯିଏକି ସନ୍ଧ୍ୟାରେ ଅସ୍ତ୍ର ହୋଇ ମଧ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ବାସର ସହିତ ଉଦୟ ହୋଇଥାଏ !!
➡️”ଯେତେବେଳେ ଆପଣ ଜାଣିଯିବେ ଭଗବାନ ଆପଣଙ୍କ ସପକ୍ଷରେ ଅଛନ୍ତି , ଏକଥା କିଛି ବି ଫରକ୍ ପଡିବ ନାହିଁ ଯେ କିଏ ଆପଣଙ୍କ ବିପକ୍ଷରେ ଅଛି !!
➡️”ଝଡି ଯାଇଥିବା ଫୁଲ ପୁଣିଥରେ ଗଛକୁ ଫେରି ପାରେନି ତେଣୁ ଅତୀତ କଥା ଚିନ୍ତା ନକରି ବର୍ତ୍ତମାନ କୁ ଭଲପାଆନ୍ତୁ , ଭବିଷ୍ୟତ ପାଇଁ ବଞ୍ଚନ୍ତୁ ଆଉ ଓଠରେ ସୁନ୍ଦର ହସ କୁ ସଜେଇ ରଖନ୍ତୁ !!
➡️”ମୃତ୍ୟୁ ଜୀବନରେ ସବୁଠାରୁ ବଡ କ୍ଷତି ନୁହେଁ । ସବୁଠାରୁ ବଡ କ୍ଷତି ହେଉଛି ଆମେ ବଞ୍ଚିବା ସମୟରେ ଆମ ଭିତରେ ଯାହା ମରିଯାଏ !!
ଆଜିର ନୀତିବାଣୀ
➡️”ଜୀବନରେ କେବେ ଏମିତି କିଛି ଭୁଲ କରନା…..ଯେଉଁଥି ପାଇଁ ନିଜ ମା ବାପା ମାନଙ୍କୁ ଅନ୍ୟ କାହା ଆଗରେ ମୁଣ୍ଡ ନୁଆଁଇବାକୁ ପଡିବ.. !!
➡️”ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କଣ୍ଟା ଥିବା ଗଛ-ଭଗ୍ନ ଚୈକି- ଭଗ୍ନ ଖଟ ଏବଂ ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ !!
➡️”ଭବିଷ୍ୟତରେ କାମରେ ଆସିବ ଭାବି କୌଣସି ଅଳିଆ ଆବର୍ଜନା କୁ ଘରେ ଠୁଳ କରି ରଖନ୍ତୁ ନାହିଁ !!
➡️”ଜୀବନ ମତେ ଗୋଟେ କଥା ଶିଖେଇ ଦେଲା,ନିଜକୁ ନିଜେ ହିଁ ଖୁସିରେ ରହିବ….କେବେ କାହାଠାରୁ କିଛି ଆଶା କରିବା ନାହିଁ !!
➡️”ଜାଗ୍ରତ ହୁଅ ଓ ନିଜକୁ ପ୍ରସ୍ତୁତ କର। ଲକ୍ଷସ୍ଥଳରେ ନ ପହଁଚିବା ପର୍ଯ୍ୟନ୍ତ ବିଶ୍ରାମ ପାଇଁ ତରବର ହୁଅ ନାହିଁ !!
🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏ଶୁଭ ସକାଳ, ଆଜି ରବିବାର ଅନନ୍ତ ବ୍ରତ ଓ ଅଘୋର ଚତୁର୍ଦ୍ଦଶୀ ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏.

Leave A Reply

Your email address will not be published.