ଆଜିର ଅନୁଚିନ୍ତା

 ତାରିଖ - ୨୪:୧୨:୨୦୨୧(ଶୁକ୍ରବାର)

0 326

🦋ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ, କିନ୍ତୁ ପ୍ରକୃତ ସତ୍ୟ ଏହା ଯେ, ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ ।
ଯେତେବେଳେ ଖରାପ ସମୟ ଆମକୁ ନଚାଉଥାଏ, ଆମେ ନିଜର ବୋଲି ଯାହାକୁ କହୁ, ସେହି ଲୋକ ହିଁ ଢୋଲକ ବଜେଇ ମଜା ଲୁଟୁଥାନ୍ତି…ସେତେବେଳେ ଯଦି କେହି ଅନ୍ଧ ଭଳି ସାହା ହେଇଥାଏ, ସେ କେବଳ “ମାଆ” ।
ସମୟର ସୁଅରେ ସବୁକିଛି ଭାସିଯାଏ ସିନା କିନ୍ତୁ ସ୍ମୃତି ହୋଇ ରହିଯାଏ କାଲିର ଅତୀତ ଆଉ ଆଶା ହୋଇ ବଞ୍ଚି ରହିଥାଏ ଆସନ୍ତା କାଲିର ଭବିଷ୍ୟତ ।
ଜୀବନରେ ସବୁଠାରୁ ବଡ Surprise ହେଉଛି ମୃତ୍ୟୁ । ହଠାତ୍ ଦିନେ ଆସି ସମସ୍ତଙ୍କୁ ଚମକାଇ ଦେବ,ଏଥିରେ ତିଳେ ହେଲେ ସନ୍ଧେହ ନାହିଁ ।।ଜୟ ମା ସନ୍ତୋଷୀ।ଶୁଭ ସକାଳ,ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମାସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ମୋର ମାଙ୍କ ନିକଟରେ ଏତିକି ପ୍ରାର୍ଥନା ।।ଜୟ ଜଗନ୍ନାଥ,ଜୟ ସୋମନାଥ।।

Leave A Reply

Your email address will not be published.